ଧର୍ମଶାଳା: ୧୫ନମ୍ବର ଜୋନ କଂଗ୍ରେସର କର୍ମୀ ବୈଠକ

Spread the love

 ଧର୍ମଶାଳା, ୩୧/୧୦ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଳକ ଅରେଇକଣାମଠ ପରିସରରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରାଗାନ୍ଦୀଙ୍କ ୩୪ତମ ଶ୍ରାଦ୍ଧ ବାର୍ଷିକ ଓ ୧୫ନମ୍ବର ଜେନାର କର୍ମୀ ବୈଠକ ପୂର୍ବତନ ସରପଂଚ ଗୋବିନ୍ଦ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓବିସି ସେଲ ଅଧ୍ୟକ୍ଷ ସଂଜୟ ରାୟ, ଧର୍ମଶାଳା ବିକାଶ ସଭାପତି ଶ୍ରୀକାନ୍ତ ସାହୁ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ମାନସ ରଂଜନ କର,ଯୁବନେତା ପ୍ରଫୁଲ୍ଲ ରାଉତ, ସଂଗ୍ରାମ ରାୟ, ବିଳାସ ଜେନା, ପ୍ରଶାନ୍ତ ଜେନା, ପର୍ଶୁରାମ ଲେଙ୍କା, କୁଳମଣୀ ସାହୁ, ଅନିଲ ସାମନ୍ତରାୟ, କାର୍ତ୍ତିକ ଜେନା, ମାଧବୀ ସିଂହ, ହେମନ୍ତ ବାହାଲିଆ, ଦେବବତ୍ର ରାଉତ, କୁଳମଣି ପଣ୍ଡା, ବୈଦନାଥ ବିଶ୍ୱାଳ, ରବିନ୍ଦ୍ର କୁମାର ଦାସ, ପ୍ରଭାସ ଜେନା, ଅକ୍ଷୟ ମଲିକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଇନ୍ଦିରା ଗାନ୍ଦୀଙ୍କ ସ୍ମୃତି ଚାରଣା କରିବା ସହିତ ଦଳର ସାଂଗଠନିକ ସ୍ଥିତ ଉପରେ ଆଲୋଚନା କରିଥିଲେ । ତୃଣମୂଳ ସ୍ତରରେ ଦଳକୁ କିଭଳି ସୁଦୃଢ କରାଯାଇପାରିବ ତାହା ଉପରେ କେତକ ପରାମର୍ଶ ଗ୍ରହଣ କରାଯାଇଥିଲା । ଶେଷରେ ହିମାଂଶୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

REPORT BY D MALIK, DHARMASALA 

Related Posts

About The Author

Add Comment