ଦୁଷ୍କର୍ମକାରୀ ଯବାନ  ଆତ୍ମସମର୍ପଣ କଲା; ପରିବାର ଲୋକ ରାଉରକେଲା ଏସପିଙ୍କୁ ଜଣାଇଥିଲେ

Spread the love
 ସୁନ୍ଦରଗଡ, ୧୮/୧୨ (ସନ୍ଧାନ ନିୟୁଜ) : ସୁନ୍ଦରଗଡ ଜିଲ୍ଲାର ଲହୁଣିପଡ଼ା ଥାନା ଅଞ୍ଚଳରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ବାରକୋଟ ଥାନାର ମସିନ୍ଦ ଗ୍ରାମରେ ସେନା କର୍ମଚାରୀ ବିରେନ୍ଦ୍ର ସାମାଡ ଆଦିବାସୀ ବାଳିକାକୁ ବିବାହ ଏବଂ ଚାକିରୀ କରାଇଦେବାକୁ କହି ଦୀର୍ଘ ଦିନ ଧରି ଉକ୍ତ ବାଳିକା ସହ ଅନୈତିକ ସମ୍ପର୍କ ରଖିଆସୁଥିଲା । ପରେ ବିବାହ କରିବାକୁ ମନା କରିବାରୁ ପୀଡିତା 2 ମାସ ତଳେ ଲହୁଣିପଡ଼ା ଥାନାର ଅଭିଯୋଗ କରିଥିଲା । ଖବର ପାଇ ଅଭିଯୁକ୍ତ ସେବେଠାରୁ ଫେରାର ରହିଥିଲା ।
ଏ ନେଇ ପରିବାର ଲୋକ ରାଉରକେଲା ଏସପିଙ୍କୁ ଜଣାଇଥିଲେ । ଏପରିକି ଏହି ଘଟଣାରେ ବ୍ଲକ ଅଧ୍ୟକ୍ଷ ଆନ୍ଦୋଳନ ଲାଗି ମଧ୍ୟ ଚେତାବନୀ ଦେଇଥିଲେ । ଶେଷରେ ଯବାନ ବିରେନ୍ଦ୍ର ଆଜି ସାମାଡ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି ।

Related Posts

About The Author

Add Comment