ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ନୀତି ଓ ରଥଯାତ୍ରା

Spread the love

ବାରିପଦା/ରାଇରଙ୍ଗପୁର ୨୨/୦୬ (ସନ୍ଧାନ ନିଉଜ) କରୋନା ନଥିଲା ଏତେବେଳକୁ ଉକ୍ତ ପ୍ରାଣ ପୁଲକିତ ହୋଇଥାନ୍ତା । ନେତ୍ର ଉସବରେ ଭକ୍ତଙ୍କ ନେତ୍ର ପବିତ୍ର ହୋଇଥାନ୍ତା । ହେଲେ କରୋନା କଟକଣା ଯୋଗୁ ଠାକୁର ନବଜୌବନ ଦର୍ଶନ ଭକ୍ତ ମାନେ କରିପାରିଲେ ନାହଁ । ଦ୍ୱିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦାରେ ଶ୍ରୀ ମହାପ୍ରଭୁ ଜଗ୍ନନାଥ ,ଭଉଣୀ ; ସୁଭଦ୍ରା ଓ ବଡ ଭାଇ ବଳଭଦ୍ରଙ୍କର ଅଣସର ନିତି ଜୁନ ୧୯ ତାରିଖ ଶୁକ୍ରବାର ଦିନ ସମାପନ୍ନ ହୋଇ ଯାଇଛି । ନିତି ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ୭ଟାରୁ ୮ଟା ମଧରେ ନାଗରା ବାଜିବା ପରେ ସିଂହ ଦ୍ୱାର ଫିଟା ଯାଇଥିଲା । ଏହାପରେ ମନ୍ଦିର ର ସମସ୍ତ ପୁଜକ ତଥା ଅନ୍ୟାନ୍ୟ ସେବାୟତ ମାନେ , ସିଂହ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ତାପରେ ଗଙ୍ଗା , ଯମୁନା , ଜାୟା ବିଜୟା ଦ୍ୱାରର କବାଟ ଫିଟା ଯାଇଥିଲା । ସେଠାରେ ଗରୁଡ ପାଖରେ ଥାଇ ସମସ୍ତ ସେବାୟତ ଶ୍ରୀଯିୟୁ ମାନଙ୍କୁ ଦର୍ଶନ କରିବା ସହିତ ପ୍ରଣାମ କରିଥିଲେ । ସେଠାରେ ଶ୍ରୀଯିୟୁ ମାନଙ୍କୁ ଘଣ୍ଟ ଘଣ୍ଟା କାହାଳି ମୃଦଙ୍ଗ ସହିତ ଗୋଟି ପହଣ୍ଡିରେ ଆଣି ନାଟ ମଣ୍ଡପରେ ବିଜେ କରାଯାଇଥିଲା ନାଟ ମଣ୍ଡପରେ ଅଧିବାସ କରାଯାଇ ରାତ୍ରୀ ଭୋଗ ଲଗାହେବା ପରେ ପହଡ ପଡିଥିଲା ଶନିବାର ଦିନ ସକାଳୁ ୭ରୁ ୮ଟା ମଧରେ ତୁଳୀ କାରଙ୍କ ଦ୍ୱାରା ତିନି ଠାକୁରଙ୍କର ନେତ୍ର ଲାଗି କରାଯାଇଥିଲା । ସକାଳୁ ୯.୩୦ ରୁ ୧୧ଟା ମଧରେ ଦିନି ପୂଜା ପଣ୍ଡାଙ୍କ ଦ୍ୱାରା ମହୋସøଧୀ , ପଞ୍ଚକାବ୍ୟ ,ପଞ୍ଚାମୃତ ପଞ୍ଚକଶାୟ ଲାଗି କରାଯାଇ ଶ୍ରୀଯିୟୁଙ୍କ ପ୍ରତିବିମ୍ବରେ ୧୦୮ ଲୋଟା ଜଳ ଳାଗି କରାଯାଇଥିଲା ଏହାପରେ ସଂସ୍କାର କର୍ମ କରାଯାଇ ହୋମ ଜଜ୍ଞର ଆୟଜନ କରାଯାଇଥିଲା । ହୋମ ଜଜ୍ଞ ପରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ମୋଚନ ନିତି ଅନୁଷ୍ଠିତ ହୋଇଥିବା । ପରେ ପରେ ମହାପ୍ରଭୁଙ୍କ ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯାଇ , ବେଶକାରୀ ଓ ଉପବେଶ କାରୀଙ୍କ ଦ୍ବାରା ସୁନାବେଶ କରାଯାଇଥିଲା ମନ୍ଦିର ପରିଛ ଦୁର୍ଗାଚରଣ ଜିତ୍ ବାବୁ ଜଗନ୍ନାଥଙ୍କ ଆଜ୍ଞାମାଲ ନେଇ ପୁରହିତଙ୍କୁ ଦେଇଥିଲେ । ଆଜ୍ଞାମାଲ ପାଇଁ ପୁରୋହିତ ମନ୍ଦିର ଉଠା ସେବକଙ୍କୁ ଉତରା ନେତ୍ର ପ୍ରଦାନ କରିଥିଲେ । ଏହା ପରେ ସୁବାସିତ ଚନ୍ଦନ ଜଳ ସିଞ୍ଚନ କରାଯାଇ ଦେଉଲ ଉଠା ସେବକ ଦଷିଣ ଦ୍ୱାର ଦେଇ ମନ୍ଦିର ଉପରକୁ ଚଢି ନେତ ବାନ୍ଧିବା ପରେ ଜଗମୋହନ ମନ୍ଦିର ରେ ନେତ ବାନ୍ଧିଥିଲେ । ତତ୍ ପରେ ପୂର୍ଣ୍ଣ ମନ୍ଦିର ର ମନ୍ଦିର ବେଢା ପରିକ୍ରମା କରି ଜଗନ୍ନାଥ ଙ୍କୁ ପ୍ରଣତି ଦର୍ଶାଇବା ପରେ ନେତ୍ର ଉଉତ୍ସବ ନିତି ସଂପଣ୍ଣ ହୋଇଥିଲା । ବେଶ ପରତେ ମହାପ୍ରଭୁ ନବମୌବନ ଦର୍ଶନ ଦେଇଥିଲେ । ପରେ ପରେ ସୂର୍ଯ୍ୟ ପୂଜା ଓ ଅବକାଶ ନିତି ପରେ ଅପରହ୍ନରେ ବିନା ଭକ୍ତ ରେ ସାହାଣ ମେଲା ହୋଇଥିଲା । ତେବେ ରବିବାର ସୂର୍ଯ୍ୟ ପରାଗ ଥିବାରୁ ମହାପ୍ରଭୁଙ୍କ ନୀତି କାନ୍ତି ସଅଳ ସରିବାର ବ୍ୟବଶ୍ଥା କରାଯାଇଥିଲା । ମହାପ୍ରଭୁଙ୍କ ଠାରେ ନୀତି ସଂପର୍ଣ୍ଣ ପରେ ରାତି ୧୦ ସୁଧା ନୀତି କାନ୍ତି ପରେ ପହରେ ଆଳତୀ ପରେ ପହଡ ପଡିଥିଲା ବୋଲି ଜଗନ୍ନାଥଙ୍କର ପୂଜା ପଣ୍ଡା ଅରୁଣ କୁମାର ମିଶ୍ର ଦର୍ଶାଇ ଥିଲେ । ସୂର୍ଯ୍ୟ ପରାଗ ଯୋଗୁ ଦିନ ୨.୧୦ ମିନିଟ୍ ରେ ସୂର୍ଯ୍ୟ ପରାଗର ମୋକ୍ଷ ପରେ ମହାପ୍ରଭୁଙ୍କୁ ମହାସ୍ନାନ ପରେ ଦେଉଳକୁ ପଞ୍ଚାମୃତ ସିଞ୍ଚନ କରାଯାଇଥିଲା ୨୨ ରେ ମହାପ୍ରଭୁଙ୍କ ସୋଭା ଯାତ୍ରା ଥିବା ବେଳେ ଆଶାଢ ମାସ ଶୁକ୍ଲପକ୍ଷ ଦ୍ୱତୀୟା ରେ ଜୁନ ୨୩ ତାରିଖରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଥିବାରୁ ପରମ୍ପରା ଅନାଯାୟୀ ସେଦିନ ମହାପ୍ରଭୁ ଗୋଟି ପାହୁଣ୍ଡି ରଥ ଉପରେ ବିଜେ କରିଥାନ୍ତି । ମାତ୍ର ଚଳିତ ବର୍ଷ କରୋନା କତକଣା ଓ ମାନ୍ୟବର ସୁପ୍ରିମ୍ କୋର୍ଟର ନିଦେର୍ଶ ଅନୁଶାରେ ରଥଯାତ୍ରା ବନ୍ଦ ହେଉଥିବାରୁ ମହାପ୍ରଭୁ ରଥଭିଡା ହୋଇ ପାରିବ ନାହିଁ । ତେବେ ମନ୍ଦିର ପ୍ରାଙ୍ଗଣରେ କିପରି ରଥଯାତ୍ରା ହେବ ତାହା ସ୍ଥିର ହୋଇନାହିଁ । ପରନ୍ତୁ ସେବାୟତ ମାନେ ସୂତନ୍ତ୍ର ସଗତିରେ ଦେଉଳ ଭିତରେ ରଥଯାତ୍ରାର ପ୍ରସ୍ଥାବ ଦେଇଥିଲା ବେଳେ ଦେବଦତ ପ୍ରଶାସନ ଏନେଇ କୌଣସି ନିଷ୍ପତି ନେଇ ନାହାନ୍ତି । ତେବେ କରୋନା ମହା ମାରୀରେ ସବୁ ସେର ଜଗନ୍ନାଥଙ୍କର ଇଛା କହି ସେବାୟତ ମାନେ ହାତଟେକି ଦେଇ ଅଛନ୍ତି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment