ଭୁବନେଶ୍ବର/ସନ୍ଧାନ ନ୍ୟୁଜ: ଓଡ଼ିଶାରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ସକାଳୁ ସକାଳୁ ବୁଥରେ ଭୋଟରଙ୍କ ଗହଳି ଦେଖିବାକୁ ମିଳିଛି । ଏହି ପର୍ଯ୍ୟାାରେ ଆସିକା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ ଏବଂ ଏହା ଅଧୀନସ୍ଥ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟିଂ ଚାଲିଛି । ଏହି ୫ ସଂସଦୀୟ କ୍ଷେତ୍ରରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୦ଲକ୍ଷ ୩୩ ହଜାର ୯୯୨ ପୁରୁଷ, ୩୯ ଲକ୍ଷ ୩୫ ହଜାର ୪୪ ମହିଳା ଭୋଟର ଏବଂ ୮୫୧ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ସେହିପରି ୨ ଲକ୍ଷ ୧୩ ହଜାର ୧୨୯ ଜଣ ପ୍ରଥମ ଥର ଭୋଟ୍ ଦେବାକୁ ଯାଉଥିବା ବେଳେ ୧୬ ଲକ୍ଷ ୯୮ ହଜାର ୫୧୬ ଜଣ ଯୁବ ତଥା ୨୦ରୁ ୨୯ ବର୍ଷ ବୟସର ଭୋଟର ଅଛନ୍ତି । ଏହି ପର୍ଯ୍ୟାୟରେ ଭୋଟ ପାଇଁ ୯ ହଜାର ୧୪୮ ମତଦାନ କେନ୍ଦ୍ର ରହିଛି । ଏଥିମଧ୍ୟରୁ ୧ ହଜାର ୯୦ଟି ସହରାଞ୍ଚଳ ଓ ୮ ହଜାର ୫୮ଟି ଗ୍ରାମାଞ୍ଚଳରେ ରହିଛି । ୧ହଜାର ୪୧ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ଓ ୨୫ଟି ସମ୍ପୂର୍ଣ୍ଣ ଭାବେ ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ । ୧ହଜାର ୫୪୧ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି । ଏହି ପର୍ଯ୍ୟାୟରେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ୍ ରହିଛି । ସେହିପରି ୫ ଲୋକସଭା କ୍ଷେତ୍ରରେ ମୋଟ ୪୦ ଜଣ ପ୍ରାର୍ଥୀ ନିର୍ବାଚନୀ ଲଢୁଛନ୍ତି । ଏମାନଙ୍କ ମଧ୍ୟରୁ ୩୪ ପୁରୁଷ ଓ ୬ ଜଣ ମହିଳା ରହିଛନ୍ତି । ୩୫ ବିଧାନସଭା କ୍ଷେତ୍ରରେ ମୋଟ ୨୬୫ ଜଣ ପ୍ରାର୍ଥୀ ଭାଗ୍ୟ କରୁଥିବା ବେଳେ ଏମାନଙ୍କ ମଧ୍ୟରେ ୨୨୪ ପୁରୁଷ ଓ ୪୧ ମହିଳା ଅଛନ୍ତି । ୫ ଲୋକସଭା ଆସନରେ ହେଭିୱେଟଙ୍କ ମଧ୍ୟରେ ଅଛନ୍ତି ବଲାଙ୍ଗିରର ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓ ଓ କଂଗ୍ରେସର ସୁରେନ୍ଦ୍ର ସିଂ ଭୋଇ, ସୁନ୍ଦରଗଡର ବିଜେପି ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଓ ବିଜେଡି ପ୍ରାର୍ଥୀ ତଥା ହକି ତାରକା ଦିଲ୍ଲୀପ ତିର୍କୀ, ବରଗଡରେ ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ଓ କନ୍ଧମାଳରେ ବିଜେଡିର ଅଚ୍ୟୁତ ସାମନ୍ତ।
ଦ୍ବିତୀୟ ପର୍ଯ୍ୟାୟ ମତଦାନ: ୫ ଲୋକସଭା, ୩୫ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
|
May 20, 2024 |
![](https://sandhannews.com/wp-content/uploads/2024/05/SANDHAN-NEWS.jpeg)