ଭଦ୍ରକ, ୬/୯ (ସନ୍ଧାନ ନିୟୁଜ): ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣିତାଲ ନିକଟରେ କେନାଲ ଉପରେ ପୋଲର ଡାହାଣ ପାାର୍ଶ୍ବ ଅଚାନକ ଧସି ଯିବାରୁ ରାଣିତାଲରୁ ବାଲିଖଣ୍ଡ ଓ ବ୍ରାହ୍ମଣୀ ଗାଁକୁ ଯିବା ଆସିବାରେ ସମସ୍ୟା ଦେଖାଦେଇଛି | ସୂଚନା ଏହି ପୋଲଟି ୧୯୬୪ ମସିହାରେ ନେନାଲ୍ ଖୋଳା ସମୟରେ ନିର୍ମାଣ କରା ଯାଇଥିଲା | ଏହି ପୋଲଟି ଉପରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ଶତାଧିକ ଲୋକ ସହ ଶହ ଶହ ଗାଡ଼ି ମୋଟର ଯିବା ଆସିବା କରିଥାଏ | ପୋଲିଟି ପୁରୁଣା ସହ ଦୁର୍ବଳ ହୋଇ ଯାଇଥିବାରୁ ବାରମ୍ବାର ଅଭିଯୋଗ ପରେ ସାଳନ୍ଦି କେନାଲ ଡିଭିଜନ ଏକ ନୂତନ ପୋଲ ପାଇଁ ନକ୍ସା ତିଆରି କରିଥିଲେ ମଧ୍ୟ କାର୍ଯ୍ୟରେ ବିଳମ୍ବ ନେଇଁ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ | ତେଣୁ ତୁରନ୍ତ ଏହି ପୋଲ ପ୍ରତି ଧ୍ୟାନ ଦେଇ ଉଚିତ୍ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି |
ଧସିଲା ପୋଲ, ଯାତାୟତ ପାଇଁ ସମସ୍ୟାର ସମ୍ମୁଖୀନ ଲୋକେ
|
September 6, 2019 |
