ଧାନକଟାରେ ବାଧକ ସାଜିଛନ୍ତି ଜଙ୍ଗଲୀ ହାତୀ!

Spread the love
ରାଉରକେଲା, ୧୨/୧୧/୨୦ (ସନ୍ଧାନ ନିଉଜ) : ଗ୍ରାମାଚଂଳରେ ଆରମ୍ଭ ହୋଇ ଯାଇଛି ଧାନକଟାର ବେଳ । ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷ ସାରା ପରିଶ୍ରମ କରିଥିବା ଚାଷୀକୁ ମିଳିଛି ତା’ର ପରିଶ୍ରମର ଫଳ । ସୁନେଲି ରଙ୍ଗର ଧାନଫସଲ କ୍ଷେତକୁ ଦେଖି ଚାଷୀ ମନ କୁଣ୍ଡମୋଟ ହୋଇ ଯାଉଛି । କିଛି ଦିନ ହେଲା ଲାଠିକଟା ବ୍ଲକ ବିଭିନ୍ନ ଗ୍ରାମ ଯେପରି ରାମଯୋଡ଼ି, ଡେଲାକୁଦର, ମନକୋ, ମୁଣ୍ଡାଯୋର ସମେତ ଅନ୍ୟ ଗ୍ରାମ ଗୁଡ଼ିକରେ ବସବାସ କରୁଥିବା ଚାଷୀ ମାନେ ପରିବାର ସହ ଧାନକଟାରେ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି ।  ଜଙ୍ଗଲ ନିକଟବର୍ତି ଚାଷ ଜମିରେ ଧାନ ସଂପୂର୍ଣ୍ଣ ରୂପେ ପାଚି ନଥିଲେହେଁ, ଚାଷୀ ଜଣଙ୍କୁ  ଜଙ୍ଗଲୀ ହାତୀର ଭୟ ସର୍ବଦା ଘାରି ରହିଛି । ପୂର୍ବରୁ ବହୁବାର ଲାଠିକଟା ବ୍ଲକର ସୋନାପର୍ବତ, ଡେଲାକୁଦର, କଂସର, ବଲାଣି, ଟାଇଁସର, ସୁଇଡ଼ିହି ଆଦି ଅଂଚଳରେ ଝାଡଖଣ୍ଡୀ ହାତୀପଲ ସେମାନଙ୍କ ଉତ୍ପାତ ଜାହିର କରିବା ସହ ବ୍ୟାପକ ଧାନଫସଲ ନଷ୍ଟ କରିଥିବା ପୂର୍ବରୁ ବହୁବାର ନଜିର ରହିଛି । କ୍ଷେତରେ ଦୃଶ୍ୟମାନ ପାଚିଲା ଧାନର ମହମହ ବାସନା ଚାଷୀଙ୍କୁ ଉଲ୍ଲସିତ କରିଛି । ଧାନ କାଟି ଜମିରେ ହିଁ ନିହଣ ପକାଯାଇଛି । ହାତୀପଲ ଧାନ ଫସଲକୁ ଦଳି ଚକଟି ନଷ୍ଟ କରିବା ସହ ଖାଇଯିବା ଭୟରେ ଚାଷୀ ମାନେ ଏହି ସବୁ ଧାନ ଜମି ଗୁଡ଼ିକରେ ମଂଚା ପ୍ରସ୍ତୁତ କରି ଧାନ ଫସଲକ ଜଗି ରହିଛନ୍ତି । ଧାନ କଟା ହେବାପରେ ତାକୁ ଅଧିକ ନିରୀକ୍ଷଣ କରୁଛି ଚାଷୀ । ସେହିପରି ଧାନ ଫସଲକୁ ବିଭିନ୍ନ ବିଷାକ୍ତ କୀଟପତଙ୍ଗ, ପୋକ ଓ ବାରହା ପଲ ଦାଉରୁ ଫସଲକୁ ରକ୍ଷା କରିବାକୁ ବିଧିବଦ୍ଧ ଭାବେ ଯୋଜନା ରଖି  ଚାଷୀ ଜଣଙ୍କ ଧାନ କାଟିବା ଆରମ୍ଭ କରିଛି । ଧାନ ଜମିରୁ ଖଳାକୁ ଆସିବା ପାଇଁ ପ୍ରାୟତଃ ଚିନ୍ତା ଲାଗି ରହିବ ବୋଲି ବହୁ ଚାଷୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି ।

Attachments area

Related Posts

About The Author

Add Comment