ଦୋକାନ ସିଲ୍ ପାଇଁ ପ୍ରଶାସନକୁ ଚିଠି ଲେଖିଲା ପୋଲିସ୍

Spread the love

ବାରିପଦା ତା ୨୫/୦୬/୨୦ (ନି.ପ୍ର) – କୋଭିଡ-୧୯ ର ନିୟମ ସାରା ଦେଶରେ ଲାଗୁ ରହିଅଛି । ଏହାର ମୁକାବିଲା ପାଇଁ ସମଗ୍ର ଦେଶ ଲଢୁଥିବା ବେଳେ ବାରିପଦା ସହରରେ ଏହାର ବିଚ୍ୱ୍ୟତି ଦେଖିବାକୁ ମିଳିଛି ବୋଲି ସଂଦ୍ଧାନ ଖବର କାଗଜରେ ୧୯/୦୬/୨୦ ରେ ପ୍ରକାଶ ପାଇଥିଲା । ଜିଲ୍ଲାରେ ବର୍ତ୍ତମାନ ସୁଧା କୋରନା ଆକ୍ରନ୍ତଙ୍କ ସଂଖ୍ୟା ୧୭୫ ରେ ପହଞ୍ଚିଥିବା ବେଳେ ଜନସାଧାରଣ ପ୍ରଶାସନର କଟକଣାକୁ ମାନୁନଥିବାର ନଜିର ଆସୁଅଛି । ସାମାଜିକ ଦୂରତା ବଜାୟ ରଖୁନଥିବା ବେଳେ ବିଭିନ୍ନ ଦୋକାନ ମାନଙ୍କରେ ଅସମ୍ଭବ ଭିଡ ଲାଗି ରହଅଛି । ଏ ବିଷୟରେ ସଂଦ୍ଧାନ ଖବର କାଗଜରେ ପ୍ରକାଶ ପାଇବା ପରେ ଟାଉନ୍ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ସହରରେ ଥିବା ବିଭିନ୍ନ ଦୋକାନକୁ ସିଲ୍ କରିବା ପାଇଁ ଉପଜିଲ୍ଲାପାଳ ଙ୍କୁ ଚିଠି କରିଛନ୍ତି । ସେ ଗୁଡିକ ମଧ୍ୟରୁ ଅମ୍ବିକା ମନ୍ଦିର ପାଖରେ ଥିବା ସୁମତି ଗ୍ରୋସରୀ ଷ୍ଟୋର , ପ୍ରଫେସନାଲ କୋରିଅର ,ନେରଲା , ରଙ୍ଗ ଦୋକାନ କୃଷ୍ଣ ଚନ୍ଦ୍ର ଗୋଲକ ନିକଟରେ ଥିବା ଗ୍ରୋସରୀ ଓ ଭେରାଇଟୀ ଷ୍ଟୋର ଓ ପାନ ଦୋକାନ ,ଆନନ୍ଦ ବଜାରରେ ଥିବା ବାପ ପୁଅ ଜଳିଳôଆ ଦୋକାନ , ବାସନ୍ତି ଏଣ୍ଟ୍ରପାଇଜେସ , ଟ୍ରାଫିକ୍ ଛକରେ ଥିବା ପୂରବି ଗ୍ରସରୀ , ମାକେର୍ଟ ରେ ଥିବା ଗୋପି ଜୋତା ଦୋକାନ , ଟି ହାଉସ୍ , ୨ଟି ଫନିଚର ସପ୍ , କେମ୍ବିଏମ୍ ରୋଡ୍ ରେ ଥିବା ରାଜା ଓମଫେଡ ପାର୍ଲର ,ସୁନୁଗଡି ଆରେ ଥିବା ବାଜାଜ୍ ସୋରୁମ ପଛରେ , ଥିବା ଏକ ଗ୍ରୋସରୀ ଦୋକାନ ଏବଂ ବ୍ଲକ୍ ଛକରେ ଷ୍ଟୋର କୁ ସିଲ୍ କରିବା ପାଇଁ ଉପଜିଲ୍ଲାପାଳଙ୍କ ଟାଉନ ଥାନା ଅଧିକାରୀ ଲେଖିଥିବାର ଜଣାପଡିଛି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment