ସୁନ୍ଦରଗଡ, ୦୧/୦୭/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ରାଜ୍ୟ ସରକାରଙ୍କ ଧାନ କିଣା ନୀତିକୁ ବିରୋଧ କରି ଆଜି ଭାଜପା ଦଳ ରାଜ୍ୟ ରାଜପଥ ୧୦ ର ଉଭୟ ପାର୍ଶ୍ୱରେ ରହି ଦୁଇ ଘଣ୍ଟିଆ ଚକା ଜାମକରି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଯଦି ସରକାର ଏହି ନିତୀରେ ପରିବର୍ତନ ନ କଲେ ଭାଜପା ରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି । ଚାଷୀଙ୍କ ହକ ,ଧାନ ମଣ୍ଡିରେ ଅବ୍ୟବସ୍ଥାର ସୁଧାର, ଅକାମି ହୋଇଥିବା ଟୋକନ ର ଧାନ ଉଠାଇବାର ଦାବିରେ ସଦର ବିଧାୟକଙ୍କ ସହ କର୍ମୀ ରାସ୍ତାକୁ ଓଲ୍ହାଇ ସାଧାରଣ ଯୋଗାଣ ବିଭାଗକୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଗତ ଦୁଇ ବର୍ଷରୁ କରୋନା ଚାପରେ କୃଷକ ତଳିତଳାନ୍ତ ହେଉଥିବା ବେଳେ ଗତବର୍ଷ ଚାଷୀଙ୍କ ଧାନ ମଣ୍ଡିରେ ପଡି ରହିବା ସହିତ ,ଟୋକନ ପାଇଲା ପରେ ମଧ୍ୟ ସରକାର ଧାନ ନେଇପାରି ନଥିଲେ । ଚାଷୀ ମର୍ମାହତ ହୋଇ ପଡ଼ିଥିବା ବେଳେ ଆଗାମୀ ଦିନରେ ସରକାର ଚାଷୀଙ୍କ ପାଇଁ କେତେ ସଜାଗ ହେବେ ତାହା ଦେଖିବାକୁ ବାକି ରହିଛି ।
ଧାନ କିଣା ନୀତି ବିରୋଧରେ ବିଜେପି କର୍ମୀଙ୍କ ସହିତ ବିଧାୟିକା ସିଏସଓଙ୍କୁ ସ୍ମାରକପତ୍ର ପ୍ରଦାନ
|
July 1, 2021 |
![](https://sandhannews.com/wp-content/uploads/2021/07/IMG_20210701_190822.jpg)