ଦୂରହେବ ଟ୍ରାଫିକ ସମସ୍ୟା,ଚିନ୍ତାରେ ବ୍ୟବସାୟୀ!

Spread the love

ରାଉରକେଲା,୫/୮ (ସନ୍ଧାନ ନିୟୁଜ ): ଜାତୀୟ ରାଜପଥ-୧୪୩ ସଂପ୍ରସାରଣ ହେଲାପରେ ରାସ୍ତା କଡ଼ରେ ଥିବା ବହୁ ଠେଲା ଓ ଅନ୍ୟ ଛୋଟ ଦୋକାନ ଗୁଡ଼ିକ ନିଜ ଅସ୍ତିତ୍ୱ ହରାଇବା ଆଶଙ୍କା ଏବେଠାରୁ ଦେଖିବା ସ୍ପଷ୍ଟଭାବେ ପ୍ରତୀୟମାନ ହେଉଛି । ଯାହାକୁ ନେଇ ଚିନ୍ତାରେ କାଳ କାଟୁଛନ୍ତି ଠେଲା ବ୍ୟବସାୟୀ ମାନେ । ରଙ୍ଗୋଲି ଛକରେ • ବ୍ୟବସାୟ କରୁଥିବା ଅନ୍ୟ ଦୋକାନୀ, ସେଲୁନ, ତଥା ଅନ୍ୟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ ମାନଙ୍କୁ ଏବେଠୁ ଜାତୀୟ ରାଜପଥ ସଂପ୍ରସାରଣ ଚିନ୍ତା ଘାରିବାରେ ଲାଗିଲାଣି । ଗୋଟିଏ ପକ୍ଷେ ଏନ୍ଏଚ୍ ସଂପ୍ରସାରଣ ଦ୍ୱାରା ଟ୍ରାଫିକ ସମସ୍ୟା ଲାଘବ ହେବାରେ ସହାୟକ ହେବ, ମାତ୍ର ଏହା ଦେବକୀଙ୍କ ଭଳି ବହୁ ବ୍ୟବସାୟୀକୁ ନିଶ୍ଚିତ ଭାବେ ପ୍ରଭାବିତ କରିବ ଏଥିରେ ଦ୍ୱିମତ ନାହିଁ । ଏପରି ଜଣେ ବୟସ୍କ • ଦୋକାନୀଙ୍କ ସହ ଏନ୍ଏଚ୍-୧୪୩ ସଂପ୍ରସାରଣ ପ୍ରସଙ୍ଗକୁ ନେଇ କଟିଥିଲା କିଛି ମୂହୁର୍ତ ।
ଦକ୍ଷିଣ ରାଉରକେଲା ସଂଲଗ୍ନ ଜାତୀୟ ରାଜପଥ(ଏନଏଚ)-୧୪୩ରେ ରାସ୍ତା କଡ଼ରେ ପ୍ରତିଦିନ ଭୋରରୁ ଦେଖିବାକୁ ମିଳେ ଜଣେ କର୍ମଠ ମଣିଷଙ୍କୁ । ମୁହଁରେ ସ୍ମିତ ହସ ନେଇ ଏହି ବ୍ୟକ୍ତି ଜଣଙ୍କ • ଭର୍ତି ଗିଲାସ ବଢାଇଦିଅନ୍ତି ଆଗନ୍ତୁକ ମାନଙ୍କୁ । ପ୍ରତି ବଦଳରେ • କପ ପିଛା ମିଳେ ମାତ୍ର ୫ ଟଙ୍କା । ମାତ୍ର ଏହି ବେପାରରେ ଚାଲେ ତାଙ୍କ ତେଲ ଲୁଣର ସଂସାର । ସେ ହେଉଛନ୍ତି ଦକ୍ଷିଣ ରାଉରକେଲାର ସ୍ଥାନୀୟ ରଙ୍ଗୋଲି ଛକ ନିକଟରେ ରହୁଥିବା ଦେବକୀ ଲାଲ । ବୟସ ପାଖାପାଖି ୬୫ ଛୁଇଁଲାଣି । କର୍ମକୁ ଭଗବାନ ବୋଲି ଆଦରି ଆଜକୁ ପ୍ରାୟ ୧୦ରୁ ଉର୍ଦ୍ଧ ବର୍ଷ ହେଲା ସେ ଏନଏଚ୍-୧୪୩ ରାସ୍ତା କଡ଼ରେ • ଠେଲା ପକାଇ ନିଜର ଗୁଜୁରାଣ ମେଂଟାଇ ଆସୁଛନ୍ତି । ପ୍ରତିଦିନ ଭୋର ୪ଟାରୁ ୫ଟା ମଧ୍ୟରେ ରଙ୍ଗୋଲି ଛକରେ ଭୁବନେଶ୍ୱର, କଟକ, ପୁରୀ ତଥା ଅନ୍ୟ ଅଂଚଳରୁ ଯାତ୍ରୀବାହୀ ବସ୍ ଗୁଡ଼ିକ ରଙ୍ଗୋଲି ଛକ ନିକଟରେ ଯାତ୍ରୀ ଓହ୍ଲାଇବା ପ୍ରତୀୟମାନ ହୁଏ । ବସରୁ ବାହାରି ଯାତ୍ରୀ ଦେବକୀ ଲାଲଙ୍କ ଠେଲାରୁ • କପେ ପିଇ ନିଜର ଅଳସ ଭାଙ୍ଗନ୍ତି । କେବଳ ଯେ, ବସଯାତ୍ରୀ ନୁହେଁ, ବସର ହେଲପର ହାତରେ ଏକ ଛୋଟ ଷ୍ଟିଲ ଗ୍ଲାସ ଧରି ଦୌଡ଼ି ଆସେ • ଠେଲା ପାଖକୁ । ସଙ୍ଗେ ସଙ୍ଗେ • ଗ୍ଲାସରେ ଭର୍ତି କରି ହେଲପର ଜଣଙ୍କ ବସରେ ଚଢିବା ପରେ ପୁଣି ବସର ଚକା ଆଗକୁ ଗଡ଼ିଥାଏ । ସେହିପରି ଏନଏଚ୍ କଡ଼ରେ ରାତ୍ରୀ ସମୟରୁ ପାର୍କିଂ କରିଥିବା ଟ୍ରକ, ଡମ୍ପର, ଟ୍ରଲର ଚାଳକ, ଖଲାସୀ ମାନଙ୍କ ଭିଡ଼ • ଠେଲା ସାମନାରେ ଦେଖିବାକୁ ମିଳେ । ସାରନଗରୀ ଅଂଚଳରୁ ମଧ୍ୟ ଅନେକ ବ୍ୟକ୍ତି ପ୍ରାତଃ ଭ୍ରମଣ କରି ରଙ୍ଗୋଲି ଛକ ପଂହଚିବା ପରେ • ଟିକେ ପିଇ ନିଜ କ୍ଲାନ୍ତ ଦୂର କରିଥାନ୍ତି । ଦେବକୀ ଲାଲଙ୍କ • ଠେଲା ଆଗରେ ସବୁବର୍ଗଙ୍କ ଗହଳି ପ୍ରତିଦିନ ଦେଖିବାକୁ ମିଳିଥାଏ । ଦେବକୀଙ୍କୁ କେବଳ ଏତିକି ଭୟ ଓ ଆଶଙ୍କା ଘାରିଛି ଯେ, କିଛି ଦିନ ଅବା ମାସ ପରେ ଜାତୀୟ ରାଜପଥ ସଂପ୍ରସାରଣ ହେବ! ଫଳସ୍ୱରୂପ, ତାଙ୍କ • ଠେଲାକୁ ସେ କେଉଁ ଜାଗାରେ ନେଇ ବେପାର ଚଳାଇ ପରିବାର ପ୍ରତିପୋଷଣ କରିବେ ବୋଲି କୋହଭରା କଣ୍ଠରେ ଗ୍ରାହକ ମାନଙ୍କ ସହ ଆଲୋଚନା କରନ୍ତି ।

Report= Subodh Nayak

Related Posts

About The Author

Add Comment