ଦୋଳସାହି ମାଛ ହାଟକୁ ନେଇ ବିବାଦ

Spread the love

ତିହିଡି , ୧/୯/୨୦ (ସନ୍ଧାନ ନିଉଜ/ବିଶ୍ବଜିତ ପଣ୍ଡା)  :- ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ଦୋଳସାହି ବଜାର ମାଳ ହାଟକୁ ନେଇ ବିବାଦ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଏକ ବର୍ଷ ତଳେ ନୀଳମଣି ସାହୁ, । ହେମନ୍ତ ସାହୁ ଓ ମନୋଜ ବିଶ୍ୱାଳ ପ୍ରମୁଖ ତିନିଜଣ ବ୍ୟବସାୟୀ ତାଳସାହି ବଜାରରେ ୮ ଡିସିମିଲର ଏକ ପୁଟ କିଣିଥିଲେ। ଏଙ୍ଗା ଉପରେ ସେମାନେ ବ୍ୟବସାୟ ପାଇଁ ଚାରୋଟି ଦୋକାନ ଗୃହ ନିର୍ମାଣ କରୁଛନ୍ତି । ତେବେ ଦୋକାନ ସମ୍ମୁଖ ସରକାରୀ ପୁଟରେ କିଛି ବର୍ଷ ପୂର୍ବରୁ ୧୨ ଜଣ ବ୍ୟବସାୟୀ ମାଛ ବିକ୍ରି କରିଆସୁଛନ୍ତି । ଏହି ମାଛ ଦୋକାନଗୁଡ଼ିକ ସମ୍ପୃକ୍ତ ୩ଜଣଙ୍କ । ନିର୍ମାଣାଧୀନ ଘର ଆଗରେ ରହିଛି । ଫଳରେ ମାଛ ଦୋକାନୀଙ୍କୁ । ହଟାଇବା ପାଇଁ ଉକ୍ତ ତିନିଜଣ ପୁଟ ମାଲିକ ମାଛ ଦୋକାନୀଙ୍କୁ  ନିବେଦନ କରିଥିଲେ । ମାଛ ଦୋକାନୀ ଏରେ ଅରାଜି ହେବାରୁ  ସେମାନେ ତିହ୍ନିତି ତହସିଲଦାରଙ୍କ ନିକଟରେ ଏହି ମାଛ ହାଟକୁ ଉଛେଦ କରିବା ପାଇଁ ନିବେଦନ କରିଥିଲେ । ଏ ସମ୍ପର୍କରେ । ତହସିଲଦାର ସନ୍ତୁ ସ୍ଥାନ ମାପଚୂପ କରିଥିଲେ ଏଥିରେ ସମ୍ପୃକ୍ତ ତିନି ବ୍ୟକ୍ତିଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ଦୋକାନ ଗୃହର ଏକ ଶିଡ଼ିଘର ୪ଫୁଟ ସରକାରୀ ଜମିକୁ ମାଡ଼ିଆସିଥିବାର ଜଣାପଡ଼ିଥିଲା । ତହସିଲଦାର ତୁରନ୍ତ ଏହି ଅବରୋଧ ହୋଇଥିବା ଶିଡ଼ିଘରକୁ ଭାଙ୍ଗିଦେବା ପାଇଁ ଉକ୍ତ ଜମି ମାଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ମାଛ ହାଟର ସମସ୍ତ ବ୍ୟବସାୟୀଙ୍କୁ ସେଠାରୁ ଦୋକାନ ଉଠାଇନେବାକୁ ନିର୍ଦ୍ଦେଶ ଦେଇଥିଲେ । ମାଛ ବ୍ୟବସାୟୀ ସ୍ଥାନୀୟ ସମିତିସଭ୍ୟ ଦାଶରଥ ମହାପାତ୍ରଙ୍କ ସହିତ । ଭଦ୍ରକ ସାଂସଦଙ୍କ ନିକଟକୁ ଯାଇ ଏହାର ସମାଧାନ ପାଇଁ ନିବେଦନ କରିଥିଲେ । ସାଂସଦ ଏହାର ସମାଧାନ ପାଇଁ ଦୋଳିସାହି ମାର୍କେଟରରେ ଅନ୍ୟତ୍ର ଏକ ସରକାରୀ ଜାଗାରେ ତାଙ୍କ ହାତପାଣ୍ଠିରୁ ୨ଲକ୍ଷ ଟଙ୍କା ବ୍ୟୟରେ ଆସନ୍ତା ଡିସେମ୍ବର । ମାସରେ ଏକ ମାଛ ହାଟ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି  ଦେଇଛନ୍ତି । ମାଛ ବ୍ୟବସାଯା ଗୋଲକ ମଲିକ କହିଛନ୍ତି ଯେ । ‘ପ୍ରଶାସନ ଆମକୁ ଆଗ ମାଛ ଦୋକାନ ପାଇଁ ଦୋଳିସାହି ବଜାରରେ ଥଇଥାନ କଲେ ଯାଇ ଆମେ ସେଠାରୁ ଜାଗା ଛାଡିବୁ’ । ତହସିଲଦାରଙ୍କ ପକ୍ଷରୁ ଏହାକୁ ତୁରନ୍ତ ହଟାଇବା । ନିର୍ଦ୍ଦେଶକୁ ନେଇ ମାଛ ବ୍ୟବସୂୟାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।ତହସିଲଦାର ତାଙ୍କ ମତାମତରେ କହିଛନ୍ତି ଯେ ସରକାରଙ୍କ ଆଇନ ଅନୁଯାୟୀ ଆମକୁ ତୁରନ୍ତ ମାଛି ହାଟକୁ  ।ହଟାଇବାକୁ ପଡିବ । ତେବେ ଏହି ସମସ୍ୟା ସମାଧାନ ତୁରନ୍ତ ହୋଇଯିବ ବୋଲି କୁହାଯାଇଛି ।

Related Posts

About The Author

Add Comment