ଦୃଦିନରେ ଚଉଷଠିପଡା କୁମ୍ଭକାର ପରିବାର, ପେଟ ପୋଷିପାରୁନି କୌଳିକ ବୃତି

Spread the love

ଧର୍ମଶାଳା,୧୧ ।୯(ସନ୍ଧାନ ନିୟୁଜ) ଲୋକମାନେ ଆଉ ଆଗଭଳି ବ୍ୟବହାର କରୁନାହାଁନ୍ତି ମାଟିପାତ୍ର । ସୌଖିନ ଦୁନିଆରେ ଏବେ ପାରମ୍ପରିକ ବାସନକୁସନକୁ ଛାଡି ଆଧୁନିକ ଘରଉପକରଣର ବ୍ୟବହାର ଦିନକୁ ଦିନ ବଢିଚାଲିଛି । ଧାତବ ଓ ପ୍ଲାଷ୍ଟିକ ଦ୍ରବ୍ୟର ଆଦର ପାଖରେ ହଜିଯାଉଛି ମାଟିପାତ୍ରର ଚାହିଦା । କଂସା, ପିତଳ,ଷ୍ଟିଲ ନିର୍ମିତ ଧାତବ ବାସନ କୁସନ ଓ ଘରୋପକରଣ ର ବହୁଳ ବ୍ୟବହାର ଫଳରେ ଦିନକୁଦିନ କମିଯାଉଛି ମାଟି ପାତ୍ରର ଚାହିଦା । ଆଉ ଦିନକୁ ଦିନ ବଢିଚାଲିଛି କୁମ୍ଭକାର ପରିବାରଙ୍କ ଦୁଃଖ । ଦିନଥିଲା ଏହି କୁମ୍ଭକାରମାନେ ପାଖାପାଖି ଅଂଚଳରେ ମାଟିରେ ତିଆରି ହାଣ୍ଡି,ମାଠିଆ,ଜାହାଲା,କୁଣ୍ଡ,ପଲମ,ଠେକି,ବଢା,ସାରେଇ,ଅଦି ତିଆରି କରି ଲୋକମାନଙ୍କର ଚାହିଦା ପୁରଣ କରିବା ସହ ଧାର୍ମୀକ କର୍ମକାଣ୍ଡରେ ବ୍ୟବହୃତ ହେଉଥିବା ମାଟିପାତ୍ର ନିର୍ମାଣ କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ । ଆଉ ଦି ପଇସା ରୋଜଗାର କରି ନିଜର ଜୀବିକା ନିର୍ବାହ କରୁଥିଲେ । ଏବେ ସବୁ ଠପ । ମକର ସଙ୍କ୍ରାନ୍ତିରେ ଶହ ଶହ ମାଟିର ଠେକି ଲୋକମାନେ ନିଜର ତୁଳସୀ ଚଉଁରା ଉପରେ ଜଳଲାଗି କରିବାପାଇଁ କିଣୁଥିଲେ । ଦୀପାବଳୀ ଅମାବସ୍ୟାରେ ପିତୃପୁରୁଷଙ୍କୁ ଆଲୋକର ରାସ୍ତା ଦେଖାଇବାକୁ କିଣାଯାଉଥିଲା ମାଟିଦୀପ । ଆଧୁନିକତାର ଷ୍ପର୍ଶରେ ହଜିଗଲାଣି ପୁରୁଣା ପରମ୍ପରା । ମହମବତୀ ଓ ଏଲିଡି ଲାଇଟ୍ ର ଆଲୋକରେ ଲୁଚିଯାଉଛି ମାଟିଦୀପ । ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟରେ ଆମେ ଭୁଲିଯାଉଛୁ ଆମର ଐତିହ ଓ ପରମ୍ପରା ଓ ପ୍ରାଚିନ କାଳରୁ ବ୍ୟବହାର କରାଯାଉଥିବା ମାଟି ନିର୍ମିତ ବିଭିନ୍ନ ପାରମ୍ପରିକ ପାତ୍ରପାତ୍ରୀ । ଆଧୁନିକତାର ଶର୍ଷ୍ପରେ ମାଟିପାତ୍ରର ଚାହିଦା କମିଜିବା ପରେ ଆମ କୁମ୍ଭକାର ମାନେ ହରାଇଛନ୍ତି ନିଜର କୌଳିକ ବୃତ୍ତିକୁ ହରାଇ ଦୁର୍ଦିନରେ ସଢୁଛନ୍ତି । ଅନେକ ପରିବାର ନିଜର କୂଳ ବେଉସାକୁ ଛାଡି ଏବେ ବଞ୍ଚିବାକୁ ବିକଳ୍ପ ଧନ୍ଦାର ଅନ୍ୱଷଣରେ ଜିଲା ଓ ଜିଲା ବାହାରକୁ ଯାଇ ନିଜର କୁଟୁମ୍ବ ପୋଷିବାକୁ ସଙ୍ଘର୍ଶ ଚଳାଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମର୍ଜିତାପୁର ପଂଚାୟତ ଚଉଷଠିପଡା ଗ୍ରାମରେ ବାସ କରୁଛନ୍ତି ୪୦ରୁ ଅଧିକ କୁମ୍ଭକାର ପରିବାର । ମାଟିପାତ୍ରର ଆବଶ୍ୟକତାକୁ ପୁରଣ କରିବା ପାଇଁ ଚଉଷଠିପଡାଗଡର ତକ୍ରାଲିନ ରାଜା ଏମାନଙ୍କୁ ବସତି ସ୍ଥାପନ କରିବା ପାଇ ଆଣିଥିଲେ । ପୁଋଷାନୁକ୍ରମେ ଏହି କୁମ୍ଭକାର ମାନେ ଏଠାରେ ସ୍ତାୟୀ ଭାବରେ ବସତି ସ୍ଥାପନ କରି ମାଟି ପାତ୍ର ନିର୍ମାଣ କରି ନିଜର ଜୀବିକା ନିର୍ବାହ କରିବା ସହ ଏହି ସେବା ଲୋକମାନଙ୍କ ପାଖରେ ପହଞ୍ଚାଉ ଥିଲେ । କାଳକ୍ରମେ ମାଟିପାତ୍ର ପ୍ରତି ଲୋକମାନଙ୍କର ଆଗ୍ରହ କମିଜିବାରୁ ଓ ଧାତବ ପାତ୍ରର ବହୁଳ ବ୍ୟବହାର ଫଳରେ ଏମାନଙ୍କ ଜିବିକା ପ୍ରତି ବିପଦ ସୃଷ୍ଟି ହୋଇଛି । ବ୍ୟବସାୟୀମାନେ ଦାଉ ସାଧିବାରୁ ମନମାରି ଦେଲେ ଏହି କାରିଗର ମାନେ । ପେଟ ପୋଷିବାକୁ ଅସୁବିଧା ହେବାରୁ ଏହି ପରିବାରର ଉତ୍ତର ପିଢି ଏବେ କୌଳିକ ବୃତ୍ତି ଛାଡି ବାଙ୍ଗାଲୋର, ହାଇଦ୍ରାବାଦ, ଗୋଆ ଆଦି ଅଂଚଳରେ ଯାଇ ବିଭିନ୍ନ ଯାଗାରେ କାମ କରୁଛନ୍ତି । ପାତ୍ର ନିର୍ମାଣ ଲାଗି ଥିବା ଉହାଗୁଡିକ ଭାଙ୍ଗିରୁଜି ଗଲାଣି । କୁରାଳ ପଞ୍ଚମି ଦିନ ସେମାନଙ୍କ ପର୍ବରେ ପୂଜା କରିବାକୁ କାଁ ଭାଁ ଦେଖିବାକୁ ମିଳୁଛି କୁରାଳ ଚକ୍ର । ଏହି ଗ୍ରାମରେ ବାସ କରୁଥିବା ନଣ୍ଡା ବେହେରା (୫୫)ପି ନାରଣ ବେହେରା ବହୁ ଘାତ ପ୍ରତିଘାତ ସତ୍ୱେ ନିଜର ଏହି କୌଳିକ ବୃତ୍ତିକୁ ଆଜିସୁଦ୍ଧା ଆପଣାଇଛନ୍ତି । ପିଲାବେଳୁ ବାପାଙ୍କସହ ମିଶି ମାଟିଆଣିବା ଠାରୁ ଆରମ୍ଭ କରି ଚକଡି କାଦୁଅ କରି ମାଟିପାତ୍ର ଗଢିବାରେ ବାପାଙ୍କୁ ସାହାଯ୍ୟ କରୁଥିଲେ । ବାପାଙ୍କ ଅନ୍ତେ ନିଜେ ଏ ସବୁ କରୁଛନ୍ତି । ଗ୍ରାମର ଅନ୍ୟ ମାନେ ପ୍ରାୟତଃ ଏ ବୃତିରୁ ଦୁରେଇ ଗଲେଣି କିଏ ରାଜ ମସ୍ତ୍ରୀ କାମକରୁଛନ୍ତି ତ କିଏ ବଢେଇ କାମ କରୁଛନ୍ତି । ଏହି ବୃତ୍ତି ସହ ଜଡିତ ରହି ଦୁର୍ଦିନରେ ସଢୁଥିବା ନଣ୍ଡାଙ୍କ ମତରେ ଏହି କାମକରି କୁଟୁମ୍ବ ପୋଷିବା କାଠିକର ପାଠ । ଉହା ପୋଡିବାକୁ କାଠ ଜାଳର ଘୋର ଅଭାବ । ଦିନଯାକ ପରିଶ୍ରମ କରି ଯେତିକି ପାତ୍ର ଗଢା ଯାଉଛି ତାକୁ ବଜାରରେ ବିକ୍ରୀ କଲେ ଗୋଟିଏ ଦିନର ମଜୁରୀ ମିଳୁନାହିଁ । ଫଣି ବାତ୍ୟାରେ ଉହା ଉଜୁଡିଗଲା ପରେ ପ୍ରଶାସନକୁ ସହାୟତା ପାଇଁ ଗୁହାରି କରିଥିଲେ ବି କେହି ତାଙ୍କୁ ସହାୟତାର ହାତ ବଢାଇଲେ ନାହିଁ । ଧାର କରଜ କରି ଉହାକୁ ସଜାଡିଛନ୍ତି ସେ । ବୃତ୍ତିକୁ ଛାଡି ଅନ୍ୟ କିଛି କରିନପାରିବାରୁ ପିଲାମାନଙ୍କୁ ଦି ଅକ୍ଷର ପାଠ ପଢାଇ ପାରିଲେ ନାହିଁ । ଦୁଇଟି ପୁଅ ଗୋଟିଏ ଝିଅର ଅର୍ଥାଭାବରୁ ପାଠରେ ଡୋରି ବାନ୍ଧା ହୋଇଛି । ଭଙ୍ଗା କୁଡିଆରେ ଦିନ କଟୁଥିଲେ ବି ତାଙ୍କୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସମିଲ କରାଯାଇନାହିଁ । ପରିତାର ବିଷୟ ସେ ଜଣେ ଅଣକୁଶଳି କାରିଗର ହୋଇଥିଲେ ବି ତାଙ୍କୁ ସରକାରଙ୍କ ତରଫରୁ ଭତ୍ତା ଯୋଗଇ ଦିଆ ଯାଉନାହିଁ । ବୁଡି ଯାଉଥିବା କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ନିଜର ଉଦ୍ୟମ ଜାରି ରଖିଥିଲେ ବି ସରକାରୀ ପୋ୍ରସôାହନ ତାଙ୍କ ପାଇଁ ସାତ ସପନ ହୋଇଛି । ଘର ଡିହ ଗୁଣ୍ଠେକୁ ଚାରି ଭାଇଙ୍କ ମାଧ୍ୟରେ ଭାଗ ବଣ୍ଟୁଆରା କରି ବିଶ୍ୱାଏ ଯାଗାରେ କୁଡିଆରରେ ଦିନ କଟୁଛି । ଗ୍ରୋମର ପୁର୍ବରୁ ଏହି ବୃତ୍ତି କୁ ଆପଣାଇ ଥିଲେ ବି ତାଙ୍କ ପିଲାମାନେ ଏହିବୃତ୍ତି ଠରୁ ଦୁରେଇ ଯାଇଛନ୍ତି । ସେହି ଗ୍ରାମର ଗିରିଧାରି ବେହେରା ନିଜେ ପାତ୍ର ତିଆରି କରିବାଦ୍ୱାରା କ୍ଷତି ହେବାରୁ କୌଣସି ସରକାରୀ ସହାୟତା ନପାଇ ଏହି କାମରୁ ମୁହଁ ଫେରେଇ ନେଇ ଏବେ ଡାଲାବଡି ଗ୍ୟାରେଜରେ କାମ କରୁଛନ୍ତି । ତାଙ୍କ ମତରେ ଏହି କାମପ୍ରତି ସରକାରି ପୋ୍ରସôାହନ ମିଳିଲେ ଏହାର ିକ୍ରୀପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଗଲେ ଏହି କୁଟିର ଶିଳ୍ପ ବଞ୍ଚôରହିପାରନ୍ତା । କୌଳିକ ବୃତ୍ତିକୁ ହରାଇ ଅନେକ ପରିବାର ବହୁ ଦୁଖ କଷ୍ଟରେ ଥିଲେ ମଧ୍ୟ ସରକାରି ସାହାଯ୍ୟ ଏମାନଙ୍କ ପାଖରେ ପହଂଚି ପାରିନାହିଁ । ସରକାରୀ ପୋ୍ରସôାହନ ନ ମିଳିବାରୁ ଯୁବ ପିଢି ମୁହଁ ଫେରାଉଥିବା ଦେଖିବାକୁ ମିଳୁଛି । ଉନ୍ନତ ଜ୍ଞାନ କୌଶଳ ଓ ଉପଯୁକ୍ତ ସରକାରୀ ସହାୟତା ଯୋଗାଇ ଦେଲେ ଏହି ପୁରାତନ ହସ୍ତଶିଳ୍ପର ପୁନଃରୁଦ୍ଧାର ହୋଇପାରନ୍ତା ବୋଲି ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମାନେ କହିଛନ୍ତି ।

Report- Manas Kumar Rout

Related Posts

About The Author

Add Comment