ଯାଜପୁର ସଦର, ୧୭ା୦୩: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବରିଷ୍ଠ ସ୍ୱାଧିନତା ସଂଗ୍ରାମୀ ପୂର୍ବତନ ବିଧାୟକ ଧର୍ମଶାଳାର କର୍ମବୀର ପରମାନନ୍ଦ ମହାନ୍ତିଙ୍କ ପ୍ରତିମୃର୍ତ୍ତିକୁ ମାନ୍ୟବର ମନ୍ତ୍ରୀ ଉନ୍ମୋଚନ କଲେ । ଏହି ଅବସରରେ ପଶୁ ଜନସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାମ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ୱାଧିନତା ସଂଗ୍ରାମୀ ଧର୍ମଶାଳର କର୍ମବୀର ଶ୍ରୀଯୁକ୍ତ ପରମାନନ୍ଦ ମହାନ୍ତିଙ୍କ ପ୍ରତିମୃର୍ତ୍ତି ଉନ୍ମୋଚନରେ ଯୋଗଦାନ କରିଥିଲେ । ରସୁଲପୁର ବ୍ଲକ ଅନ୍ତର୍ଗନ ଶିବନ୍ତପୁର ପଂଚାୟତ ଜୋକଡିଆ ମତ୍ସ୍ୟଜିବୀ ସମଦାୟ ସମିତି କାର୍ଯ୍ୟାଳୟ ପରିଶରରେ ସମବାୟ ସମିତିର ପ୍ରତିଷ୍ଠାତା ସ୍ୱର୍ଗତଃ ପରମାନନ୍ଦ ମହାନ୍ତୀ ପ୍ରତିମୃର୍ତ୍ତିକୁ ମାନ୍ୟବର ମନ୍ତ୍ରୀ ଏହାକୁ ଉଦ୍ଘାଟନ କରିଥିଲେ । ସମ୍ମାନୀୟ ଅତିଥି ଧର୍ମଶାଳାର କର୍ମବୀର ଯୁବ ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗଦାନ କରିଥିଲେ । କୋରେଇ ବିଧାୟକ ଅଶୋକ ବଳ ଯୋଗଦାନ କରିଥିଲେ । ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ ଯୋଗଦେଇଥିବା ବେଳେ, ସ୍ୱର୍ଗତଃ ମହାନ୍ତିଙ୍କ ପ୍ରତିମୃର୍ତ୍ତିରେ ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଦିଆନଛକ ନିକଟରେ ଖରସ୍ରୋତା ନଦୀ କୂଳରେ ଜିଲ୍ଲା ମତ୍ସ୍ୟ ବିଭାଗ ଏବଂ ଜୋକଡିଆ ସମବାୟ ସମିତି ଆନୁକୁଲ୍ୟରେ ଏକ ସଭା ଆୟୋଜନ କରାଯାଇଥିଲେ । ଇଞ୍ଜିନିୟର ବିଶ୍ୱଜିତ ମହାନ୍ତି ଏହି ସଭାରେ ଅଧ୍ୟକ୍ଷତା କରିଥିବା ବେଳେ, ଧର୍ମଶାଳାର କର୍ମବୀରଙ୍କ ଜ୍ୟେଷ୍ଠ ପୁତ୍ର ଅଚ୍ୟୁତାନନ୍ଦ ମହାନ୍ତି ଜୋକଡିଆ ସମବାୟ ସମିତି ଗଠନ ଧର୍ମଶାଳର ରାଜନୈତିକ ଜୀବନ ଉପରେ ତାଙ୍କ ବଡ଼ପୁଅ ବକ୍ତବ୍ୟ ରଖିଥିଲେ । ନଦୀରେ ବୁଡ଼ିଯାଉଥିବାରୁ ଜୀବନ ରକ୍ଷା କରିଥିବାରୁ ସମାଜସେବୀ ରେଜେନ୍ଦ୍ର ବିଶ୍ୱାଳ ଓ ଜଗଦିଶଙ୍କୁ ସମିତି ପକ୍ଷରୁ ଉପଢ଼ୌକନ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜୋକଡିଆ ସମବାୟ ସମିତିର ସମ୍ପାଦକ ବିମୃତ୍ତି ବିବରଣୀ ପାଠ କରିଥିବା ବେଳେ, ଶିକ୍ଷାବିତ ଚନ୍ଦ୍ରଶେଖର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବନ୍ଦେ ଉତ୍କଳ ଜନନୀ ସଂଙ୍ଗୀତ ଗାନ କରାଯଅଇଥିଲା । ଏକ ବାଇକ ଶୋଭାଯାତ୍ରାରେ ବାହାରି ଅତିଥି ମାନଙ୍କୁ ରସୁଲପୁର ବ୍ଲକ ସଭାପତି ମନୋଜ ପଣ୍ଡା, ପ୍ରତାପ ନାୟକ ଏକ ବାଇକ ଶୋଭାଯାତ୍ରାରେ ବାହରି ବାରବାଟୀ ଠାରୁ ଜୋକଡ଼ିଆ ପର୍ଯ୍ୟନ୍ତ ରାଲି କରାଯାଇଥିଲା । ଭଲ ପାଉଥିବା ସ୍ୱର୍ଗତଃ ପରମାନନ୍ଦ ମାହାନ୍ତିଙ୍କୁ ମନେ ପକାଇବା ପାଇଁ ତାଙ୍କର ହିତାକା„ୀ, ଶୁଭେତ୍ସୁ ବରିଷ୍ଠ ନାଗରିକ ମାନେ ଯୋଗଦାନ କରିଥିଲେ । ଏହି ଅବସରରେ ଜାତୀୟ ସଂଙ୍ଗୀତ ବନ୍ଦେ ଉତ୍କଳ ଜନନୀ କଣ୍ଠଶିଳ୍ପୀ
ଧର୍ମଶାଳାର ପୂର୍ବତନ ବିଧାୟକଙ୍କ ପ୍ରତିମୃର୍ତ୍ତିକୁ ମନ୍ତ୍ରୀ ଉନ୍ମୋଚନ କଲେ
|
March 21, 2023 |
