ଧର୍ମଶାଳାର ଅବହେଳିତ ଗ୍ରାମରେ ସାଧାରଣତନ୍ତ୍ର ଦିବସ

Spread the love

ଯାଜପୁର,୨୭/୧ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଂଜିରା ପଂଚାୟତର ବୁରୁସାହି ଗ୍ରାମ ଗୋଟିଏ ଚିରଅବହେଳିତ ଗ୍ରାମ । ଏଠାରେ ବିଦ୍ୟୁତସେବା, ରାସ୍ତା, ସ୍କୁଲ, ପାଣି ଆଦି ସମସ୍ତ ସମସ୍ୟା ନେଇ ଦୁଇବର୍ଷ ତଳେ ଗଣମାଧ୍ୟମରେ ମୁଖ୍ୟ ପ୍ରସଙ୍ଗ ହୋଇଥିଲା । ଏଭଳି ଏକ ଗ୍ରାମରେ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଜାତୀୟ ପତାକା ଉତ୍ତୋଳନ କରିବା ସହ ସାଧାରଣତନ୍ତ୍ର ଦିବସ ପାଳିଥିଲେ । ସମାଜରେ ପଛରେ ପଡିଥିବା ଦଃୁସ୍ଥ, ଅବହେଳିତ, ଦଃୁଖୀ ମଣିଷଙ୍କ ନିକଟରେ ସମସ୍ତ ପ୍ରକାର ସରକାରୀ ଯୋଜନାର ସୁଫଳ ପହଞ୍ଚôବା ଏବଂ ସେମାନେ ସ୍ୱାଭିମାନର ସହ ବଂଚିବା ହିଁ ସ୍ୱାଧୀନତାର ବାସ୍ତବ ସଫଳତା ବୋଲି ସତୀଶ ମତ ପ୍ରକାଶ କରିଥିଲେ । ଏହି ଗ୍ରାମର ଜନସାଧାରଣଙ୍କ ସହ ଦେଶର କଷ୍ଟଲବ୍ଧ ସ୍ୱାଧୀନତା ଏବଂ ସ୍ୱାଧୀନ ଭାରତରେ ସମସ୍ତଙ୍କୁ ସରକାରୀ ଯୋଜନାର ସୁଫଳ ମିଳିବା ନେଇ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ଗାଁର ବହୁ ଆଦିବାସୀ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ । ଏହି ଆଲୋଚନାରେ କାର୍ତ୍ତିକ ସ୍ୱାଇଁ ପ୍ରାରମ୍ବିକ ସୂଚନା ପ୍ରଦାନ କରିଥିବା ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହା ପୂର୍ବରୁ ସତୀଶ ବିଶ୍ୱାଳ ପଟୁଣିଆ ସ୍ୱାଭିମାନ ମଂଚ ତରଫରୁ ପଟୁଣିଆରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ଉସôବ ସମେତ ବିଭିନ୍ନ ସ୍ଥାନରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

Related Posts

About The Author

Add Comment