ଯାଜପୁର, ୨୧/୦୯ (ସନ୍ଧାନ ନ୍ୟୁଜ): କନ୍ୟାର ସହନଶୀଳତା ରହିଛି । ସେ ଅନେକ ଯନ୍ତ୍ରଣା ସହିପାରେ ତେଣୁ କନ୍ୟା କେବେ ଆପେ ଆପେ ମରି ନପାରେ । ତାକୁ ଆତ୍ମହତ୍ୟା କରିବାକୁ ପରିସ୍ଥିତି ବାଧ୍ୟ କରି ଥାଏ କିମ୍ବା ମାରି ଦିଆଯାଇ ଥାଏ । ଧର୍ମଶାଳାର ସୁନାଝିଅ ଭାବେ ପରିଚିତ ରେଜାଲିନ ପାତ୍ରଙ୍କ ହତ୍ୟା ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ଓଡିଶା ରାଜ୍ୟପାଳ ଗଣେଷୀ ଲାଲ ଆବେଗପୂର୍ଣ୍ଣ ଉଦବେଗ ଉପସ୍ଥିତ ପ୍ରଶାସନିକ ଅଧିକାରୀ ଏବଂ ପ୍ରତିନିଧି ଦଳ ପାଇଁ ଆବେଗମୟ ପରିବେଶ ସୃଷ୍ଟି କରିଥିଲା । ଶୁକ୍ରବାର ରାଜଭବନରେ ଛାତ୍ରୀ ରୋଜାଲିନ ପାତ୍ର ହତ୍ୟା ଅଭିଯୋଗରେ ପୋଲିସ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ନଥିବାର ପ୍ରମାଣଯୋଗ୍ୟ ତଥ୍ୟ ସହ ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲା । ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ପଲିଟେକନିକ କଳେଜ ରଗଡିରେ ରୋଜାଲିନ ପାଠ ପଢୁଥିଲେ । ସେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁରର ଷେଣ୍ଡପୁର ଗ୍ରାମର ଗରୀବ ଦିନ ମଜୁରିଆ ଅମୂଲ୍ୟ ପାତ୍ରଙ୍କ ଝିଅ । ରୋଜାଲିନଙ୍କୁ ହତ୍ୟା କରାଯାଇ ତାଙ୍କର ମୃତ୍ୟୁକୁ ଆତ୍ମହତ୍ୟାର ରୂପ ଦେବାପାଇଁ କଲେଜ ହଷ୍ଟେଲରେ ବେକରେ ରସି ଲଗାଇ ଟାଙ୍ଗି ଦିଆଯାଇ ଥିବାର ତାଙ୍କର ବାପା କୋରେଇ ଥାନାରେ ଗତ ତା୨୮.୦୩.୨୩ ରିଖରେ ଏତଲା ପ୍ରଦାନ କରିଥିଲେ । ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୦୨, ୨୯୪, ୫୦୭, ୩୪ ଧାରାରେ ଏଥିନେଇ ଏତଲା ନଂ-୮୦/୨୩ ରୁଜୁ ହୋଇଥିଲା । ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନକରି ସୁରକ୍ଷା ଦେଉଥିବା ନେଇ ଧର୍ମଶାଳା ଅଂଚଳରେ ତିବ୍ର ଜନଅସନ୍ତୋଷ ପ୍ରକାଶ ପାଇଥିଲା । ଘଟଣାରେ ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳ ହସ୍ତକ୍ଷେପ କରି ଏଥିନେଇ ମୁଖ୍ୟମନ୍ତ୍ରୀ ଏବଂ ଯାଜପୁର ଏସ.ପିଙ୍କ ଉପରେ ବିଶ୍ୱାସ ରଖିବାକୁ
ନିବେଦନ କରିଥିଲେ । ଏହାପରେ ଲୋକେ ଏଥିନେଇ ମୁଖ୍ୟମନ୍ତ୍ରୀ ଓ ଏସ.ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଯାଜପୁର ଏସ.ପି ଭିନିତ ଅଗ୍ରୱାଲଙ୍କ ସହ ସତୀଶଙ୍କ ନେତୃତ୍ୱରେ ଯାଇଥିବା ଏକ ପ୍ରତିନିଧି ଦଳର ଗତ ୯ ମେ ରେ ଆଲୋଚନା ହୋଇଥିଲା । ଏଥିରେ ସମୁଦାୟ ଘଟଣା ଶୁଣିବା ପରେ ଯାଜପୁର ଏସ.ପି ଭାବପ୍ରବଣ ହୋଇ ପଡିବା ସହ ନିଜେ ପ୍ରତ୍ୟକ୍ଷ ଭାବେ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହାପରେ ବି ଏସ.ପିଙ୍କ ପ୍ରତିଶୃତି ମୁତାବକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ପୁନଶ୍ଚ ଗତ ୨୨ ଜୁନରେ ଯାଜପୁର ଏସ.ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତୀଶଙ୍କ ନେତୃତ୍ୱରେ ସ୍ଥାନୀୟ ଅଂଚଳବାସୀଙ୍କ ତରଫରୁ ବଡ ଧରଣର ଗଣ ଆମରଣ ଅନଶନ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା । ଏହିଦିନ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଅନଶନକାରୀଙ୍କ ଦୀର୍ଘ ଆଲୋଚନାରେ ନିଶ୍ଚୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ତରଫରୁ ପ୍ରତିଶୃତି ମିଳିଥିଲା । ଏହାପରେ କୌଣସି ସୁଫଳ ମିଳି ନଥିଲା । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପୂର୍ବରୁ ହୋଇଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିଥିଲେ । ଯାଜପୁର ଏସ.ଡି.ପି.ଓ ସଂଜୟ ପଟ୍ଟନାୟକ ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦେଇଥିବା ରିପୋର୍ଟରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାର ଉଦ୍ୟମ କରି ମୁଖ୍ୟମନ୍ତ୍ରୀଙ୍କ ଫାଇବ ଟି ବ୍ୟବସ୍ଥାକୁ ଖାତିର କରୁ ନଥିବାର ସ୍ପଷ୍ଟ କରିଛନ୍ତି ବୋଲି ପ୍ରତିନିଧି ଦଳ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ ପରେ ବି ପୋଲିସ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ନେଇ ରାଜ୍ୟପାଳ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଏଥିନେଇ ଠୋସ ପଦକ୍ଷେପ ଗ୍ରହଣ କରିବେ ବୋଲି ଦୃଢ ପ୍ରତିଶୃତି ପ୍ରଦାନ କରିଥିଲେ । ଏଥିନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବାକୁ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଯାଜପୁର ଜିଲ୍ଲାପାଳ ଏବଂ ଏସ.ପିଙ୍କ ଉପରେ ଦୃଢ ଆସ୍ଥା ଥିଲେ ମଧ୍ୟ ଘଟଣାରେ ନ୍ୟାୟ ମିଳୁ ନଥିବାରୁ ଘଟଣା ନେଇ ଅବସରପ୍ରାପ୍ତ ବିଚାରପତି, କ୍ରାଇମବ୍ରାଂଚ କିମ୍ବା ପୋଲିସ ଡି,ଜିଙ୍କ ପ୍ରତ୍ୟକ୍ଷତ୍ତତତ୍ତ୍ୱାବଧାନରେ ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ସତୀଶ ଅନୁରୋଧ କରିଥିଲେ । ରୋଜାଲିନଙ୍କ ମୃତ୍ୟୁକୁ ଯଦି ପୋଲିସ ଆତ୍ମହତ୍ୟା ବୋଲି କହୁଛି ତେବେ ଆତ୍ମହତ୍ୟାର କାରଣ ନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ କାହିଁକି ପଛଘୁଂଚା ଦେଉଛି ବୋଲି ସତୀଶ ପ୍ରଶ୍ନ ଉଠାଇଛନ୍ତି । ଏହି ପ୍ରତିନିଧି ଦଳରେ ରୋଜାଲିନଙ୍କ ବାପା ଅମୂଲ୍ୟ ପାତ୍ର, ତାଙ୍କର ମାଆ ଟିକି ପାତ୍ର, ସଂଗଠକ ଅଶୋକ ସାମଲ, ସାମ୍ବାଦିକ କାର୍ତ୍ତିକ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।
ଧର୍ମଶାଳାର ରୋଜାଲିନ ହତ୍ୟା ଅଭିଯୋଗରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କନ୍ୟା ଆପେ ଆପେ ମରି ନପାରେ- ରାଜ୍ୟପାଳ
|
September 23, 2023 |