ଯାଜପୁର ୨୭.୧୨ : ଅନନ୍ୟା ସାହିତ୍ୟ ସଂସଦ ଓ ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ଦ୍ୱାଦଶ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକମେଳାର ୫ମ ସନ୍ଧ୍ୟା ଅନନ୍ୟାର ସଭାପତି ସନ୍ତୋଷ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲ୍ା ଆରକ୍ଷୀ ଅଧିକ୍ଷକ ରାହୁଲ୍ ପି.ଆର ଉଦ୍ଘାଟକ ଭାବେ ଯୋଗଦେଇ ମା ବିରଜାଙ୍କ ଫଟୋ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ ସ୍ତୋତ୍ର ପାଠ କରିଥିଲେ । ଉପସଭାପତି ବିଭୂତି ଭୂଷଣ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ ଓ ସଂଗଠନର ସଂପାଦକ ହୃଷିକେଶ ପତି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ଡଃ କାହ୍ନୁଚରଣ ମିଶ୍ର ପୁସ୍ତକ ମେଳାର ବିବରଣୀ ପାଠ କରିଥିଲେ । ଯାଜପୁର ଜିଲ୍ଲା କଳିଙ୍ଗନଗର ଅତିରିକ୍ତ ଜିଲ୍ଳାପାଳ ସନ୍ତୋଷ କୁମାରମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ମଣିଷର ଚେରକାଳ ବନ୍ଧୁ, ପୁସ୍ତକ ମନୁଷ୍ୟକୁ ଆନନ୍ତ, ଚିନ୍ମୟ ଓ ଶାନ୍ତି ପ୍ରଦାନ କରିଥାଏ ବୋଲି ମତବକ୍ତ କରିଥିଲେ । ଯାଜପୁର ଜିଲ୍ଳା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ଉଦ୍ଘାଟକ ଭାବେ ଯୋଗଦେଇ ପୁସ୍ତକ ମେଳାର ଉତରୋତର ଅଭିବୃଦ୍ଧି ଓ ସଫଳତା କାମନା କରିଥିଲେ । ମୁଖ୍ୟବକ୍ତାଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ରସାୟନିକ ବିଭାଗର ପ୍ରାଧ୍ୟାପିକା ଡଃ ରୂପଶ୍ରୀରାଗିଣୀ ଦାସ ଯୋଗଦେଇ ପୁସ୍ତକ ମଣିଷ ଜୀବନର ଗତିପଥ କୁ ବଦଳାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରି ତାକୁ ଉତମ ମନୁଷ୍ୟରେ ପରିଣତ କରିଥାଏ ବୋଲି କହିଥିଲେ । ଯାଜପୁର ପୌରପାଳିକାର ପୌରାଧ୍ୟକ୍ଷା ରଂଜୁଲତା ହୋତା , ଚିରନ୍ତନୀର ସଂପାଦିକା ସଂଯୁକ୍ତା ମହାପାତ୍ର, ଗୋକର୍ଣ୍ଣିକାର ସଂପାଦକ ରମାକାନ୍ତ ଜେନା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୁସ୍ତକ ମେଳାର ଆଶୁ ସଫଳତା କାମନା କରିଥିଲେ । ବରେଣ୍ୟ ଅତିଥି ଭାବେ ଯାଜପୁର ଉପଜିଲ୍ଲାପାଳ ଗୋପିନାଥ କୁଅଁର ଯୋଗଦେଇ ଇଂଟରନେଟ୍ରେ ଅନେକ ପୁସ୍ତକ ଡାଉନ୍ଲୋଡ କରାଯାଉଥିଲେ ମଧ୍ୟ ଭଲ ପୁସ୍ତକର ଆଦର କେବେ କମିବ ନାହିଁ ବୋଲି ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ ସ୍କାଉଟ୍ ଏଣ୍ଡ ଗାଇଡ୍ର କମିଶନର ଅନାମିକା ଦାସ ଯୋଗଦେଇ ନାରୀ ଜାଗରଣ ଓ ନାରୀ ସଶକ୍ତିକରଣର ଉଦାହରଣ ଦେଇଥିଲେ । ଅପରାହ୍ନ ରେ ଅନୁଷ୍ଠିତ ବ୍ୟଙ୍ଗକବି ସମ୍ମିଳନୀକୁ ବାଇଧର ମାଝୀ, ଅଖିଳ ମୋହନ ଦାଶ, ଓମ୍ ପଣ୍ଡା, ପ୍ରଦୀପ୍ତ କୁମାର ଦାସ ପ୍ରମୁଖ ସଂଯୋଜନା କରିଥିଲେ । ଜଗତମୋହନ ଦାସ, ସ୍ନେହଲତା ବିଶ୍ୱାଳ, ସୁସ୍ମିତା ଦାସ, ସରୋଜ ପାଗଳ, ପ୍ରଫୁଲ୍ଲ କୁମାର ସାହୁ, ଅନିଲ କୁମାର ମହାନ୍ତି, ସତ୍ୟନାରାୟଣ ମହାନ୍ତି, ମଧୁସୁଦନ ମହାପାତ୍ର, ବୈଦ୍ୟନାଥ ପଣ୍ଡା, ନାରାୟଣ ଚନ୍ଦ୍ର ଦାସ, ଶରତ ଦାସ, ଅକ୍ଷୟ ବାରିକ, ପ୍ରଭାତ କୁମାର ମଲ୍ଲିକ ପ୍ରମୁଖ ବ୍ୟଙ୍ଗକବି ପାଠ କରିଥିଲେ । ବିରଜା କଲ୍ଚରାଲ ଡ୍ୟାନଗ୍ରୁପ୍ ତରଫଣୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ଓ ନାଟକ ‘ଶେଷ ଠିକଣା’ , ନିର୍ଦ୍ଦେଶକ ପ୍ରସନ୍ନ ବିଶ୍ୱାଳ ଓ ସଂଗୀତ ନିର୍ଦ୍ଦେଶକ କାହ୍ନାଙ୍କ ଦ୍ୱାରା ମଂଚସ୍ଥ ହୋଇଥିଲା । କବି ଗିରିଧାରୀ ସ୍ୱାଇଁ ଙ୍କ କବିତା ପୁସ୍ତକ ‘ଗୀତି ମଂଜରୀ’ ଲୋକାର୍ପିତ ହୋଇଥିଲା । ପୂର୍ବାହ୍ନରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗୀତାରେ କନିଷ୍ଠ ବିଭାଗରେ ଅଲିସ୍ପା ସାମଲ, ଅମିତାଂଶୁ ଦାସ, ସ୍ୱସ୍ତିକ ଶେଖର ସାହୁ ଏବଂ ବରିଷ୍ଠ ବିଭାଗରେ ଲୋକନାଥ ସେଠୀ, ବିଶ୍ୱଜିତା ରଣା, ଆକାଂକ୍ଷା ସାମଲ ଯଥାକ୍ରମେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାରୀ ପୁରସ୍କୃତ ହୋଇଥିଲେ । ସର୍ବଶ୍ରୀ ନବକିଶୋର ଦାସ, ଗିରିଶ ମିଶ୍ର, ଅଧ୍ୟାପିକା ଡଃ ପ୍ରତିମା କୁମାରୀ ମହାନ୍ତି, ଲକ୍ଷ୍ମିପ୍ରୀୟା ରାଉତରାୟ, ଡଃ ଅକ୍ଷୟ ପଣ୍ଡା, ଡଃ ବିନୋଦ ନାୟକ, ପ୍ରଫେସର ଉଦୟ ନାରାୟଣ ପରିଡା, ଡଃ ସୁଧାଂଶୁ ରଥ, ସୁବାଷ ମହାପାତ୍ର, ଦଶରଥ ସାମଲ, କାର୍ତିକ ସ୍ୱାଇଁ, କୈଳାସ ସ୍ୱାଇଁ, ଅଧ୍ୟକ୍ଷ ଅଶୋକ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସାଂସ୍କୃତିକ ସଂପାଦକ ପାଣ୍ଡବ ଚରଣ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଗଣମାଧ୍ୟମ ସଂଯୋଜକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଡଃ ଇନ୍ଦୁପ୍ରଭା ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଦ୍ୱାଦଶ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକମେଳାର ୫ମ ସନ୍ଧ୍ୟା
|
December 27, 2022 |
