ରାଉରକେଲା,୧୭/୧୨ (ସନ୍ଧାନ ନିଉଜ) କୌଣସି ଏକ ଦୂରାରୋଗ୍ୟର ଚିକିତ୍ସା କରି ନପାରି ଜଣେ ମହିଳା ହତାଶ ହୋଇ ଆତ୍ମହତ୍ୟା କରିଛନ୍ତି । ମହିଳା ଜଣକ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ରାଉରକେଲା ବିଶ୍ରା ଥାନା ଅଞ୍ଚଳର ଗଡା ମୋହଲାରେ ଏହି ଖବର ଏବେ ଆଲୋଡନ ସୃଷ୍ଟି କରିଛି । ଆତ୍ମହତ୍ୟା କରିଥିବା ମହିଳା ଜଣକ ଦେଢ ବର୍ଷ ପୂର୍ବେ ବିବାହ କରିଥିବାବେଳେ ତା ନାମ ରୁହୀ ଖାତୁନ ବୋଲି ଜଣାପଡିଛି । ରବିବାର ସନ୍ଧ୍ୟାରେ ରୁହି ନିଜ ଶାଶୁଘରେ କବାଟ ବନ୍ଦ କରି ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି । ଏ ବାବଦରେ ଉକ୍ତ ମହିଳାଙ୍କ ପିତା ମେହବୁବ ଆନସାରୀ ବିଶ୍ରା ଥାନାରେ ରିପୋର୍ଟ କରିଛନ୍ତି ।ତେବେ କେଉଁ କାରଣରୁ ରୁହୀ ଆତ୍ମହତ୍ୟା କଲେ ସେନେଇ ପୋଲିସ ତଦନ୍ତ କରୁଛି ।
ଦୂରାରୋଗ୍ୟରେ ପୀଡିତ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ
|
December 17, 2019 |


