ଦୁର୍ଗା ପୂଜା ଓ ଭସାଣୀ କୋଭିଡ କଟକଣା ମଧ୍ୟରେ ପାଳିତ ହେବ: ଜିଲ୍ଳ୍‌ାପାଳ

Spread the love

ଯାଜପୁର, ତା ୪ା୧୦, (ସନ୍ଧାନ ନିଉଜ): କରୋନା ମହାମାରୀ ପରିପ୍ରେକ୍ଷୀରେ ଯାଜପୁରରେ ଆଗାମୀ ଦୁର୍ଗାପୂଜାକୁ ନିରାଡମ୍ୱର ଭାବେ ପାଳନ କରାଯିବ ବୋଲି ସର୍ବ ସମ୍ମତ ନିଷ୍ପତ୍ତି ନିଆଯାଇଚ୍ଥି । ସୋମବାର ଅପରାହ୍ନରେ ଜିଲ୍ଳ୍‌ାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ଗାପୂଜା ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍‌ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର କରୋନା ପାଇଁ ମା’ ଙ୍କର ପୂଜା ବନ୍ଦ କରାଯିବ ନାହିଁ ସ୍ପଷ୍ଟ କରିଦେଇଥିଲେ । ତେବେ କୈାଣସି ଉତ୍ସବ, ଗହଳି, ବାଜା, ରୋଷଣୀ, ମେଲୋଡି ବା ସଂଗୀତ କାର୍ଯ୍ୟକ୍ରମକୁ ବାରଣ କରାଯାଇଚ୍ଥି ବୋଲି ସେ ସୂଚନା ଦେଇଚ୍ଥନ୍ତି । ବର୍ତ୍ତମାନ ସୁଦ୍ଧା ସରକାରଙ୍କର ମାର୍ଗ ଦର୍ଶିକା ଅନୁସାରେ କୈାଣସି ବି ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ୪ ପୁଂଟରୁ ଅଧିକ ହେବନାହିଁ । ମଣ୍ଡପର ୩ ପାଶ୍ୱର୍ ବନ୍ଦ ରହିବ । ମଣ୍ଡପରେ ସର୍ବାଧିକ ୭ ଜଣ ବ୍ୟକ୍ତିଙ୍କ ଉପସି୍ଥତିକୁ ଅନୁମତି ମିଳିବ ଓ ଲୋକ ଗହଳି ହେବନାହିଁ ବୋଲି ସେ କହିଥିଲେ । ପ୍ରତ୍ୟେକ ପୂଜା କମିଟି ପୂଜା ପୂର୍ବରୁ ପ୍ରଶାସନ ଠାରୁ ଅନୁମତି ନେବେ । ବ୍ୟାସନଗର, ଦାନଗଦୀ ଓ ସୁକିନ୍ଦା ଅଞ୍ଚଳ ପାଇଁ ଏହି ଅନୁମତି କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍‌ାପାଳ ପ୍ରଦାନ କରିବେ ଓ ଅବଶିଷ୍ଟ ଅଞ୍ଚଳ ପାଇଁ ଅତିରିକ୍ତ ଜିଲ୍ଳ୍‌ାପାଳ ପ୍ରଶାସନ ଅନୁମତି ଦେବେ । ମଣ୍ଡପରେ କୈାଣସି ଡାକବାଜି ଯନ୍ତ୍ରର ବ୍ୟବହାର କରାଯିବ ନାହିଁ ଓ ପ୍ରତ୍ୟେକ କୋଭିଡର ଯେଉଁ ମାର୍ଗ ଦର୍ଶିକା ରହିଚ୍ଥି, ଯେପରି ସାମାଜିକ ଦୂରତା ରକ୍ଷା, ସାନିଟାଇଜ୍ କରିବା, ମାସ୍କ ବ୍ୟବହାର କରିବା ଇତ୍ୟାଦିକୁ କଡାକଡି ଭାବେ ଅନୁପାଳନ କରିବେ । ସେହିପରି ବିସର୍ଜନ ଅତ୍ୟନ୍ତ ନିରାଡମ୍ୱର ଭାବେ ବିନା ଶୋଭାଯାତ୍ରାରେ କରାଯିବ । ପୈାର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ଦେବୀଗଡା ଠାରେ ଏକ କୃତ୍ରିମ ପୋଖରୀରେ ଏହି ମୂର୍ତ୍ତି ବିସର୍ଜନ କରାଯିବ ବୋଲି ଶ୍ରୀ ରାଠୋର ସୂଚନା ଦେଇଥିଲେ । ବିଭିନ୍ନ ବିଭାଗ ମାନେ ବିଗତ ବର୍ଷ ମାନଙ୍କ ଭଳି ସେମାନଙ୍କର ଦାୟିତ୍ୱ ନିର୍ବାହ ସହ ପୂଜା ଓ ଭସାଣୀକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବେ । ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ପୋଲିସ ବାହିନୀ ମଧ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ନେବେ । ସାଧାରଣ ଲୋକମାନେ ଏବଂ ସମସ୍ତ ପୂଜା କମିଟି ଏଥିରେ ସହଯୋଗ କରିବାକୁ ଜିଲ୍ଳ୍‌ାପାଳ ଅନୁରୋଧ କରିବା ସହ ଯଥା ସମ୍ଭବ ନିରାପଦ ଓ ସୁରକ୍ଷିତ ଭାବେ ମା’ ଙ୍କ ବାର୍ଷିକ ପୂଜାକୁ ଆୟୋଜନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଚ୍ଥନ୍ତି । ଏହି ବୈଠଳରେ ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲି୍ଳକ, ଅତିରିକ୍ତ ଜିଲ୍ଳ୍‌ାପାଳ (ପ୍ରଶାସନ) ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଳ୍‌ାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର, ଊପଖଣ୍ଡ ଆରକ୍ଷୀ ଅଧିକ୍ଷକ ସରୋଜ କୁମାର ମହାପାତ୍ର, ଯାଜପୁର ଥାନା ଅଧିôକାରୀ, ମାନଓ ଚକ୍ର, ସହକାରୀ ଜିଲ୍ଳ୍‌ାପାଳ ତିଳୋତ୍ତମା ପୃଷ୍ଟି, ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଓ ବିରଜା ମା’ଙ୍କର ସେବାୟତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment