ଯାଜପୁର ସଦର, ୩୧/୧୨ (ସନ୍ଧାନ ନିଉଜ) : ଧର୍ମଶାଳା ମହୋସôବର ୬ଷ୍ଠ ସନ୍ଧ୍ୟାରେ ସାଂସ୍କୃତିକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହୋତ୍ସବ ପୂଜା କମିଟି ସଭାପତି ଜଳଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଯାଜପୁର ରଞ୍ଜନ କୁମାର ଦାସ ଯୋଗଦେଇ ୧୫ ବର୍ଷରେ ମହୋସôବ ଯୌବନ ପ୍ରାପ୍ତି ପାଇଛି । ଏହା ଆଉ ମହୋସôବ ହୋଇ ନାହିଁ ମହା ମହୋସôବରେ ପରିଣତ ହୋଇଛି । ମହୋସôବ ସ୍ଥଳ ବାଲିଯାତ୍ରାର ଭ୍ରମ ସୃଷ୍ଟି କରୁଛି ବୋଲି କହିଥିଲେ । ମହୋସôବରେ ପୁଲିସ ମୃତୟନ ସମ୍ପର୍କରେ ମତ ରଖି କହିଲେ ଯେ, ବିନା ପୁଲିସରେ ଧର୍ମଶାଳା ମହୋସôବ ଶାନ୍ତି ଶୃଙ୍ଖଳା ରକ୍ଷା କରି ପରମ୍ପରା ସୃଷ୍ଟି କରୁ ବୋଲି ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଏସପି ଚରଣ ସିଂ ମୀନା ଯୋଗଦେଇ ଧର୍ମଶାଳା ମହୋସôବ ଏକତା ସୃଷ୍ଟି କରିବା ସହିତ ଭାରାଚାରା ସୃଦୁଢ କରୁ ବୋଲି ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥିଭାବେ ପ୍ରଭାତ କୁମାର ବଳବନ୍ତରାୟ ଯୋଗଦେଇ ଧର୍ମଶାଳାର ମାଟି ମହାନ ଓ ଅନେକ ସାଂସ୍କୃତିକ ଐତିହ୍ୟକୁ ବହନ କରିଛି ବୋଲି ମତବ୍ୟକ୍ତ କରିଥିଲେ । ସବ୍ୟସାଚୀ ସୁନ୍ଦରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ସତ୍ୟପ୍ରିୟ ମହାନ୍ତି ସୂଚନା ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କୁ ପୂର୍ଣ୍ଣଚନ୍ଦ୍ର ଶତପଥୀ କିଶୋର ନାୟକ ଓ ଇନ୍ଦ୍ରମଣି ନାୟକ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଆନନ୍ଦ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀପ୍ରସନ୍ନ୍ନ ମହାନ୍ତି, ଥାନା ଅଧିକାରୀ ସରୋଜ କୁମାର ସାହୁ, ରୋଟାରୀ କ୍ଲବ ସଭାପତି ଅଜାମ୍ବର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଧର୍ମଶାଳା ମହୋସôବ ପଞ୍ଚମ ସନ୍ଧ୍ୟା ଧର୍ମଶାଳା ମହୋସôବ ମହା ମହୋସôବରେ ପରିଣତ ହୋଇଛି- ଜିଲ୍ଲାପାଳ
|
January 1, 2020 |