ଧର୍ମଶାଳା ନିର୍ବାଚନ ମଣ୍ଡଳୀ: ବିଧାୟକ ପାଦ ପାଇଁ ପାର୍ଥୀ ଅନେକ, ନେତା ନାହାନ୍ତି, କାହାକୁ ଚୟନ କରିବେ ଜନତା?

Spread the love

ଯାଜପୁର,୧୫/୨(ସନ୍ଧାନ ନିୟୁଜ/ମାନସ ରାଉତ)  ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୫୪ଟି ଗ୍ରାମ ପଂଚାୟତକୁ ନେଇ ଉକ୍ତ ନିର୍ବାଚନ ମଣ୍ଡଳୀ ରହିଛି । ଏହି ନିର୍ବାଚନ ମଣ୍ଡଳୀରେ ଆଗାମୀ ୨୦୧୯ରେ ନିର୍ବାଚନ ରଣାଙ୍ଗନାରେ ଅନେକ ପାର୍ଥୀ ବିଭିନ୍ନ ଦଳରୁ ହେବାର ସମ୍ଭାବନା ରହିଛି । ଅନେକ ଆଶାୟୀ ଥିଲା ବେଳେ ଅନେକ ଦଳୀୟ ରାଜନୈତିକ ଉପରମହଲରେ ତାଙ୍କର ନବୀ ଚଳାଇଥିବା ଜଣାପଡିଛି । ପ୍ରାପ୍ତ ଖବର ନେବାରୁ ଜଣାଯାଏ ଏହି ନିର୍ବାଚନ ମଣ୍ଡଳିରେ ବର୍ତମାନ ବିଜେଡି ଦଳର ବିଧାୟକ ଭାବେ କାର୍ଯ୍ୟ କରୁଥିବା ପ୍ରଣବ ବଳବନ୍ତରାୟ ରହିଛନ୍ତି । ଏହି ବିଜେଡି ଦଳରୁ ଅନ୍ୟ ଦଳୀୟ ପାର୍ଥୀ ହେବାପାଇଁ ଆଶାୟୀ ରଖିଥିବା ମଧ୍ୟରେ ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କର ପୁତ୍ର ବାଦଲ ଦାସ, ନରେଶ ମହାନ୍ତି,ଯୁବ ବିଜେଡି ନେତା ସତୀଶ ବିଶ୍ୱାଳ ଥିବାର ଶୁଣାଯାଏ । ଏହା ମଧ୍ୟରେ ମଧ୍ୟ ଭିତିରି ଅନ୍ୟ ଆଶାୟୀ ପାର୍ଥୀ ରହିଥିବା ପରି ସାଧାଣରେ ଜଣାପଡୁଛି । ସେହିପରି ବର୍ତମାନ ବିଜେପି ଦଳର ମଧ୍ୟରେ କେତେକ ଆଶାୟୀ ଓ ଦଳୀୟ ନବି ଚଳାଇଛନ୍ତି ପାର୍ଥୀ ହେବା ପାଇଁ ବୋଲି ଶୁଣାଯାଏ । ଏଥି ମଧ୍ୟରେ ରମେଶ ପରିଡା, ମଧୁପୁରରାଣୀ ଅପର୍ଣ୍ଣା ସିଂ ଭରଦ୍ୱାଜ,ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସର୍ବେଶ୍ୱର ବେହେରା, କାହ୍ନୁଚରଣ ଦାସ, ପବିତ୍ର ମୋହନ ଦାସ, ସୁରେନ୍ଦ୍ର ପଣ୍ଡା, ପ୍ରଭୁତି ଆଗ ଧାଡିରେ ରହି ତାଙ୍କର ନବି ଚଳାଉଥିବା ଜଣାପଡିଛି । ସେହିପରି କଂଗ୍ରେସ ଦଳ ପକ୍ଷରୁ ଧର୍ମଶାଳା ବିକାଶ ପରିଷଦ ସଭାପତି ଶ୍ରୀକାନ୍ତ ସାହୁ , କାଙ୍ଗାଳି ଚରଣ ପଣ୍ଡା, କିସାନ ପଣ୍ଡା, ସଞ୍ଜୟ କୁମାର ରାଉତ, ମାନସ ରଞ୍ଜନ କର ପ୍ରଭୁତି ଆଶାୟୀ ପାର୍ଥୀ ଥିବା ବେଳେ ଦଳୀୟ ରାଜନୀତିରେ ତାଙ୍କର ନବୀ ଚଳାଇଛନ୍ତି । ଧର୍ମଶାଳା ବିକାଶ କ୍ଷେତ୍ରରେ କେତେଦୂର ଆଗକୁ ଗତି କରିଛି ଏବଂ ସାଧାରଣ ଲୋକଙ୍କ ସ୍ୱାର୍ଥରେ କାର୍ଯ୍ୟ ହୋଇଛି ତାହା ପ୍ରଶ୍ନବାଚୀରେ ରହିଛି । ପ୍ରଚଳିତ ବିଜେଡି ସରକାର ତାର କାର୍ଯ୍ୟଦକ୍ଷତାକୁ ନେଇ ସାଶାରଣ ଜନତାଙ୍କ ପକ୍ଷରେ କେତେଦୂର କାର୍ଯ୍ୟ କରିଛି ତାହା ସାଧାରଣ ଭୋଟର ବିଚାରଧିନ ରହିଛି । ଅପର ପକ୍ଷେ ଉକ୍ତ ଦଳର ବିଧାୟକ, ଲୋକପ୍ରତିନିଧି ଓ ଦଳୀୟ କର୍ମୀ ମାନେ ଭୋଟରଙ୍କ ପାଖରେ କେତେଦୂର ବିଶ୍ୱାସଭାଜନ ଓ ଗ୍ରହଣୀୟ ହେବେ ତାହା ସମୟ କହିବ । ଏହି ପରି ପ୍ରେକ୍ଷୀରେ ଅତୀତର ମୁଖ୍ୟ ବିରୋଧି ଦଳ କଂଗ୍ରେସ ଦୁର୍ବଳ ଥିଲା ବେଳେ ବିଜେପି ଏହାକୁ ଟପି ଆଗକୁ ଯାଇଛି । ସରକାର ବିରୋଧି ଏବଂ ଲୋକଙ୍କ ସ୍ୱାର୍ଥପାଇଁ ସାଧାରଣରେ କି ପ୍ରକାର ବାତାବରଣ ସାଧାରଣ ଭୋଟରଙ୍କ ପାଖରେ ପହଂଚାଇବ ତାହା ପ୍ରଶ୍ନବାଚୀରେ ରହିଛି । ଅତୀତ ରାଜନୀତି ଓ ବର୍ତମାନର ରାଜନୀତି ମଧ୍ୟରେ ଆକାଶ ପାତାଳ ପ୍ରଭେଦ ଦେଖାଦେଇଛି । ଅତୀତର ରାଜନୀତି ନୀତି, ଆଦର୍ଶକୁ ନେଇ ରାଜନୈତିକ ନେତା ମାନେ ସାଧାରଣ ଭୋଟରଙ୍କ ପାଖରେ ବିଶ୍ୱାସ ଭାଜନ ହେଉଥିଲେ । ବର୍ତମାନର ରାଜନୀତି ସ୍ୱାର୍ଥକେନ୍ଦ୍ରିକ ରାଜନୀତିରେ ପରିଣିତ ହୋଇଛି । ଉକ୍ତ ରାଜନୈତିକ ନେତାଙ୍କ ଠାରୁ ସାଧାରଣ ଲୋକମାନେ କେତେଦୂର ବିଶ୍ୱାଶ ଭାଜନ ହେବେ ଓ ରାଜ ନୈତିକ ନେତାମାନେ ଭୋଟରଙ୍କ କେତେ ନିକଟତର ହେବେ ତାହା ଏକ କଷ୍ଟସାଧ୍ୟ ବ୍ୟାପାର । ରାଜନୈତିକ ଘୋାଡା ବେପାର କାହା ସ୍ୱାର୍ଥରେ କାର୍ଯ୍ୟକାରୀ ହେଉଛି ତାହା ସାଧାରଣରେ ପ୍ରଶ୍ନାବଚୀ ସୃଷ୍ଟି ହେଉଛି । ଏହି ଧର୍ମଶାଳା ନିାର୍ବଚନ ମଣ୍ଡଳିରେ ପୁର୍ବସର୍ବପ୍ରଥମେ ବିଧାୟକ ଭାବେ ପରମାନନ୍ଦ ମହାନ୍ତି, ଗଧାଧର ଦତ, ମଦନ ପଟ୍ଟନାୟକ, ବାଙ୍କ ବିହାରୀ ଦାସ, ରବି ଦାସ, କାଙ୍ଗାଳି ଚରଣ ପଣ୍ଡା, ଗୁରୁଚରଣ ଟିକାୟତ, କଳ୍ପତରୁ ଦାସଙ୍କ ପରେ ପ୍ରଣବ କୁମାର ବଳବନ୍ତରାୟ ବିଧାୟକ ଅଛନ୍ତି । ପୁର୍ଭ ରାଜନୀତି ଓ ବର୍ତମାନ ରାଜନୀତି ମଧ୍ୟରେ ଅନେକ ପାର୍ଥକ୍ୟ ଦେଖାଦେଇଛି । ସାଧାରଣଣ ସ୍ୱାôର୍ଥ ଓ ବିଭିନ୍ନ ପ୍ରଲୋଭନରେ ପଡି ନେତାମାନଙ୍କ ଦ୍ୱାରା ପ୍ରବାହିତ ହୋଉଛନ୍ତି କିନ୍ତୁ ନିଜର ଭୋଟ ଓ ନୀତି ମୁଲ୍ୟବୋଧକୁ ବିଚାର ନକରି ବିପଦଗାମୀ ହେଉଛନ୍ତି । ଭୋ;ର ମୁଲ୍ୟ ସେମାନେ ବିଚାର କରି ପାର୍ଥୀ ଚୟନ କରିବାରେ ସମସ୍ୟ ସୃଷ୍ଟି ହେଉଛି କାାହଗକୁ ନ ନିର୍ବାଚନ କରିବେ ତାହା ସମୟ କହିବ?

Related Posts

About The Author

Add Comment