ଧର୍ମଶାଳା, ୩/୧୧ (ସନ୍ଧାନ ନିଉଜ) ଧର୍ମଶାଳା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ନିକଟସ୍ଥ ଚାରିବଟିଆ ଗ୍ରାମର ଦୀପ୍ତି ରଞ୍ଜନ ଦାସ ଓରଫ ଲକି(୨୬)ଙ୍କୁ ଗତକାଲି ଧର୍ମଶାଳା ପୋଲିସ ତାଙ୍କ ଘରୁ ଗିରଫ କରିଛି. ସେ ପୃବରୁ ଜଣେ ନାବାଳିକା କୁ ଅପହରଣ କରିନେଇଥିବାର ଅଭିଯୋଗ ହୋଇଥିଲା.ଥାନା ପକ୍ଷରୁ ୧୭୮/୧୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା. ଦୀପ୍ତି ବହୁଦିନ ଧରି ଫେରାର ହେବାରେ ସକ୍ଷମ ହୋଇ ଆସୁଥିଲା. ଗତକାଲି ଘରକୁ ଫେରିଥିବା ସୂଚନା ମିଳିବାପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟକୁ ପଠାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇିଛି .
ଧର୍ମଶାଳା: ନାବାଳିକା ଅପହରଣ କରି ଯୁବକ ଗିରଫ
|
November 3, 2018 |
