ଦେଶୀ ବିଦେଶୀ ମଦ ଦୋକାନରେ ଅବକାରୀ ବିଭାଗର ଚଡାଉ, ୫ ଗିରଫ

Spread the love

ବାଲେଶ୍ଵର:୧୬/୭ (ସନ୍ଧାନ ନ୍ୟୁଜ୍) -: ଜଳେଶ୍ୱର ଅବକାରୀ ଓ ଭୋଗରାଇ ଅବକାରୀଙ୍କ ମିଳିତ ଚଢାଉ । ୧୦ ଜଣିଆ ଟିମ ମିଳିତ ଭାବେ ଚଡାଉ କରି ଦେଶୀ ବିଦେଶୀ ମଦ ଦୋକାନ ଉପରେ ଚଢ଼ାଉ କରିଛନ୍ତି । ବିପୁଳ ପରିମାଣର ବିଦେଶୀ ମଦ ସହିତ ମହୁଲି ପୋଚ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ଭୋଗରାଇ ବ୍ଲକର ଭୋଗରାଇ ଥାନା ଅନ୍ତର୍ଗତ ଦେଉଳା, ସହରିଆ, ଉଦୟପୁର ପ୍ରଭୃତି ଗ୍ରାମ ରେ ଏ ଚୋରା ବିଦେଶୀ ମଦ ଦୋକାନ ଦୀର୍ଘ ଦିନ ଧରି ଚାଲି ଆସୁଥିଲା ।

ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁପଳ ମିଳିନଥିଲା । ଆଜି ଅବକାରୀ ବିଭାଗର ଚଡାଉ କରି ୫ଜଣଂକୁ ଗିରଫ କରାଯାଇଛି । ଏହି ଚଡାଉ ଜଳେଶ୍ୱର ଅବକାରୀ ଓଆଇସି ଦେବେନ୍ଦ୍ର କୁମାର ବେହେରା, ଭୋଗରାଇ ଅବକାରୀ ଓଆଇସି ଜୟନ୍ତୀ ଆଚାର୍ଯ୍ୟ ,କନେଷ୍ଟେବଳ ବାବାଜୀ ପଣ୍ଡିତ, ରାମଚନ୍ଦ୍ର ମହାନ୍ତି, ରାଜୀବ କୁମାର ଭଞ୍ଜ, ପିଙ୍କି ମାରାଣ୍ଡି ପ୍ରମୁଖ ସାମିଲ ଥିଲେ ।

Related Posts

About The Author

Add Comment