ଧର୍ମଶାଳା, ୩୦/୧ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାରେ ଏବେ କ୍ରାଇମ ହାର ବଢ଼ିବାରେ ଲାଗିଛି । ଏସବୁ କେବଳ ପୋଲିସ ପାଇଁ । କିଛି ଅସାଧୁ ପୋଲିସ ବାବୁ ମାନେ କିମିନାଲ ମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ଫଳରେ ପ୍ରତିଦିନ ଲୁଟ ଆତଙ୍କ ବଢ଼ିବାରେ ଲାଗିଛି । ଏଥିରୁ ସର୍ବାଗେ ରହିଛି ଧର୍ମଶାଳାପୋଲିସ । ନିକଟରେ ଦୁଇ ଦୁଇଟି ଆନ୍ତଜାର୍ତିୟ ସ୍ତରରେ ଅପରାଧ ପାଇଁ ଧର୍ମଶାଳା ନିନ୍ଦିତ ହୋଇଥିବା ବେଳେ ଗତକାଲି ହରିଦାସପୁର ପଂଚାୟତ ଯୁବ ବ୍ୟବସ୍ଥାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ବାଲିଗରି ଗ୍ରାମର ଦିପକ ବିଶ୍ୱାଳ ନିଜ ପତ୍ନୀ ଏବଂ ଭାଉଜ ସହିତ ଦୁଇଟି ବିବାହ ଭୋଜିରେ ଯୋଗଦେଇ ଫେରୁଥିବା ବେଳେ ସେବାସମିତି ନିକଟସ୍ଥ ଏକ ସ୍ଥାନରେ ଦୁଇଟି ମଟରସାଇକେଲରେ ଆସି ୪ଜଣ ଦୁବିର୍ତ ମାନେ ଭୁଜାଲିରେ ଗାଡିର କାଚ ଭାଙ୍ଗି ମୁଣ୍ଡରେ ବନ୍ଧୁକ ଲଗାଇ ଆଘାତକରି ନଗଦ ୩୦ହଜାର ଟଙ୍କା, ମଙ୍ଗଳସୁତ୍ର, ୨ଟି , ମୁଦି ୩ଟି, ଚୁଡି ୨ଟି ମୋଟ ୧ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ସେମାନେ ଏକ ପଲସର ଗାଡି ନମ୍ବର ଓଡି୦୫ ଇ/ଡି ୮୮୯୫ ଆଣି ଗାଡି ଆଗରେ ଆଡ୍ଡା ପକାଇ ଏସବୁ ଲୁଟୁ କରିଛନ୍ତି । ଏପରିକି ସେହି ବାଟ ଦେଇ ଯାଉଥିବା ଅନ୍ୟ ଦୁଇ ବାଟୋଇଙ୍କ ଗାଡି ମଧ୍ୟ ଲୁଟୁ ସ୍ଥାନରୁ ଯଥେଷ୍ଟ ପୂର୍ବରୁ ଅଟକେଇ ଚାବି ପିଙ୍ଗିଦେଇଥିଲେ । ତାହା ପରେ ପାହଡ ରାସ୍ତା ଦେଇ ସାରୋଇ ଆଡକୁ ପଳାଇଯାଇଥିଲେ । ଦୁର୍ବତ ମାନେଙ୍କ ବେସି ଉଚ୍ଚତା ହୋଇନଥିବା ବେଳେ ସେମାନେ ମୁହଁରେ ମାକ୍ସ ବ୍ୟବହାର କରିଥିଲେ ।
ଧର୍ମଶାଳା ଥାନା ଅଂଚଳ ଡାକୁଛି କ୍ରାଇମ କ୍ରାଇମ; ନିଘୋଡ ନିଦ୍ରାରେ ପୋଲିସ: ଗ୍ରାମ ଭିତରେ ପଶି ଯୁବ ବ୍ୟବସ୍ଥାୟୀଙ୍କ ଠାରୁ ଲାକ୍ଷାଧିକ ଟଙ୍କାର ସୁନା ଅନଳଙ୍କାର ଲୁଟୁ
|
January 30, 2020 |