ଧର୍ମଶାଳା ୨୪/୧୨ (ସନ୍ଧାନ ନିୟୁଜ) ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ଇଂ. ପ୍ରିତିରଞ୍ଜନ ଘଡାଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିି ପ୍ରସ୍ତର ସ୍ଥାପନ କରିଥିଲେ । ସମ୍ମାନିତ ଅତିଥିଭାବେ ମାନ୍ୟବର ବିଧାୟକ ଧର୍ମଶାଳା ପ୍ରଣବ କୁମାର ବଳବନ୍ତରାୟ ଓ ପାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଯୋଗଦେଇଥିଲେ । ପାଖାପାଖି ୨୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକ୍ରମ ଗାନ୍ଧିଛକ ଭାୟା ନୂଆପଡା, କାବଣିଆ, ହରଦେଇପୁର, ପାଟପୁର ରୋଡ ଠାରେ ବ୍ୟୟ ଅଟକଳ ୩କୋଟି ୮୮ ଲକ୍ଷ୍ୟ, ଜାମୁଝରୀ, ଭରତପୁର ରୋଡ ବ୍ୟୟ ଅଟକଳ ୫କୋଟି ୪୧ଲକ୍ଷ୍ୟ ଏବଂ ଶ୍ୟାମସୁନ୍ଦପୁର, ଚଉସଠୀପଡା, ବାଘୁଆ ରୋଡ ବ୍ୟୟ ଅଟକଳ ୮ କୋଟି ୧୫ ଲକ୍ଷ୍ୟ ବ୍ୟୟ ଅଟକଳରେ ଭିି ପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ କୁସ୍ତିରା ବ୍ରିଜ୍ ବ୍ୟୟ ଅଟକଳ ୧କୋଟି ୮୧ ଲକ୍ଷ୍ୟ, ଇମାମନଗର ବ୍ରିଜ୍ ବ୍ୟୟ ଅଟକଳ ୧କୋଟି ୧୫ଲକ୍ଷ୍ୟ ଟଙ୍କାର ଶୁଭ ଉଦ୍ଘାଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା, ସରପ ସଭ୍ୟ/ସଭ୍ୟା ଏବଂ ସମିତି ସଭ୍ୟ/ସଭ୍ୟା ଓ ସମସ୍ତ କର୍ମର୍କା ଉପସ୍ଥିତ ଥିଲେ ।
ଧର୍ମଶାଳାରେ ଉନ୍ନୟନ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ଓ ଭିିପ୍ରସ୍ତର ସ୍ଥାପନ
|
December 25, 2022 |



