ଧର୍ମଶାଳାର ପୂର୍ବତନ ବିଧାୟକ ରବିଲାବନ୍ୟଙ୍କ ସ୍ୱପ୍ନ ପୁରଣ ପାଇଁ ଦୁଇ ପୁଅ ନୂତନ ଜିଲ୍ଲାପାଳଙ୍କ ନିକଟରେ ସ୍ୱର୍ଗଦ୍ୱାର ନିର୍ମାଣ ପାଇଁ ଦାବିପତ୍ର ଦେଲେ

Spread the love

ଯାଜପୁର ସଦର, ୦୭ା୦୨: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର କର୍ମବୀର ସ୍ୱର୍ଗତ ବଧାୟକ ରବିଲାବନ୍ୟ ଧର୍ମଶାଳାର ଉନ୍ନତୀ ପାଇଁ ଶ୍ରୀ ଲାବନ୍ୟ ଲଢ଼େଇ କରିଥିବା ବେଳେ, ଯାଜପୁର ପୂର୍ବତନ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋରଙ୍କ ନିକଟରେ ଗୋକର୍ଣ୍ଣେଶ୍ୱର ସ୍ୱର୍ଗଦ୍ୱାର ନିର୍ମାଣ କରିବା ପାଇଁ ଦାବି କରିଥିଲେ । ଯାହାକି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର ଶ୍ରୀ ଲାବନ୍ୟଙ୍କ ଦାବିକୁ ପୂରଣ କରିବା ପାଇଁ ଗୋକର୍ଣ୍ଣେଶଯବର ମନ୍ଦିର ନିକଟରେ ସ୍ୱର୍ଗଦ୍ୱାର ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା । ସ୍ୱର୍ଗଦ୍ୱାର ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେବାରୁ ସ୍ୱର୍ଗତଃ ଲାବନ୍ୟଙ୍କ ଦୁଇ ପୁଅ ବଳଭଦ୍ର ଦାଶ ଏବଂ କନିଷ୍ଠ ପୁତ୍ର ଶ୍ୟାମ ସୁନ୍ଦର ଦାଶ ନୂତନ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କୁ ସାକ୍ଷାତ କରି ବାପାଙ୍କ ସ୍ୱପ୍ନକୁ ପୂରଣ କରିବା ଲାଗି ପୂର୍ବତନ ଜିଲ୍ଲାପାଳ ଯୋଗାଇ ଦେଇଥିବା ଜମି ଉପରେ ନିର୍ମାଣ ଲାଗି ଦାବିପତ୍ର ପ୍ରଦାନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବତନ ଜିଲ୍ଲାପାଳ ଅର୍ଥ ମଞ୍ଜୁର କରିବା ସହିତ ସ୍ୱର୍ଗଦ୍ୱାର ନିର୍ମାଣ କରିବା ପାଇଁ ଜମି ଯୋଗାଇ ଦେଇଥିଲେ । ଶ୍ରୀ ଲାବନ୍ୟଙ୍କ ଦୁଇପୁଅ ସ୍ୱର୍ଗଦ୍ୱାର ବିଳମ୍ବିତକୁ ନେଇ ଅସନ୍ତୋଷ ପ୍ରକାସ କରିବା ସହିତ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ଏ ଅଞ୍ଚଳବାସୀ ମାନଙ୍କ ପାଇଁ ସ୍ୱର୍ଗଦ୍ୱାର ନିର୍ମାଣ କରାଗଲେ ଉପକୃତ ହେବା ସହିତ ବାପାଙ୍କ ସ୍ୱପ୍ନ ପୂରଣ ହେବ ବୋଲି ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ । ଏଠାରେ ସ୍ୱର୍ଗଦ୍ୱାର ନଥିବାରୁ ଏ ଅଞ୍ଚଳବାସୀ ନାହିଁ ନଥିବାର ସମ୍ମୁଖିନ ହେଉଛନ୍ତି । ସ୍ୱର୍ଗତ ଲାବନ୍ୟ ୨୦୨୧ରେ ପୂର୍ବତନ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋରଙ୍କୁ ସାକ୍ଷାତ କରି ଗୋକର୍ଣ୍ଣେଶ୍ୱର ସ୍ୱର୍ଗଦ୍ୱାର ନିର୍ମାଣ କରିବା ପାଇଁ ଦାବି କରିଥିଲେ । ଗୋକର୍ଣ୍ଣେଶ୍ୱର ନିକଟରେ ଥିବା ଅଢ଼େଇ ଏକର ଜମି ସ୍ୱର୍ଗଦ୍ୱାର ନିର୍ମାଣ ପାଇଁ ପ୍ରଦାନ କରିଥିଲେ । ଜିଲ୍ଲାପ୍ରଶାସନ ପକ୍ଷରୁ ନିର୍ମାଣ କାମ କରାଯିବା ଲାଗି ୧୦ଲକ୍ଷ ଟଙ୍କା ବ୍ଲକ ପ୍ରଶାସନ ପକ୍ଷରୁ ଆଉ ୧୦ଲକ୍ଷ ଟଙ୍କା ମଞ୍ଜୁର କରାଯିବା ପାଇଁ ସ୍ୱର୍ଗଦ୍ୱାର ନିର୍ମାଣ କାର୍ଯ୍ୟକରାଯିବା ପାଇଁ ଜିଲ୍ଲାପାଳ ଗତ ତା ୧୭/୦୭/୨୦୨୩ ପତ୍ର ସଂଖ୍ୟା ୪୯୭୯ ଧର୍ମଶାଳାର ବିଡ଼ିଓଙ୍କୁ ନିର୍ଦ୍ଧେଷ ଦେଇଥିଲେ । ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଧର୍ମଶାଳା ବିଡ଼ିଓ ଦେବେନ୍ଦ୍ର ବଳ ପ୍ରତିଶୃତି ଦେଇଥିବା ବେଳେ, ଏପର୍ଯ୍ୟନ୍ତ ସ୍ୱର୍ଗଦ୍ୱାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାନଯିବାରୁ ସ୍ୱର୍ଗତଃ ଲାବନ୍ୟଙ୍କ ଦୁଇପୁଅ ବଳଭଦ୍ର ଦାଶ, ଶ୍ୟାମସୁନ୍ଦର ଦାଶ ଯାଜପୁର ନୂତନ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ନିଟରେ ଅଭିଯୋଗ କରିଥେôଲ । ଗତ ଅକ୍ଟୋବର ୩୦ତାରିଖରେ ରବିଲାବନ୍ୟଙ୍କ ପରଲୋକ ହେବାରୁ ସ୍ୱର୍ଗଦ୍ୱାର ନିର୍ମାଣ କାର୍ଯ୍ୟ ଶିଘ୍ର ଆରମ୍ଭ କରାଯିବା ସହିତ ଏହା ଉପରେ ପଦକ୍ଷେପ ନେବାଲାଗି ନୂତନ ଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ଜଣାଯାଇଚି ।

Related Posts

About The Author

Add Comment