ଧର୍ମଶାଳା, (ସନ୍ଧାନ ନିୟୁଜ/ମାନସ ରାଉତ): କରୋନା ଲକଡାଉନରେ ପୁରା ପ୍ରଭାବିତ ହୋଇଛି ଧର୍ମଶାଳା ଅଂଚଳ । ଲକଡାଉନ ଫଳରେ ଲୋକମାନଙ୍କ ହାତରୁ ରୋଜଗାର ଦୁରେଇ ଯାଇଛି । ସମଗ୍ର ଧର୍ମଶାଳା ଅଂଚଳରେ ଏବେ ଅଚଳା ବସ୍ଥା ଜାରି ରହିଛି । ଲୋକମାନେ କାମ ଧନ୍ଦାକୁ ଯାଇ ନପାରି ଦିନେ ଖାଇଲେ ଓଳିଏ ଉପବାସରେ ରହିବା ଭଳି ଅବସ୍ଥା ସୃଷ୍ଟି ହୋଇଛି । ଏହି ଲକ ଡାଉନ ପ୍ରଭାବରେ ଦୀନ ମଜୁରିଆ ଉଠା ବ୍ୟବସାୟୀ, ଗ୍ୟାରେଜ ମିସ୍ତ୍ରୀ, ଶ୍ରେଣୀର ଲୋକମାନେ ବେଶ ପ୍ରଭାବିତ ହେଉଛନ୍ତି । ଲମ୍ବାସମୟ ଧରି ଲକଡାଉନ ହେବା ଫଳରେ ଭିକାରୀ, ନିରାଶ୍ରୟ, ଭିନ୍ନକ୍ଷମ, ଓ ଆଦିବାସୀ ଓ ବିଧବା ମହିଳା ମାନେ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଏ ପଟେ ସରକାର ତିନି ମାସର ରାସନ ଯୋଗଇ ଦେଇଛନ୍ତି । ତାହା ପୁଣି ସବୁ ପଂଚାୟତର ସବୁ ରାସନ କାର୍ଡ ଧାରିଙ୍କ ନିକଟରେ ପହଞ୍ଚô ପାରିନାହିଁ । ଅନ୍ୟ ସମସ୍ତ ସରକାରୀ ସୁବିଧା ଏ ପର୍ଯ୍ୟନ୍ତ ସବୁ ଲୋକଙ୍କ ନିକଟରେ ପହଞ୍ଚô ପାରିନାହିଁ । ଏହି ଦୁର୍ଦ୍ଦିନ ସମୟରେ ଏହି ଅସହାୟ ମାନଙ୍କ ପାଖରେ ପହ‚ôଛି ଜାରାକା ସ୍ଥିତ ଆଂଶୁମାନ ମେମୋରିଆଲ ଟ୍ରଷ୍ଟ । ଏହି ଦୁଃସମୟରେ ଏହି ଲୋକମାନଙ୍କ ପାଇଁ ଏବେ ଶୁଖିଲା ଖାଦ୍ୟର ପୁଡିଆ ନେଇ ସାହାଯ୍ୟର ହାତ ବଢାଇଛନ୍ତି । ଅନୁଷ୍ଠାନର ସମ୍ପାଦକ ହିମାଂଶୁ ଶେଖର ସାହୁ ତାଙ୍କ ଟ୍ରଷ୍ଟର ସଦସ୍ୟ ମାନଙ୍କୁ ଧରି ଆଜି ଦିନ ତମାମ ବୁଲି ବୁଲି ଜେନାପୁର ଥାନା ଅଧିନ ଅଣ୍ଟିଆ ଦଳିତ ସାହି, ତଳସାହି, କମାଗଡ ପଂଚାୟତର ଦଳିତ ସାହି,ଏବଂ ଚକ୍ରଧରପୁର ପଂଚାୟତର ମୁକୁନ୍ଦପୁର ଠାରେ ବସବାସ କରୁଥିବା ଅସହାୟ ଲୋକମାନଙ୍କୁ ଅଟା, ଚୁଡା, ଚିନି, ବିସ୍କୁଟ, ସାବୁନ ଆଦି ସାମଗ୍ରୀ ମାନ ଯୋଗାଇ ଦେଇଛନ୍ତି । ଏଥି ସହିତ ପ୍ରତ୍ୟେକ ପରିବାରକୁ ଭେଟି କରୋନା ଭୁତାଣୁ ଠାରୁ କିପରି ନିଜକୁ ସୁରକ୍ଷିତ ରଖାଯାଇ ପାରିବ ସେଥିପାଇଁ ସଚେତନତା ସୃଷ୍ଟି କରୁଛନ୍ତି । ସାବୁନ, ମାସ୍କ, ସାନିଟାଇଜର ଆଦି ଲୋକାମନଙ୍କୁ ବାଣ୍ଟିଛନ୍ତି ।
ଦୁର୍ଦ୍ଦିନରେ ଅସହାୟଙ୍କୁ ସହାୟ ହୋଇଛି ଆଂଶୁମାନ ମେମୋରିିିିିିିିିିିିିିିିିିିିଆଲ ଟ୍ରଷ୍ଟ
|
April 12, 2020 |
