ଦେବେନ୍ଦ୍ର ନାଥ ଦାସ ହେଲେ ବିଜେଡ଼ିର ସାଧାରଣ ସଂମ୍ପାଦକ

Spread the love

ଯାଜପୁର ସଦର, ୨୯ା୦୪: ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାରଥି ହୋଇଥିବା ବରୀ ନିର୍ବାଚନ ମଣ୍ଡଳୀ ବିଧାୟୀକା ସୁନନ୍ଦା ଦାସଙ୍କ ସ୍ୱାମୀ ଶ୍ରୀଯୁକ୍ତ ଦେବେନ୍ଦ୍ର ଦାସ ବିଜେଡ଼ିର ରାଜ୍ୟ ସାଧାରଣ ସଂମ୍ପାଦକ ଭାବରେ ଓଡ଼ିଶାର ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦେବେନ୍ଦ୍ର ଦାସଙ୍କୁ ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତି ଦେଇଥିବାରୁ କର୍ମି ମାନଙ୍କ ମହଲରେ ଖୁସିର ଲହରୀ ବରୀ ନିର୍ବାଚନ ମଣ୍ଡଳୀରେ ଖେଳିଯାଇଚି । ବରୀ ନିର୍ବାଚନ ମଣ୍ଡଳୀର ରାଜ୍ୟ ସାଧାରଣ ସଂମ୍ପାଦକ ବିଶ୍ୱରଂଜନ ମଲିକ ବିଜୁ ଜନତା ଦଳରୁ ଟିକେଟ ପାଇ ବରୀ ନିର୍ବାଚନ ମଣ୍ଡଳୀରୁ ବିଜେଡ଼ିର ପ୍ରାର୍ଥି ହୋଇ ନିର୍ବାଚନ ରଣଙ୍ଗନରେ ଅବତିର୍ଣ୍ଣ ହୋଇଛନ୍ତି । ସେହିପରି ବରୀ ନିର୍ବାଚନ ମଣ୍ଡଳୀର ୪୭ଟି ପଂଚାୟତର ସଙ୍ଗଠନ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଚି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଶ୍ୱରଂଜନଙ୍କୁ ଆଶ୍ରୀର୍ବାଦ ଦେଇ ବିଜୁ ଜନତା ଦଳର ପ୍ରାର୍ଥି କରିଛନ୍ତି । ବରୀ ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ବିଧାୟୀକା ମା ରମାଦେବୀ ସୁନନ୍ଦା ଦାସ ଆଗରୁ ଲୋକ ମାନଙ୍କ ସୁଖ ଦୁଃଖରେ ଭାଗି ହୋଇ ରହିଥିବା ବେଳେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଦେବାନ୍ଦ୍ର ଦାସଙ୍କୁ ରାଜ୍ୟ ସଂମ୍ପାଦକ ଭାବରେ ନିଯୁକ୍ତି ଦେଇଥିବାରୁ ବିଜେଡ଼ି କର୍ମି ମାନଙ୍କ ଏବଂ ସଙ୍ଗଠନ ମାନଙ୍କ ମଧ୍ୟରେ ଆଶା ସଂଚାର ହୋଇଚି । ଯାହାକି ୨୦୨୪ ନିର୍ବାଚନ ହେବାକୁ ଯାଉଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସମିତି ସଭ୍ୟ ସଭ୍ୟା ଜିଲ୍ଲା ପରିଷଦ ଏବଂ ବିଭିନ୍ନ ପଂଚାୟତର ସରପଂଚ ମାନେ ରାଜ୍ୟ ସାଧାରଣ ସମ୍ପାଦକ ଦେବେନ୍ଦ୍ର ଦାସଙ୍କୁ ଶୁଭେତ୍ସା ଜଣାଇବା ସହିତ ବରୀ ରାଜନୀତିରେ ଏକ ନୁଆ ଝଲକ ଆସୁଥିବାରୁ ବରୀବାସୀ ଖୁସି ବ୍ୟକ୍ତ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Related Posts

About The Author

Add Comment