ଦ୍ୱିପାଞ୍ଚଳରେ ମଦମୃତ୍ୟୁ ଆଶଙ୍କା ; ସୀମା ଟପିଲାଣି ଚୋରା ମଦ କାରବାର ବିଭିନ୍ନ ସ୍ଥାନରେ ବ୍ୟାପକ ଚୋରା ମଦ କାରବାର,ଅବକାରୀ ବିଭାଗ ଜାଣି ନାହାନ୍ତି କି ?

Spread the love

ନିଶ୍ଚିତକୋଇଲି,୧୯ା୧୦(ସନ୍ଧାନ ନିୟୁଜ):-ଲୁଣା ଚିତ୍ରୋତ୍ପଳା ଦ୍ୱିପାଞ୍ଚଳ ତଥା ନେମାଳ ଥାନା ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ଚାଲିଛି । ମାତ୍ର ସମସ୍ତେ ଜାଣିଶୁଣି ନିରବଦ୍ରଷ୍ଟା ସାଜିଛନ୍ତି । ତେଣୁ ମଦମୃତୁ ଆଶଙ୍କା ଉପୁଜିଛି । ଅବକାରୀ ବିଭାଗ ଧରପଗଡ ଧର୍ମକୁ ଆଖିଠାର ସଦୃଶ ହୋଇଥିବା ବେଳେ ପୋଲିସର ପଦକ୍ଷପ ସଂପୂର୍ଣ୍ଣ ଶିଥିଳ ହୋଇଯାଇଛି । ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡରୁ ବିପୁଳ ପରିମାଣର ସ୍ପିରିଟ୍ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳକୁ ଆସୁଛି । ଗତ ବର୍ଷ ଜଣେ ବିଷାକ୍ତ ମଦପିଇ ମୃତୁ୍ୟ ବରଣ କରିଥିବାର ନଜିର ଥିବା ବେଳେ ପ୍ରଶାସନ ସତର୍କତା ଅବଲମ୍ବନ ନକରିବା ପରିତାପର ବିଷୟ ହୋଇଛି । ତଥାକଥିତ କୁଜିନେତାମାନେ ମଦ ବ୍ୟବସାୟକୁ ସଂପୂର୍ଣ୍ଣ ନିୟନ୍ତ୍ର୍ରଣ କରୁଛନ୍ତି । ଜିଲ୍ଲାପାଳଙ୍କୁ ଅନ୍ଧାରରେ ରଖାଯାଇ ମଦ ବ୍ୟବସାୟୀଙ୍କ ସହ ଅବକାରୀ ବିଭାଗର ପଦସ୍ଥ ଅଧିକାରୀମାନେ ହାତମିଳାଇ ଏଭଳି କାର୍ଯ୍ୟ କରୁଥିବା କାହାକୁ ଅଛପା ନାହିଁ ।ଏ ସଂକ୍ରାନ୍ତରେ ଅବକାରୀ ବିଭାଗର ଅଧିକାରିଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ଭେଟ ମିଳି ପାରୁ ନଥିବା ବେଳେ ଅନ୍ୟକର୍ମଚାରୀ ମାନେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି । ଏହି କାରାବାର ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନି ସ୍ଥାନରେ ଦିନକୁ ଦିନ ଚୋର ମଦକ ଦ୍ରବ୍ୟ ବେପାରୀଙ୍କ ସାମ୍ରାଜ୍ୟ ବଢି ଚାଲିଥିବା ଜଣାପଡିଛି । ଅବକାରୀ ବିଭାଗ ଏଥିପ୍ରତି ଦୃଷ୍ଟିପାତ କରୁ ନାହିଁ । ଜିଲ୍ଲା ଅଫିସର ଚାପରେ ସମୟେ ସମୟେ ନିଷ୍ଟିଷ୍ଟ ସ୍ଥାନରୁ କିଛି ମଦ ବେପାରୀଙ୍କୁ ଗିରଫ କରି ବାହା ବାହା ନେବାରେ ପଛାଉ ନାହିଁ । ଚୋରା ସ୍ପିରିଟ ,ମଦ ରୋକିବା ପାଇଁ ରାଜ୍ୟ ସରକାର ଯେଉଁସବୁ ପଦକ୍ଷପ ନେଇଛନ୍ତି ,ତାର ବାସ୍ତବ ସଫଳ ଉକ୍ତ ବ୍ଲକରେ ମିଳିନଥିବା ହେତୁ ଯେକୈାଣସି ମୁହୂର୍ତ୍ତରେ ମଦମୃତୁ୍ୟ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅବକାରୀ ବିଭାଗ କର୍ମଚାରୀଙ୍କ ଚୋରା ମଦ ବ୍ୟବସାୟୀଙ୍କ ସହ ଭିତିରି ସଂମ୍ପର୍କ ଯୋଗୁଁ ଏହି କାରାବାର ସ୍ଥାନିୟ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି । ବିଶେଷ କରି ନଗସପୁର ,ନେମାଳ,ବାବୁଜଙ୍ଗ, ଝାଡେଶ୍ୱରପୁର,ଜିଗିନପୁର,କେନ୍ଦୁପାଟଣା ଆଦି ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ଚାଲିଥିଲେ ମଧ୍ୟ କୈାଣସି ପଦକ୍ଷପ ନିଆଯାଉ ନାହିଁ ।ଏପରିକି ଉକ୍ତ ଗ୍ରାମରେ ସଂନ୍ଧ୍ୟ ପରେ ମଦୁଆଙ୍କ ଦୈାରାମ୍ୟ ବଢିବା ଯୋଗୁ ସ୍ଥାନିୟ ଅଞ୍ଚଳର ଜନସାଧାରଣ ନାହିଁନଥିବା ଅସୁବିଧାର ସମୁଖିନ ହେଉଛନ୍ତି ।ଏପରିକି ମଦ ପିଇ ରାସ୍ତାରେ ବୋତଲ ଭାଙ୍ଗିବା ଠାରୁ ଆରମ୍ବ କରି ଜନଗହଳି ସ୍ଥାନରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଦୈନଦିନର ଅଭ୍ୟସ ହୋଇଗଲାଣି ।ଉକ୍ତ ଘଟଣା ସଂପର୍କରେ ଅଭିଯୋଗ କରିବା ପାଇଁ ଲୋକେ ଭୟଭିତ ହେଉଥିବା ବେଳେ ବହୁ ସ୍ଥାନିୟ ଜନସାଧାରଣ ନିଜନିଜର ନାମକୁ ଗୁପ୍ତ ରଖି ଘଟଣା ସଂପର୍କରେ ପ୍ରକାଶ କରିଚନ୍ତି ।ସବୁପରେବି ଧର୍ମକୁ ଆଖି ଠାର ସଦୃସ ଲୋକଦେଖାଣିଆ ଭାବେ ଅବକାରୀ ବିଭାଗ କାଁଭାଁ ଚଢାଉ କରୁଥିଲେ ମଧ୍ୟ ଚୋରା ମଦ ବେପାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ବେଳେ ଏହି ସରକାରୀ କର୍ମଚାରୀ ମାନେ ହାତ ଚିକ୍କଣ ପାଇଁ ଚୋରା ମଦ ବେପାରୀଙ୍କ ସହ ଅସାଧୁ ମେଣ୍ଟ କରିଥିବା ସାଧାରଣରେ ଆଲୋଚନା ହେଉଛି ।

Related Posts

About The Author

Add Comment