ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀର ୧୭୩ନମ୍ବର ବୁଥରେ ଇଭିଏମ ଭାଙ୍ଗିଦେଇଥିବା ଘଟଣାରେ ସମିତି ସଭ୍ୟ ଅଟକ

Spread the love

ଯାଜପୁର, ୨୯/୪(ସନ୍ଧାନ ନିୟୁଜ)  : ଆଜି ରାଜ୍ୟରେ ୬ଟି ଲୋକସଭା ନିର୍ବାଚନମଣ୍ଡଳୀରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଇଭିଏମ ଭଙ୍ଗା ଖବର ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀର ବାଣୀପୀଠ ୧୭୩ନମ୍ବର ବୁଥରେ ବିଜେଡି ଏବଂ ବିଜେପି କର୍ମୀମାନଙ୍କ ମଧରେ ଗଣ୍ଡଗୋଳ ହୋଇଥିଲା।ଏହାପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ଜଣେ ଭୋଟର ଇଭିଏମ ଭାଙ୍ଗିଦେଇଥିବା ସୂଚନା ମିଳିଛି ।

ଇଭିଏମ ଭାଙ୍ଗିବାର କାରଣ ଅସ୍ପଷ୍ଟ ରହିଛି । କିନ୍ତୁ ପୁଲିସ ଏହି ମାମଲାରେ ବିଜେପିର ଚହଟା ସମିତି ସଭ୍ୟ ମନୋଜ ରାଉଳଙ୍କୁ ଅଟକ ରଖିଛି । ଅପରପକ୍ଷରେ ଏହି ଘଟଣାରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି।

Related Posts

About The Author

Add Comment