ଯାଜପୁର, ତା ୨୧ା୧୨ : ଦ୍ୱାଦଶ ରାଜ୍ୟ ସ୍ତରୀୟ ଯାଜପୁର ପୁସ୍ତକ ମେଳା ନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଚ୍ଥି । ଏହି ପରିପ୍ରେକ୍ଷୀରେ ଜିଲ୍ଳ୍ା ପରିଷଦ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍ିକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଏସ୍.ଡି.ପି.ଓ. ସରୋଜ କୁମାର ଉପାଧ୍ୟାୟ, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଳ୍ା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଳ୍ିକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁ ିତ ହୋଇଥିଲା । ଡିସେମ୍ୱର ୨୩ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ରାଜ୍ୟ ସ୍ତରୀୟ ପୁସ୍ତକ ମେଳା ଓଡିଆ ଭାଷା, ସାହିତ୍ୟ ର ସଂସ୍କୃତି ବିଭାଗ, ଯାଜପୁର ଜିଲ୍ଳ୍ା ପ୍ରଶାସନ ଓ ଅନନ୍ୟା ସାହିତ୍ୟ ସଂସଦ, ଯାଜପୁର ଆନୁକୂଲ୍ୟରେ ବାଳାଶ୍ରମ ପଡିଆ ଠାରେ ଦିବା ୨ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଅନୁ ିତ ହେବ । ଏହି ଉତ୍ସବ ଅବସରରେ କବି ସମ୍ମିଳନୀ, କବିତା ପାଠୋତ୍ସବ, ବ୍ୟଙ୍ଗ କବି ସମ୍ମିଳନୀ ପ୍ରଭୃତି କାର୍ଯ୍ୟକ୍ରମ ଅନୁ ିତ ହେବ । ଓଡିଆ ଭାଷାର ସୁରକ୍ଷା ଓ ସମୃଦ୍ଧି, ଏ÷୍ୟତିହ୍ୟ-ସଂସ୍କୃତି ପରମ୍ପରାରେ ଯାଜପୁର, ଚରିତ୍ର ଗଠନରେ ମହାପୁରୁଷଙ୍କ ଜୀବନୀ ପାଠର ଉପାଦେୟତା, ଓଡିଆ ସାହିତ୍ୟରେ ନାରୀ ଇତ୍ୟାଦି ବିଷୟବସ୍ତୁ ସଂପର୍କରେ ବିଜ୍ଞ ଆଲୋଚକଙ୍କ ଦ୍ୱାରା ଆଲୋଚନା ଚକ୍ର ଅନୁ ିତ ହେବ । ମୁକ୍ତ କୁଇଜ୍ ମାଧ୍ୟମରେ ପିଲା ମାନଙ୍କୁ ପୁରସ୍କୃତ କରାଯିବା ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ, ତର୍କ ଓ ନୃତ୍ୟ ପ୍ରତିଯୋଗିତା ଏହି ମଂଚରେ ଅନୁ ିତ ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଚ୍ଥି । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଟକ ଅଭିନୟ, ସଂଗୀତ ବିଚିତ୍ରା, ନୃତ୍ୟ ଇତ୍ୟାଦି ପରିବେଷଣ କରାଯିବ । ପ୍ରତି ସନ୍ଧ୍ୟାରେ ସନ୍ଧ୍ୟା ଅଧିବେଶନରେ ଓଡିଶାର ବହୁ ଲବ୍ଧ ପ୍ରତି ିତ ସାହିତ୍ୟିକ, ଆମ ଜିଲ୍ଳ୍ାର ବହୁ ବରି ପ୍ରଶାସକ, ସୁବକ୍ତା ମାନଙ୍କର ଅଭିଭାଷଣ ସହ ପୁସ୍ତକ ଲୋକାର୍ପଣ କରାଯିବ । ଯାଜପୁର ପୁସ୍ତକ ମେଳାରେ ଚଳିତ ବର୍ଷ ୧୦୦ ଟି ଷ୍ଟଲ ପ୍ରସ୍ତୁତ କରାଯାଇଥିବା ବେଳେ ବହୁ ବିଶିଷ୍ଟ ପ୍ରକାଶନ ଯଥା- ଏ.କେ. ମିଶ୍ର, କଲ୍ୟାଣୀ, ଅକ୍ସପୋଂର୍ଡ , ଭି.କେ. ପବ୍ଳିକେସନ, ଲାର୍କର୍, ଚିତ୍ରୋତ୍ପଳା, କାହାଣୀ, ସୂର୍ଯ୍ୟନାରାୟଣ, ସାଇରାମ ଇତ୍ୟାଦି ବହୁ ବିଶିଷ୍ଟ ପ୍ରକାଶନ ମାନେ ଯୋଗ ଦେବେ ଏବଂ ରିହାତି ମୂଲ୍ୟରେ ପୁସ୍ତକ ବିକ୍ରୟ ସହିତ ଘରୋଇ ଊପକରଣ ଓ ସ୍ୱାଦିଷ୍ଟ ଖାଦ୍ୟର ଭଣ୍ଡାର, ସୈାଖୀନ ସାମଗ୍ରୀ ବିକ୍ରୟ କରାଯିବାର ବ୍ୟବସ୍ଥା କରାଯାଇଚ୍ଥି । ଆସନ୍ତା ୨୩ ତାରିଖ ଶୁକ୍ରବାର ଅପରାହ୍ନ ୫ ଘଟିକା ସମୟରେ ଶୁଭ ଊଦ୍ଘାଟନ କାର୍ଯ୍ୟକ୍ରମ କରାଯିବାର ସ୍ଥିର କରାଯାଇଚ୍ଥି । ଏହି ପୁସ୍ତକ ମେଳାରେ ବୁଦ୍ଧିଜୀବି, ବରି ନାଗରିକ, ଚ୍ଥାତ୍ର ଚ୍ଥାତ୍ରୀ, ସାରସ୍ୱତ ସାଧକ ଓ ଜନସାଧାରଣଯୋଗ ଦେବାପାଇଁ ସଭାପତି ସନ୍ତୋଷ କୁମାର ନନ୍ଦ, ସଂପାଦକ ଡଃ କାହ୍ନୁ ଚରଣ ମିଶ୍ର, ଊପ-ସଭାପତି ବିଭୁତି ଭୂଷଣ ମହାପାତ୍ର, ସଂଗଠନର ସଭାପତି ହୃଷୀକେଶ ପତି, ଡଃ ବିନୋଦ ଚନ୍ଦ୍ର ନାୟକ, ଅନନ୍ୟା ସାହିତ୍ୟ ସଂସଦର ମିଡିଆ ସଂଯୋଜକ ଆଦିତ୍ୟ ମହାନ୍ତି ନିବେଦନ କରିଥିଲେ ।
ଦ୍ୱାଦଶ ରାଜ୍ୟ ସ୍ତରୀୟ ଯାଜପୁର ପୁସ୍ତକ ମେଳା ନିମନ୍ତେ ସାମ୍ୱାଦିକ ସମ୍ମିଳନୀ
|
December 22, 2022 |