ଧର୍ମଶାଳାରେ ସତୀଶଙ୍କ ଅଭିଯାନ ରସୁଲପୁରକୁ ବ୍ୟାପିଲା; କଳାଟଙ୍କାର ଅଧିକାରୀମାନେ ନବୀନ ଆଦର୍ଶ ବିରୋଧୀ

Spread the love

ଯାଜପୁର, ୨୩/୧୨/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ଧର୍ମଶାଳା ବିଧାନସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ଏବଂ ଭ୍ରଷ୍ଟାଚାର ବିରୋଧରେ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳଙ୍କ ଅଭିଯାନ ଚଳାଇଛନ୍ତି । ଉନ୍ନୟନ କାର୍ଯ୍ୟରେ ହରିଲୁଟ, ଗରୀବମାନେ ସରକାରୀ ଯୋଜନାର ସୁଫଳରୁ ବଂଚିତ ହେବା, ଜନପ୍ରତିନିଧି ଓ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅଚଳାଚଳ କଳାଟଙ୍କାର ଅଧିକାରୀ ହେଉଥିବା ବେଳେ ସାଧାରଣ ଲୋକଙ୍କ ଆର୍ଥିକ ବିକାଶ ନହେବା, ଆତ୍ମ ନିଯୁକ୍ତି ନମିଳିବା, ବେକାରୀ ସମସ୍ୟା ଉକ୍ରଟ ହେବା ନେଇ ସତୀଶଙ୍କ ଏହି ଅଭିଯାନ ଜୋରଦାର ହେବା ସହ ଦିନକୁ ଦିନ ଗ୍ରହଣୀୟ ହେବାରେ ଲାଗିଛି ।
ମଙ୍ଗଳବାର ସତୀଶ ରସୁଲପୁର ବ୍ଲକ ଯାବରା ପଂଚାୟତରେ ଏହି ଅବସରରେ ଅନୁଷ୍ଠିତ ବୈଠକରେ ସିଧାସଳଖ କଳାଟଙ୍କାକୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ନିଜର ସରଳ, ସାଧାରଣ ଜୀବନଶୈଳୀ ପାଇଁ ସାଧାରଣରେ ଗ୍ରହଣୀୟ । ଗରୀବ ଲୋକଙ୍କ ପାଇଁ କାର୍ଯ୍ୟ କରିବା ଏବଂ ଦୁର୍ନିତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମୁଖ୍ୟମନ୍ତ୍ରୀଙ୍କ ମୂଳ ଲକ୍ଷ । ହେଲେ କଳାଟଙ୍କା ଲୋଭରେ ଥିବା ଜନପ୍ରତିନିଧି ଏବଂ ପ୍ରଶାସକ ମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଲକ୍ଷ ବିରୋଧରେ କାର୍ଯ୍ୟ କରୁଛନ୍ତି । ଜନପ୍ରତିନିଧିମାନେ ନିଜର ବିଳାସ, ସମ୍ପତି ବୃଦ୍ଧିରେ ଅଧିକ ଆଗ୍ରହ ପ୍ରକାଶ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନା ଏବଂ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସଫଳ ରୂପାୟନ ହୋଇପାରୁ ନାହିଁ । ଗରୀବ ମାନେ ଶୋଷଣ ଏବଂ ଅତ୍ୟାଚାରର ଶୀକାର ହେଉଛନ୍ତି । ପ୍ରତି ପଂଚାୟତରେ ଆଙ୍ଗୁଠି ଗଣତି କେଇଜଣ ଲୋକଙ୍କ ଅଚଳାଚଳ ସମ୍ପତି ବଢିଥିବା ବେଳେ ୯୫ ଭାଗ ଲୋକଙ୍କ କୌଣସି ପ୍ରକାର ଆର୍ଥିକ ବିକାଶ ହୋଇପାରୁ ନାହିଁ । ଗରୀବ ଲୋକେ ଆତ୍ମନିଯୁକ୍ତି ମଧ୍ୟ ପାଇପାରୁ ନାହାନ୍ତି । ଏହା ବିରୋଧରେ ସଂଗ୍ରାମ ପାଇଁ ଆହ୍ୱାନ ଦେବା ସହ ଜନପ୍ରତିନିଧିମାନେ ସମ୍ପତି ତାଲିକା ଦାଖଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ସତୀଶ ସ୍ୱାଗତ କରିଥିଲେ । ଏହି ଅବସରରେ ଯାବରା ସଚେତନ ସଂଗ୍ରାମୀ ମଂଚ ଗଢା ହୋଇଥିଲା । ସିଆଳିଆ ଗ୍ରାମରେ ଅନୁଷ୍ଠିତ ବୈଠକରେ ବହୁ ମହିଳା ଏବଂ ପୁରୁଷ ସତୀଶଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଧର୍ମଶାଳା ବ୍ଲକର ବିଭିନ୍ନ ପଂଚାୟତରେ ସତୀଶଙ୍କ ଏହି ଅଭିଯାନରେ ବୈଠକ ମାନ ଅନୁଷ୍ଠିତ ହେଉଥିବା ବେଳେ ଏବେ ରସୁଲପୁର ବ୍ଲକରୁ ଧର୍ମଶାଳା ବିଧାନସଭା କ୍ଷେତ୍ରରେ ଥିବା ୯ ପଂଚାୟତରେ ସତୀଶଙ୍କ ବୈଠକ ନେଇ ରାଜନୈତିକ ମହଲରେ ଜୋରଦାର ଆଲୋଚନା ହେଉଛି ।

 

Related Posts

About The Author

Add Comment