ଦୃତ ଗତିରେ ଆସି ଡମ୍ଫରକୁ ଧକ୍କାଦେଲା ଟଲର ଜଣେ ଆହାତ

Spread the love
ଯାଜପୁର/କଳିଙ୍ଗ ନଗର , ୧୪/୧୨ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ଜଖପୁରା ଥାନା ଅଧିନ ମାନିତିରା ଛକ ନିକଟରେ ଆଜି ମଧ୍ୟ୍ୟନ ୧ ଘଟିକା ସମୟରରେ ଏକ ଡମ୍ଫରକୁ ଟଲର ଧକ୍କା ଦେଇଥିଲା । ଘଟଣାରୁ ପ୍ରକାଶ ବଙ୍ଗଳା ଛକରୁ ମିଳଲିଟାରିରୋଡ ଦେଇ କଳିଙ୍ଗ ନଗରର କୌଣସି ଏକ ପ୍ଲାଣ୍ଟକୁ ଏକ ଟଲର ଓ ଡି ୧୬ ଜି (୧୭୩୩  )ଯାଉଥିବା ବେଳେ ବିପରୀତ ଆଡୁ ଆସୁଥିବା ଏକ ଡମ୍ଫର ଓ ଆର ୦୯ ଏନ୍ (୩୫୬୮)କୁ ଧକ୍କା ଦେଇଥିଲା ଫଳରେ ଟଲର ଡ୍ରାଇଭର ଗୋଡ଼ ଭାଙ୍ଗିଯାଇଥିବା ଅନୁମାନ କରାଯାଉଛି ।ଡମ୍ଫର ଚାଳକର କୌଣସି କ୍ଷତି ହୋଇନାହିଁ । ଖବର ପାଇ ଜଖପୁରା ପୋଲିସି ଏ ଅସ୍ ଆଇ  ଶ୍ରୀ ଅଜୟ କୁମାର ସେଠୀ ସଦଳ ବଳେ ପହଁଞ୍ଚି ଆହାତ ଚାଳକ କୁ ଗାଡ଼ିରୁ ବାହାର କରି ୧୦୮ ଆମ୍ବୁଲାନ୍ସ ଦାନଗଦି ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ରକୁ ପଠାଇ ଗାଡ଼ି ଦୁଇଟିକୁ ଜବଦ କରି ତଦନ୍ତ ଜାରି ରଖିଛନ୍ତି ।

Related Posts

About The Author

Add Comment