କେନ୍ଦୁଝର, ୦୪/୦୯ /୨୦ (ସନ୍ଧାନ ନିଉଜ) ୧୨ ଜଣ ଶିକ୍ଷକଙ୍କୁ ଜାଲ ସାଟିଫିକେଟ ଚାକିରି କରିବା ମହଙ୍ଗା ପଡ଼ିଛି । କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଏମାନେ ଜାଲିଆତି ଶିକ୍ଷାଗତ ଯୋଗ୍ୟତା ଦେଇ ଶିକ୍ଷକତା କରୁଥିବାବେଳେ ଧରାପଡ଼ିଛନ୍ତି । ବିଳମ୍ବରେ ହେଲେ ମଧ୍ୟ ଶିକ୍ଷାବିଭାଗ ଏହି ଜାଲିଆତି ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସମୁଁ କ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ତେବେ ଏହି ଜାଲ ସାର୍ଟିଫିକେଟ ବାବଦରେ ପୂର୍ବରୁ ‘ସନ୍ଧାନ’ରେ ବହୁବାର ଖବର ପ୍ରକାଶ ପାଇଥିଲା। ଖୁବଶୀଘ୍ର ସେମାନେ ଗିରଫ ହେବାକୁ ଯାଉଥିବାରୁ ଏହି ବିବାଦୀୟ ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦୁଝର ଜିଲ୍ଲା । ରେ ବିଭିନ୍ନ , ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବି ପାଇଁ ୩ ବର୍ଷ ତଳେ ନିଯୁକ୍ତି ଦିଆଯାଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି ସମୟରେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିବା ପରେ ଚୟନ କରାଯାଇଥିଲା । ସାର୍ଟିଫିକେଟ୍ ଦେଇଥିଲେ ନିଯୁକ୍ତି ପାଇଥିଲେ କେତେକ ଶିକ୍ଷକ ଶିକ୍ଷୟିତ୍ରୀ ଜାଲି ଆତି କାଗଜପତ୍ର ଦେଇ ଚାକିରି କରୁଥିବା ଅଭିଯୋଗ ହୋଇଥିଲା । ଏହି ଶିକ୍ଷକଶିକ୍ଷୟିତ୍ରୀମାନେ ନିଯୁକ୍ତି ସମୟରେ କନିଷ୍ଠ ଶିକ୍ଷକ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ ମାନ୍ୟତା ହାସଲ କରିଥିଲେ । ୩ ବର୍ଷ ପରେ ସେମାନଙ୍କୁ କନିଷ୍ଠ ଶିକ୍ଷକ ମାନ୍ୟତା ମିଳିବାକୁ ଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା । ଜିଲ୍ଲା ଶିକ୍ଷା ସମୂହ ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମାଣପତ୍ର ଯାଞ୍ଚ କରିବା ପରେ ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ସହିତ ଯୋଗାଯୋଗ କରିଥିଲେ । ଫଳରେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜାଲିଆତି ବିଇଡି ଶିକ୍ଷାଗତ ସାର୍ଟିଫିକେଟ୍ ଦେଇଥିବା ଜଣାପଡିଥିଲା ।
ଜାଲିଆତି କରି ଧରାପଡ଼ିଥିବା ଯୋଡା ବ୍ଳକ୍ କିରିବୁରୁ ନୂତନ ପ୍ରାଥମିକ ବିଦ୍ୟାଳୟର ରତି କାନ୍ତ ଜେନା, ସାହାରପଡା ବ୍ଲକର କୁଣ୍ଡୁଳା ପ୍ରାଥମିକ ବିଦ୍ୟାଳୟର ପିତବାସୀ ରାଉତ ଗୌହାଟୀ ବିଶ୍ବ ବିଦ୍ୟାଳୟରୁ ବିଇଡି ସାର୍ଟିଫିକେଟ୍ ଆଣି ନିଯୁକ୍ତି ପାଇଥିଲେ । ସେହିପରି ସାହାରପଡା ବ୍ଲକର ବାଲିତୋଟା ୟୁଜିୟୁପି ସ୍କୁଲର ସୁଧୀଶୁ ଭୁଣେ ପୁହାଣ, ହରିଚନ୍ଦନପୁର ବ୍ଲ କର ଧରୁ ଡି ଆମ୍ବ, ୟୁଜିୟୁପି ସ୍କୁଲର ସସ୍ମିତା ମଲ୍ଲିକ୍ କୁରୁକ୍ଷେତ୍ର ବିଶ୍ୱ ବିଦ୍ୟାଳୟରୁ ବି ଇଡି ସାର୍ଟିଫିକେଟ୍ ଦେଇ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଥିଲେ । ବାଂଶପାଳ ବ୍ଲକ୍ର କୁଶକଳା ୟୁଜିୟୁପି ସ୍କୁଲର ଗୋପାଳକୃଷ୍ଣ ମହାନ୍ତି, ଅଞ୍ଜର ୟୁଜିୟୁପି ସ୍କୁଲର ଜଣେ ଶିକ୍ଷୟିତ୍ରୀ, ଘସିପୁରା ବ୍ଲକର ବାନରସେନା ନୂତନ ପ୍ରାଥମିକ ବିଦ୍ୟାଳୟର ସୁବାସିନୀ ଦାସ, ହରିଚନ୍ଦନପୁର ବ୍ଲକର ଜାମୁଯୋଡି ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟର ସ୍ଵାଗତି ସାହାଣୀ, ହାଟଡିହି ବ୍ଲକର ସୋସୋ ନୂତନ ପ୍ରାଥମିକ ବିଦ୍ୟାଳୟର ସୁ ଜି ତ କୁମାର ମହାନ୍ତି , ମଲ୍ଲୀପଶି ନୂତନ ପ୍ରାଥମିକ ବିଦ୍ୟାଳୟର ସୁନିତା ଦତ୍ତ, ଝୁମୁରା ବ୍ଲକର ବ୍ରାହ୍ମଣଜିରୀ ୟୁଜିୟୁପି ସ୍କୁଲର ଆଉଁ ତ୍ରାଣ ଜେନା ଏବଂ ପାଟଣା ବ୍ଲକର ନିଶ୍ଚି ଡପୁର ୟୁଜିୟୁପି ସ୍କୁଲର ଦେବାଶିଷ ସେନାପତି ଝାନସୀ ବୁନ୍ଦଲଖଣ୍ଡ ବିଶ୍ୱବିଦ୍ୟାଳୟରୁ ବିଇଡି ସାର୍ଟିଫିକେଟ୍ ଦେଇ ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ପ୍ରାୟ ୩ ବର୍ଷ ଚାକିରି କରିବା ପରେ ଏହି ଜାଲିଆତି ଧରାପଡିଛି । ସାର୍ଟିଫିକେଟ୍ ଜାଲିଆତି କରି ଚାକିରି କରିଥିବାରୁ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହିତ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଘସିପୁରା, ବଂଶପାଳ ଓ ହାଟଡିହି ବ୍ଲକ ଶିକ୍ଷାକାରୀ ଜାଲିଆତି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ ଥାନାରେ ଏତଲା ଦେଇଥିବା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ତଥା ଜିଲ୍ଲା ଶିକ୍ଷା ସମୂହର ସଂଯୋଜକଙ୍କୁ ଅବଗତ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ସମୂହର ସଂଯୋଜକ ଶ୍ରୀ ସେଠୀଙ୍କୁ ପଚାରିବାରୁ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଜାଲିଆତି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ବେଳେ ଉକ୍ତ ବିଶ୍ବ ବିଦ୍ୟାଳୟ ସହିତ ଯୋଗାଯୋଗ ପରେ ସେଭଳି କୌଣସି ଛାତ୍ରଛାତ୍ରୀ ବିଇଡି ଶିକ୍ଷା ଗ୍ରହଣ କରିନଥିବା ସୂଚନା ମିଳିଥିଲା । ତେଣୁ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ୭ ଦିନ ମଧ୍ୟରେ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ବିଇଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ ।