ଧର୍ମଶାଳା ୨୩/୧୦ (ସନ୍ଧାନ ନିୟୁଜ/ଦିପକ ମଲିକ) ଯାଜପର ଜିଲ୍ଳା ଧର୍ମଶାଳା ବ୍ଲକ ମହିଶରା ପଂଚାୟତରେ ଭତ୍ତା ଏବଂ ରାସନ କାର୍ଡ ବଂଟନ କାର୍ଯ୍ୟକ୍ରମ କରାଯାଇଛି । ଅତିଥି ଭାବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ପଂଚାୟତ ସମିତ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟା ନିରଞ୍ଜନ ରାଉତ, ପ୍ରଣତୀ ଲେଙ୍କା, ମମତା ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ରହି ୧୨ନମ୍ବର ଜୋନର ୨୦୪ ଜଣ ହିତାଧିକାରୀଙ୍କ ଭତା ୬୬୮ଜଣଙ୍କ ରାସନ୍ କାର୍ଡ ବଠନ କରାଯାଇଛି । ଏହାକୁ ଧର୍ମଶାଳା ବିଡିଓ ଅମ୍ବିକା ପ୍ରସାଦ ଦାସ ପରିଚାଳନା କରିଥିଲେ ।
ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୧୨ନମ୍ବର ଜୋନରେ ଭତ୍ତା ଓ ରାସନ କାର୍ଡ ବଂଟନ
|
October 23, 2018 |