ଧର୍ମଶାଳା, ୦୬/୦୨/୨୧ (ସନ୍ଧାନ ନିଉଜ) : ଶିଶୁ ବିକାଶ ଯୋଜନାରେ ପ୍ରାକ୍ ବିଦ୍ୟାଳୟରେ ନାମ ଲେଖାଇଥିବା ପିଲାମାନଙ୍କ ରନ୍ଧାଖାଦ୍ୟ ଠାରୁ ଆରମ୍ଭ କରି ପୋଷାକ, ଜୋତା, ଖେଳଣା, ମେଡିସିନ କିଟ୍, ହାଜେନିକ କିଟ୍ ଆଦି କିଣା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଜରିଆରେ ଅଙ୍ଗନବାଡି କେନ୍ଦ୍ରକୁ ସିଧାସଳଖ ଅର୍ଥ ପ୍ରଦାନ କରୁଛନ୍ତି । ସେହିପରି ଜିଲ୍ଲା କିମ୍ବା ବ୍ଲକସ୍ତରରେ ଟେଣ୍ଡରପ୍ରାପ୍ତ ଠିକା ସଂସ୍ଥା ବା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଛତୁଆ ଯୋଗାଇ ଆସୁଛନ୍ତି । ଅଙ୍ଗନବାଡି କର୍ମୀମାନଙ୍କ ବ୍ୟାଙ୍କ ଏକାଉଣ୍ଟକୁ ବିଭାଗ ପକ୍ଷରୁ ସିଧାସଳଖ ଟଙ୍କା ପଠା ଆସିଥାଏ । କର୍ମୀ ଏହି ଟଙ୍କାକୁ ନିଜ କେନ୍ଦ୍ରର ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ହେଉ ବା ପିଲାମାନଙ୍କ ପୋଷାକ, ଜୋତା ବାବଦରେ ବ୍ୟବହାର କରିଥାନ୍ତି । ଏହାର ମୂଳ ଉଦେ୍ଦଶ୍ୟ ହେଉଛି ସରକାର ଦେଉଥିବା ଅର୍ଥ ମଝିରେ ବାଟମାରଣା ନହେଉ । ସିଧାସଳଖ କେନ୍ଦ୍ରରେ ପହଞ୍ଚୁ ଓ କୁନି କୁନି ପିଲାମାନଙ୍କ ହିରେ ଲାଗୁ । କିନ୍ତୁ ବିଭାଗର କେତେକ ଅସାଧୁ ଅଧିକାରୀଙ୍କ ଲାଭଖୋର ମନବୃତ୍ତି ଯୋଗୁ ସରକାରଙ୍କ ଅସଲ ଉଦେ୍ଦଶ୍ୟ ସାଧିତ ହୋଇପାରୁ ନାହିଁ । ଏମିତି ଏକ ଚଞ୍ଚକତା ଧର୍ମଶାଳା ବ୍ଲକ ଶିଶୁ ବିକାଶ କାର୍ଯ୍ୟାଳୟରେ ହୋଇଥିବା ଚର୍ଚ୍ଚା ହୋଉଛି । ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ କର୍ମୀମାନଙ୍କ ଏକାଉଣ୍ଟକୁ ଆସିଥିବା ଟଙ୍କାକୁ ଉଠାଇ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସାମଗ୍ରୀ କିଣା ଓ ବଣ୍ଟନ ପାଇଁ କାର୍ଯ୍ୟାଳୟ ପକ୍ଷରୁ ଅଲିଖିତ ନିଦେ୍ର୍ଦଶନାମା ଦେବା ଭଳି ଘଟଣା କର୍ମୀ ମହଲରେ ଚର୍ଚ୍ଚା ହେଉଛି ।
ରାଜ୍ୟ ସରକାର ଗତ ବର୍ଷ ସେପ୍ଟେମ୍ବର ଠାରୁ ଅଙ୍ଗନବାଡିରେ ପ୍ରାକ ବିଦ୍ୟାଳୟ ଶିକ୍ଷାଲାଭ କରୁଥିବା ୩ରୁ ୬ ବର୍ଷ ବୟସର ଶିଶୁଙ୍କ ନିମନ୍ତେ ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ଆରମ୍ଭ କରିଛନ୍ତି । ପିଲାମାନଙ୍କୁ ନୂଆ ଜୋତା, ମୋଜା ଓ ସ୍ୱେଟର ଆଦି ଯୋଗାଇ ଦିଆଯିବ । ଏହି କ୍ରମରେ ଧର୍ମଶାଳା ବ୍ଲକରେ ଥିବା ୩୨୧ଟି ଅଙ୍ଗନବାଡି କେନ୍ଦ୍ରରେ ନାମ ଲେଖାଇଥିବା ୮ ହଜାର ୪୪ ଜଣଙ୍କୁ ନୂଆ ଜୋତା, ମୋଜା ଓ ସ୍ୱେଟର ଆଦି ଯୋଗାଇ ଦିଆଯାଇଛି । ଏଥି ନିମନ୍ତେ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ, ଜଣେ ପିଲାକୁ ଜୋତା ଓ ମୋଜା ବାବଦକୁ ୧୦୦ ଟଙ୍କା ଓ ସ୍ୱେଟର ବାଦଦକୁ ୧୫୦ ଟଙ୍କା ହିସାବରେ ଅର୍ଥ ଯୋଗାଇ ଦିଆଯାଇଛି । ଅଙ୍ଗନବାଡି କର୍ମୀମାନଙ୍କ ବ୍ୟାଙ୍କ ଏକାଉଣ୍ଟକୁ ସେମାନଙ୍କ ପିଲା ସଂଖ୍ୟା ଅନୁପାତରେ ଅର୍ଥ ପଠାଯାଇଛି । କର୍ମୀମାନେ ଖୋଲା ବଜାରରୁ ସେମାନେ ଏସବୁକୁ କ୍ରୟ କରିବେ ବୋଲି ନିଦେ୍ର୍ଦଶ ରହିଛି । ଏହି ବ୍ଲକରେ ଜୋତା ମୋଜା ବାବଦକୁ ୮ ଲକ୍ଷ ୪ ହଜାର ୪ଶହ ଟଙ୍କା ଏବଂ ସ୍ୱେଟର ବାବଦକୁ ୧୨ ଲକ୍ଷ ୬ ହଜାର ୬ଶହ ଟଙ୍କା ସମସ୍ତ କର୍ମୀମାନଙ୍କ ବ୍ୟାଙ୍କ ଏକାଉଣ୍ଟକୁ ପଠାଯାଇଥିଲା । କିନ୍ତୁ ଏସବୁ କିଣାରେ ବ୍ୟାପକ ଘୋଟାଲା ହୋଇଥିବା ଏକ ବିଶେଷ ସୁତ୍ରରୁ ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ, ପ୍ରାକ ପିଲାମାନଙ୍କ ପାଇଁ ନୂଆ ଜୋତା, ମୋଜା ଓ ସ୍ୱେଟର କିଣା ବାବଦକୁ ଗତ ନଭେମ୍ବର ମାସରେ ୨୦ ଲକ୍ଷ ୧୧ ଟଙ୍କା ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଧର୍ମଶାଳା ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟକୁ ଯୋଗାଇ ଦିଆଯାଇଥିଲା । ସରକାରଙ୍କ ଗାଇଡ୍ ଲାଇନ ଅନୁଯାୟୀ, କର୍ମୀମାନଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଏହି ଟଙ୍କା ସିଧାସଳଖ ପଠାଯିବ । ସେମାନେ ଏହି ଟଙ୍କାକୁ ଉଠାଇ ସେମାନଙ୍କ କେନ୍ଦ୍ରର ପିଲାମାନଙ୍କ ପାଇଁ ଖୋଲା ବଜାରରୁ ଏହି ବଜେଟରେ ଏସବୁକୁ କ୍ରୟ କରିବେ । କିନ୍ତୁ ଏହି କାର୍ଯ୍ୟାଳୟରେ ଏହା ବ୍ୟତିକ୍ରମ ହୋଇଥିବା ଶୁଣିବାକୁ ମିଳୁଛି । ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ସଂସ୍ଥା ଠାରୁ ଏସବୁ କ୍ରୟ ପାଇଁ କର୍ମୀମାନଙ୍କୁ ଉପରିସ୍ଥ ଅଧିକାରିଣୀ ଏବଂ ତାଙ୍କ ଏଜେଣ୍ଟ ଚାପ ସୃଷ୍ଟି କରିଥିବା କେତେକ କର୍ମୀମାନଙ୍କ ଠାରୁ ପ୍ରକାଶ । ନିମ୍ନ ମାନର ଏବଂ ଅଧିକ ସଂଖ୍ୟାରେ କଲିକତାରୁ ଏସବୁ ସାମଗ୍ରୀ କିଣି ଲକ୍ଷାଧିକ ଟଙ୍କା ଲାଭ କରିଥିବା ବ୍ୟକ୍ତିଙ୍କ ଠାରୁ ଅଧିକାରିଣୀ ଜଣଙ୍କ ଏବାବଦକୁ କମିଶନ ହାତେଇ ନେଇଥିବା ଚର୍ଚ୍ଚା ହେଉଛି । ଅନୁସନ୍ଧାନରୁ ଜଣାଯାଏ ଯେ, କାଁଭାଁ କର୍ମୀଙ୍କୁ ଛାଡି ଦେଲେ ୯୫ ପ୍ରତିଶତ କର୍ମୀ ନିଜ ଏକାଉଣ୍ଟକୁ ଆସିଥିବା ଅର୍ଥକୁ ବାଧ୍ୟ ଏହି ସଂସ୍ଥାକୁ ପ୍ରଦାନ କରିଛନ୍ତି । ସଂସ୍ଥା ପରିଚାଳକ ଏସବୁକୁ କଲିକତା ବଜାରରୁ କ୍ରୟ କରି ବିଭିନ୍ନ କେନ୍ଦ୍ର ବୁଲି ବୁଲି ବଣ୍ଟନ କରିଥିଲେ । ମାତ୍ର କେତେକ କର୍ମୀ ଅଧିକାରିଣୀଙ୍କ ହୁଇପ୍କୁ ନମାନି ନିଜେ ନିଜେ ଲୋକାଲ ବଜାରରୁ ଏସବୁ କ୍ରୟ କରିଛନ୍ତି । ତେବେ ଏସବୁ କିଣାରେ ତଳୁ ଉପର ପର୍ଯ୍ୟନ୍ତ କୌଣସି ଦୁର୍ନୀତି ନହେବା ପାଇଁ ମହତ ଉଦେ୍ଦଶ୍ୟ ନେଇ ସରକାର ସିଧାସଳଖ କର୍ମୀମାନଙ୍କ ଏକାଉଣ୍ଟକୁ ଟଙ୍କା ପଠାଉଥିବା ବେଳେ ଏହି ବ୍ଲକରେ ଅଧିକାରୀଣିଙ୍କ ଏପରି ଅଲିଖିତ ନିଦେ୍ର୍ଦଶ ଓ ବ୍ୟକ୍ତିଙ୍କ ପ୍ରତିଥିବା ଅହେତୁକ ଅନୁକମ୍ପାକୁ ନେଇ କର୍ମୀମାନଙ୍କ ମହଲରେ ଚର୍ଚ୍ଚା ଚାଲିଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଦୁର୍ନୀତିର ଫର୍ଦ୍ଦାଫାସ ହୋଇପାରିବ ବୋଲି କେତେକ କର୍ମୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ଏହି ଅଭିଯୋଗ ସମ୍ପର୍କରେ ସିଡିପିଓ ସଂଯୁକ୍ତା ସାହୁଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଧର୍ମଶାଳା ବ୍ଲକ ଶିଶୁ ବିକାଶ କାର୍ଯ୍ୟାଳୟରେ ସରକାରୀ ଗାଇଡ୍ ଲାଇନକୁ ଫୁ
|
February 6, 2021 |