ଦୃଘଟଣାରେ ଯୁବକ ମୃତ୍ୟୁ

Spread the love

ଧର୍ମଶାଳା, ୦୫/୦୮ (ସନ୍ଧାନ ନିଉଜ) ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ପଂଚାୟତ କଦଳା ଗ୍ରାମର ସ୍ୱାଧୀନ ରାଉତଙ୍କ ଗତକାଲି ରାତିରେ ଦୃର୍ଘଟଣାରେ ମୃତ୍ୟୁ ଘଟିଛି । ପୋଲିସ ସୂଚନା ମୁତାବକ କଦଳା ଗ୍ରାମର ନିରଞ୍ଜନ ରାଉତଙ୍କ ଏକମାତ୍ର ପୁଅ ସ୍ୱାଧୀନ କାଲି ନିଜର କାର୍ଯ୍ୟ ସାରି ଚଣ୍ଡିଖୋଲ ଫେରୁଥିବା ବେଳେ ନେଉଳପୁର ସାହୁ ଷ୍ଟିଲ ନିକଟସ୍ଥ ଜାତୀୟ ରାଜପଥର ସରଭିସ ରୋଡ ଉପରେ ତାଙ୍କୁ ଏବଂ କଂଟିଗଡିଆ ଗ୍ରାମର ନିରଞ୍ଜନ ପାତ୍ରଙ୍କୁ ଏକ କାର ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସ୍ୱାଧୀନ ଗୁରୁତର ଆହତ ହୋଇପଡିଥିଲେ । ପରେ ଉଭୟଙ୍କୁ ବଡଚଣା ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ସ୍ୱାଧୀନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟ ଜଣେ ଚିକସିôତ ହେଉଥିବା ଜଣାପଡିଛି । ଘଟଣା ଘଟାଇବା ପରେ କାରଟି ଫେରାର ହୋଇଯାଇଛି । ସ୍ୱାଧୀନଙ୍କ ମୃତ୍ୟ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଆଜି ଶବ ବ୍ୟବଚ୍ଛେଦ ହେବା ପରେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ ସମ୍ପନ୍ନ କରାଯାଇଥିଲା ।

Related Posts

About The Author

Add Comment