ଯାଜପୁର ୨୩/୧୨- ଅନନ୍ୟା ସାହିତ୍ୟ ସଂସଦ ଏବଂ ଯାଜପୁର ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଦ୍ୱାଦଶ ଯାଜପୁର ରାଜ୍ୟସ୍ତରୀୟ ପୁସ୍ତକମେଳା ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଂଜନ କୁମାର ଦାସଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହ ମା’ ବିରଜାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଉତ୍ସବର ଶୁଭଉଦ୍ଘାଟନ କରିଥିଲେ । ଡ଼ଃ ହରିଶ୍ଚନ୍ଦ୍ର ପଣ୍ଡା ସ୍ତୋତ୍ର ପାଠ କରିଥିଲେ । ଯାଜପୁରର ଡ଼େପ୍ୟୁଟି କଲେକ୍ଟର ତିଳୋତ୍ତମା ପୃଷ୍ଟି ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ତପସ୍ୱିନୀ ମଲ୍ଲିକ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ପ୍ରଫେସର ଉଦୟ ନାରାୟଣ ପରିଡ଼ା ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଅନନ୍ୟାର ସମ୍ପାଦକ ଡ଼ଃ କାହ୍ନୁ ଚରଣ ମିଶ୍ର ପୁସ୍ତକ ମେଳା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସଙ୍ଗେ ସଙ୍ଗେ ପୁସ୍ତକ ମେଳା ଆୟୋଜନର ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଯୋଗଦେଇ ଯାଜପୁର ପୁସ୍ତକ ମେଳାର ଭବ୍ୟ ପରିବେଶର ଭୂୟଶୀ ପ୍ରଶଂସା କରିଥିଲେ । ପ୍ରାୟ ୧୦୦ଗୋଟି ଷ୍ଟଲ୍ରେ ପୁସ୍ତକ ବିକ୍ରେତା ଓ ପ୍ରକାଶନମାନେ ପୁସ୍ତକ ଖୋଲିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ପୁସ୍ତକ ହିଁ ଜୀବନର ଗତିପଥକୁ ଏକ ଭିନ୍ନ ମାର୍ଗରେ ପରିଚାଳିତ କରିଥାଏ ବୋଲି ଶ୍ରୀ ଦାସ ପ୍ରକାଶ କରିବା ସହିତ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ବରେଣ୍ୟ ଅତିଥି ଭାବେ ଯାଜପୁର ର ପୂର୍ବତନ ପୌରପାଳ ଭବ ପ୍ରସାଦ ଦାସ ଯୋଗଦେଇ ପୁସ୍ତକ ହିଁ ଜ୍ଞାନର ମାର୍ଗ ଦର୍ଶନ କରିଥାଏ । ପୁସ୍ତକ ମେଳା ଜ୍ଞାନର ପରିପ୍ରସାର କରିଥାଏ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଯୋଗଦେଇ ପୁସ୍ତକମେଳା ପବିତ୍ର ବକୁଳ ଅମାବାସ୍ୟାରୁ ଆରମ୍ଭ ହୋଇଥିବାରୁ ଏହା ପଲ୍ଳବିତ ବକୁଳର ମହତ ନେଇଆସିଛି ବୋଲି ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ ଯୋଗଦେଇ ପୁସ୍ତକ ମେଳାର ପ୍ରଶଂସା କରିବା ସହ ସଫଳତା କାମନା କରିଥିଲେ । ସଭାପତି ସନ୍ତୋଷ ନନ୍ଦ ମା’ ବିରଜାଙ୍କର ପଦାରବିନ୍ଦରେ ପ୍ରଣତି ଜଣାଇ ପୁସ୍ତକ ମେଳା ୨ବର୍ଷ ପରେ ପୁଣି ଥରେ ଅନୁଷ୍ଠିତ ହୋଇଥିବାରୁ ଆନନ୍ଦ ପ୍ରକାଶ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ଉଦ୍ଘାଟନୀ ଉତ୍ସବରେ ସର୍ବଶ୍ରୀ ପୂର୍ଣ୍ଣଚନ୍ଦ୍ର ସାମଲ, ଜ୍ଞାନରଂଜନ ପତି, ପ୍ରଫୁଲ୍ଲ ଚନ୍ଦ୍ର ସାମଲ, ଦଶରଥ ସାମଲ, ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ନବ କିଶୋର ଦାସ, ଅନିଲ କୁମାର ମହାନ୍ତି, ବିନୋଦ ଚନ୍ଦ୍ର ନାୟକ, ବୃନ୍ଦାବନ ମିଶ୍ର, ଅଭିମନ୍ୟୁ ମିଶ୍ର, ହରିହର ସ୍ୱାଇଁ, କାର୍ତ୍ତିକ ସ୍ୱାଇଁ, ବି.କେ ମଞ୍ଜୁଳା, ବି.କେ ରଞ୍ଜିତା, ବି.କେ ଅଜିତ୍, ବି.କେ ପ୍ରଫୁଲ୍ଲ, ବି.କେ ପୂର୍ଣ୍ଣଚନ୍ଦ୍ର, ସୁବାସ ଚନ୍ଦ୍ର ମହାପାତ୍ର, ଅଶୋକ କୁମାର ଦାସ, ସୁଧାଂଶୁ ଶେଖର ରଥ, ବିରଜା ଶଙ୍କର ମିଶ୍ର, ବୃନ୍ଦାବନ ସ୍ୱାଇଁ ଉପସ୍ଥିତ ଥିଲେ । ଉପ-ସଭାପତି ବିଭୂତି ମହାପାତ୍ର, ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ସାଂସ୍କୃତି ସମ୍ପାଦକ ପାଣ୍ଡବ ଚରଣ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ବେହେରାଓ ସାଥୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଶେଷରେ ସଙ୍ଗଠନର ସମ୍ପାଦକ ହୃଷୀକେତ ପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଦେବୀ ଡ଼୍ୟାନ୍ସ ଗ୍ରୁପ୍, ଯାଜପୁର ରୋଡ଼ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।
ଦ୍ୱାଦଶ ଯାଜପୁର ପୁସ୍ତକମେଳା ଉଦ୍ଘାଟିତ
|
December 23, 2022 |



