ଧାନମଣ୍ଡି ଖୋଲିବା ନେଇ ଏବେ ଘୋର ଚର୍ଚ୍ଚା ଧରିଛି

Spread the love

ସୁନ୍ଦରଗଡ଼ ତା୩/୧୧/୨୦୨୩( ସନ୍ଧାନ ନିଉଜ/ ରାଜୁ ପଟେଲ) ସୁନ୍ଦରଗଡ଼ ଜିଲ୍ଲାରେ ଧାନମଣ୍ଡି ଖୋଲିବା ନେଇ ଏବେ ଘୋର ଚର୍ଚ୍ଚା ଧରିଛି ।ପ୍ରତ୍ୟେକ ଅଞ୍ଚଳର ଚାଷୀ ଏବେ ଚିନ୍ତାରେ ।ଜିଲ୍ଲାର ବିଭିନ୍ନ ଅଂଚଳରେ ଧାନ ବେପାରିମାନଙ୍କ ଦେଖିବାକୁ ମିଳିବାର ସୂଚନା ରହିଛି । ଯଦି ଉଚିତ ସମୟରେ ମଣ୍ଡି ଖୋଲା ନ ଗଲେ ଚାଷୀ ବେପାରିକୁ କମ ଦରରେ ଧାନ ଦେବାପାଇଁ ବାଧ୍ୟ ହେବେ। ସୁନ୍ଦରଗଡ଼ ଜିଲ୍ଲା ଏକ ଚାଷୀ ଆଦିବାସୀ ଅଞ୍ଚଳ ହୋଇଥିବା କାରଣରୁ ଲୋକେ ଚାଷ ଉପରେ ନିର୍ଭର କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ।ସରକାର କେବେ ତତ୍ପରତା ଦେଖାଇବ ଓ ଚାଷୀଙ୍କ ପାଇଁ ବାଟ ଖୋଲିବ ତାହା ଦେଖିବାକୁ ବାକି ରହିଛି ।

Related Posts

About The Author

Add Comment