ଯାଜପୁର, ୧୮/୧୦/୨୦ (ସନ୍ଧାନ ନିଉଜ) : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଶନିବାର ଛୁଟି ଘୋଷଣା କରାଯାଇଛି, କିନ୍ତୁ ଏହି ଛୁଟି ଦିନରେ ମଧ୍ୟ ଭିନ୍ନଭିନ୍ନ ପଞ୍ଚାୟତରେ ଘୁରି ବୁଲି ଲୋକଙ୍କ ସମସ୍ୟାର ସମାଧାନ କରୁଛନ୍ତି ଯାଜପୁର ବ୍ଳକ ଉନ୍ନୟନ ଅଧିକାରୀ ଶ୍ରୀ ସୌରଭ ଚକ୍ରବର୍ତ୍ତୀ। ଆଜି ଖବରପାଇ ଅବଦଲପୁର ପଞ୍ଚାୟତରେ ଦଶରଥପୁର, ଧର୍ମଶାଳ, ବିଞଝାରପୁର,ଓ କୋରେଇ ବ୍ଳକର ୧୬ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ପାଖର ପହଞ୍ଚି ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି। ସୂଚନା ଅନୁଯାୟୀ ଏହି ଦୃଷ୍ଟିବାଧିତ ଦିବ୍ୟାଙ୍ଗ ମାନେ କିଛି ନିଜ ଚେଷ୍ଟାରେ ଧୂପକାଠି ,ଫିନାଇଲ ଭଳି ଜିନିଷ କରିବା ଉଦ୍ଦେଶ୍ୟରେ ଆସି ରହୁଛନ୍ତି, ମାତ୍ର କରୋନା ମହାମାରୀ ଓ ବନ୍ୟା ଯୋଗୁଁ ଏସବୁ କାମ ଆରମ୍ଭ ହୋଇପାରୁନାହିଁ, ତେଣୁ ଦିବ୍ୟାଙ୍ଗ ମାନେ ନିରୁପାୟ ହୋଇ ବସିରହିଛନ୍ତି । ପାଖରେ ଟଙ୍କାପଇସା ନଥିବାରୁ ବହୁ କଷ୍ଟରେ ରହୁଥିବା କଥା ଜିଲ୍ଲା ଦିବ୍ୟାଙ୍ଗ ସାମାଜିକ କର୍ମୀ ମଣ୍ଟୁ ଦାସଙ୍କୁ କହିଥିଲେ ଓ ଏ ଖବର ବିଡିଓ ଜାଣିବା ପରେ ତୁରନ୍ତ ଖାଦ୍ୟ ସାମଗ୍ରୀ ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କୁ ସ୍ବାବଲମ୍ବି କରିବା ପାଇଁ ଯେଉଁ ସହାୟତା ଆବଶ୍ୟକ ଜିଲ୍ଲାପାଳ ଦୃଷ୍ଟିଗୋଚର କରାଯାଇ ସହଯୋଗ କରାଯିବ ବୋଲି କହିଛନ୍ତି ।
ଦୃଷ୍ଟିବାଧିତ ଦିବ୍ୟାଙ୍ଗଙ୍କ ଦୁଃଖ ବୁଝିଲେ ବିଡିଓ
|
October 18, 2020 |