ଧର୍ମଶାଳା, ୧୮/୭(ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) ଯାଜପୁର ଜିଲ୍ଲା କରୋନା ରେଡ ଜୋନ ପାଲଟିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାର ଲାଗିପଡିଛନ୍ତି । ଏପରକି ଆଜି ଠାରୁ ପୁଣି ଯାଜପୁର ସମେତ ଅନ୍ୟ ୪ଟିଜିଲ୍ଲା ଏବଂ ରାଉରକେଲ ମୁନସିପାଲିଟ୍ କୁ ଲକ ଡାଉନ ଘୋଷଣା କରିବା ସହିତ ଅନେକ କଟକଣା କରିଛନ୍ତି । ଏହା ଭିତରେ ପୁଣି ଧର୍ମଶାଳା କମାଗଡରୁ ଜଣେ ଲୋକାଲ ୫୩ବର୍ଷିର୍ଆ ବ୍ୟକ୍ତି କରୋନା ପଜେଟିଭ ବାହାରିବା ପରେ ଚିନ୍ତାର ବିଷୟ ପାଲଟିଛି । ପୂର୍ବରୁ ଏହାର ନିକଟରେ ଜଣେ ବୃଦ୍ଧା ଅନ୍ୟ ସ୍ୱାସ୍ଥ୍ୟ ସମ୍ପର୍କିତ ଚିକିସôା ପାଇଁ ଯିବା ପରେ କରୋନା ପଜେଟିଭ ଆସିଥିଲା । ଆଜି ପୁଣି ସେହିଭଳି ଜଣେ କ୍ୟାନସର ରୋଗୀ ନିଜର ଚିକିସôା ପାଇଁ ଯିବା ପରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସେ କିଭଳି ଭୂତାଣୁ ସଂଯୋଗରେ ଆସିଛନ୍ତ ତାହାର ସନ୍ଧାନ ଚାଲିଥିବା ବେଳେ ସେମାନଙ୍କ ପରିବାର ବର୍ଗକୁ ସଙ୍ଗୋରୋଧରେ ରଖାଯାଇଛି । ପଂଚାୟତକୁ ସଟ ଡାଉନ ଘୋଷଣା ହେବା ଉପରେ ପ୍ରଶାସନିକ ଅଧିକାରୀଙ୍କ ସହିତ ବିଚାର ବିମର୍ଷ ଚାଲିଛି ବୋଲି ସୂଚନା ମିଳିଛି ।
ଧର୍ମଶାଳାରେ ପୁଣି ଜଣେ ଲୋକାଲ ପଜେଟିଭ, ବଢ଼ୁଛି ଚିନ୍ତା
|
July 18, 2020 |