ଧର୍ମଶାଳା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର: ଦିନରେ ସରକାରୀ ସଂଧ୍ୟା ପରେ ବେସରକାରୀ
ଧର୍ମଶାଳା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର: ଦିନରେ ସରକାରୀ ସଂଧ୍ୟା ପରେ ବେସରକାରୀ
Manas Kumar Rout |
July 27, 2019 |
ଧର୍ମଶାଳା ୨୭/୭ (ସନ୍ଧାନ ନ୍ୟୁଜ୍/ସୁରେଶ ବିଶ୍ୱାଳ) ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ବ୍ଲକ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ପାଲଟିଛି ଦୁଇ ରୂପରେ, ପ୍ରଥମଟି ହେଲା ସକାଳ ୬ରୁ ସଂଧ୍ୟା ୬ ଯାଏ ସରକାରୀ ଆଉ ରାତି ୯ ଯାଏ ବେସରକାରୀ ଏକଥା ଆମେ କହୁନୁ ବରଂ କହୁଛନ୍ତି ଧର୍ମଶାଳାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ଏବଂ ତାଙ୍କର ସମ୍ପର୍କୀୟ ମାନେ ।
ଘଟଣାରୁ ପ୍ରକାଶ ଯେ-ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ଚାଲିଛି ୧୦ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ହେଲେ କିନ୍ତୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମାନେ ଡିଉଟି କାରନ୍ତି ଧର୍ମଶାଳାରେ । ଏଠି ଡାକ୍ତର ଅଭାବ ଏଠି ନିରାମୟ ଯୋଜନା ନାମକୁ ମାତ୍ର ,ବ୍ୟାନର ପୋଷ୍ଟର ଲଗା ହେଇଛି ଅତି ସୁନ୍ଦର ମାତ୍ର ରୋଗିଙ୍କୁ ଶୋଷଣ କରିବାରେ କେବେ କମ୍ ପଡୁନି ମେଡିକାଲ କତୃପକ୍ଷ ଙ୍କର । ଏଠି ବଡ ବଡ ମାଛଙ୍କ ଜରିଆରେ ଚାଲୁଛି ଧର୍ମଶାଳା ଡାକ୍ତରଖାନା । ସରକାର ଆମର ଅଛିତ କିଏ କଣ କରିବ ନ୍ୟାୟରେ ବେଧଡକ ଭାବରେ କାମ ଚଳାଉଛନ୍ତି ଆମ ଦ୍ୱିତୀୟ ବଗବାନ ମାନୁଥିବା ଡାକ୍ତର ବାବୁମାନେ । ପଚାରିଲେ କହନ୍ତି “ଆମର ଡର କାହାକୁ ନା ଭୟ କାହାକୁ ବିଜେଡି ସରକାର ଅଛନ୍ତି ଚଉବାହାକୁ” । ଏଇ କଥାକୁ ନେଇ ଡାକ୍ତରଖାନା ଚଳାଇଛନ୍ତି ଆମ ଡାକ୍ତର ବାବୁ ଓ ନର୍ସ ମାନେ । ଡାକ୍ତର ବାବୁ ମାନେ କହୁଛନ୍ତି ଆମେ ଯେତିକି ଦରକାର ସେତିକି ଦେଖିବୁ ଫଳରେ କେଉଁଠି ସିକ୍ୟୁରିଟି ମାନେ ସେବା କଲେଣିତ ଆଉ କେଉଁଠି ଫାର୍ମାସିଷ୍ଟ, ବାକି ରହିଲେ ଆମ ମେଡିକାଲର ନର୍ସ ମାନେ ଏମାନେ ଚଳାଉଛନ୍ତି ପ୍ରସୂୁତି ବିଭାଗ, ଏମାନଙ୍କ ପାଓାର କିନ୍ତୁ ସବୁଠୁ ଅଧିକ ପ୍ରଥମେ ଚୁକ୍ତି ଦ୍ୱିତୀୟରେ ସେବା । ପଇସା ଦେଲେ ରୋଗୀକୁ ପ୍ରସବ ଏଇଠି କରିଦେବୁ ନେଚତ୍ ଆମ୍ବେ କଟକ ପଠାଇ ଦେବୁ , କଣ କରିବେ ବିଚରା ରୋଗୀ ବାସନ କୁସୁନ ବିକ୍ରି କରି ଆସିଥାଉ ଆବା ସୁନା ବିକ୍ରି କରି ଜୀବନ ଆଗେ ଯୋଗୁ ବାଧ୍ୟ ହୋଇ ଏମାନଙ୍କ କଥାରେ ରାଜି ହୋଇ ରୋଗୀକ ସ୍ୱାସ୍ଥ୍ୟକୁ ଭଲକରି ନେବାର ନଜର ଅଛି । ଜଣେ ରୋଗୀ ଇଞ୍ଜେକସନ୍ ଟିଏ ନେବାକୁ ହେଲେ ବି ନର୍ସ ହେଉ ବା ଫାର୍ମାଶିଷ୍ଟ ହେଉ ୩୦ ଟଙ୍କା ଦେବାକୁ ପଡୁଛି । ସାମନ୍ୟ ମୁଣ୍ଡା ଫାଟିଥିଲେ ଷ୍ଟିଜ ପାଇଁ ଦେବାକୁ ପଡୁଛି ୨୦୦ଶହ ଟଙ୍କା । ଡାକ୍ତର ମାନେ ୫ଟା ପରେ ସରକାରୀ କ୍ୱାଟରରେ ଫିସ ନେଇ ରୋଗୀ ଦେଖିଲେଣି ଘରଭଡା ପଡିଲାନି ଦ୍ୱିତୀୟ ରୋଜଗାର ମଧ୍ୟ ଖୋଲିଗଲା । ରୋଗୀ ଦେଖା ପିସ୍ ୧୦୦ ଟଙ୍କା ଦିନ ୫ରୁ ରାତି୧୦ ଯାଏ ରୋଗୀ ଦେଖିଦେଲେତ ହୋଇଗଲା ୫ହଜାର । ଏ କିଭଳି ମେଡିକାଲ ଚାଲିଛି ଧର୍ମଶାଳା ରେ ଏ ପଟେ ନିରାମୟ ନାମକୁ ମାତ୍ର କିଛି ଔଷଧ ଥିଲେ କିଛି ନାହିଁ ବାଧ୍ୟ ହେଉଛନ୍ତି ବାହାର ଦୋକାନରୁ କିଣିବାକୁ ସେଥିରେ ବି ଔଷଧ ଦୋକାନୀ ଭାଗ ଦେଉଛନ୍ତି ଡାକ୍ତର ବାବୁଙ୍କୁ । ନଚେତ୍ ଅଲଗା ଦୋକାନକୁ ଚାଲିଯିବେ ରୋଗୀ କଣ କରିବେ ଆଜ୍ଞା ଭାଇଚାରା ରେ ବନ୍ଧା ଏଇ ସ୍ୱାସ୍ଥ୍ୟ କେନ୍ଦ୍ର । ମନଇଛା ଚାଲିଛି କର୍ମଚାରୀଙ୍କ ସେବା କିଏ ଉଖାଡିବ ଏମାନଙ୍କୁ ଏମାନେ ପରା ବିଜେଡି ସରକାର ଙ୍କ ଲୋକ । ମାସରେ ଥରେ ଏଠି ଚାଲେ ରୋଗୀ କଲ୍ୟାଣ ସମିତି ମିଟିଙ୍ଗ । ସେଦିନ ଭାରି ସଫା ସୁତୁରା ଆଉ ବେଡ ଗୁଡିକ କିସୁନ୍ଦର ହେଲେ ମିଟିଙ୍ଗ ପରେ ଯେଉଁକଥାକୁ ସେଇଆ । ରୋଗୀ କଳ୍ୟାଣ ସମିତି ପଇସା ଯାଉଛି କୁଆଡେ, କଣ ପାଇଁ ରୋଗୀକୁ ଖାଦ୍ୟ ମିଳୁନାହିଁ ।ଏସବୁ ର ସମାଧାନ ନିମନ୍ତେ ଉପରସ୍ତ ଅଧିକାରୀ ଙ୍କ ନଜର କଣପାଇଁ ପଡୁନାହିଁ ନା ସେବି ଏଥିରେ ସାମିଲ ଅଛନ୍ତି । ଏହା ବୁଦ୍ଧିଜିବୀ ମାନଙ୍କ ସନେ୍ଦହ ହୋଇ ପଡିଛି ଗତ କିଛିଦିନ ତଳେ ରୋଗୀ ମାନଙ୍କ ଅବହେଳା ପାଇଁ ଅନେକ କିଛି ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ସାଧାରଣଜନତା । ଏହି ରାଜନିତି ପଶାପାଲିରେ ଭୂଲକାହାର ନବାଛି ପୋଲିସ ଗିରଫ କରିଥିଲା ସାଧାରଣ ଲୋକଙ୍କୁ । ବିଚାର କରନ୍ତୁ ଏଠି ଡାକ୍ତର ଖାନାରେ ବି ରାଜନିତୀ ବାହାରେ ସରକାର । ଏଠି ଡାକ୍ତର ଦେଇପାରୁନି, କେବେଠାରୁ ଏଠି ଗାଇନିଙ୍ଗ ଡାକ୍ତର ନାହିଁ, ପେଡିଆଟିକ୍ ଡାକ୍ତର ନାହାନ୍ତି ହେଲେ ରାଜନିତୀ ଜୋର । ଏଥିରେ ବହୁ ଅସୁବିଧା ସହି ଧର୍ମଶାଳା ଅଂଚଳ ରୋଗୀ ମାନେ ଘରୋଇ ଡାକ୍ତର ଖାନାରେ ଚିକିସôିତ ହେଉଛନ୍ତି । ଏଥିପ୍ରତି ଉଚ୍ଚ କତୃପକ୍ଷ ନଜର ଦେଇ ତୁରନ୍ତ ଡାକ୍ତର ସମସ୍ୟା ସହିତ ଅନ୍ୟାନ ସମସ୍ତ ସମସ୍ୟାକୁ ସମାଧାନ କରିବାକୁ ଦବି ହେଉଛି । ନଚେତ ଆଗାମୀ ଦିନରେ ବହୁତ ବଡ ଜନଆନେ୍ଦାଳନ ହେବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।
Related Posts
About The Author