ଯାଜପୁର ସଦର, ୧୬/୩/୨୬ (ସନ୍ଧାନ ନ୍ୟୁଜ ) ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଦୁବକଣ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଶନିବାର ଦିନ ବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ଥିବା ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦିଆଯିବ ସହ ବିଦ୍ୟାଳୟ ପରିସରରେ ମା ସରସ୍ବତୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ସଭାଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇ ଥିଲା | ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିସୁନ ଟୁଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ମଙ୍ଗଳପୁର ଥାନା ଅଧିକାରୀ ରଞ୍ଜନ କୁମାର ବେହେରା ଯୋଗଦେଇ ଶିକ୍ଷା ସହ କ୍ରୀଡା ଛାତ୍ର ଛାତ୍ରୀ ମାନଙ୍କ ଜିବନର ଏକ ଅଙ୍ଗ ବୋଲି କହିବା ସହ ଛାତ୍ର ଛାତ୍ରୀ ମାନେ ଜିବନରେ ଶୃଙ୍ଖଳିତ ହୋଇ ପାରିଲେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ |ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ସିଆରସିସି ପ୍ରିୟରଞ୍ଜନ ଦାଶ, ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜୟପ୍ରକାଶ ନାୟକ, ପୂର୍ବତନ ସିଆରସିସି ଖଗେଶ୍ୱର ସାହୁ, ସମାଜସେବୀ ଦେବବ୍ରତ ନାୟକ,ପରିଚାଳନା କମିଟି ସଭ୍ୟ ବିଶ୍ୱଜିତ ଦାସ,ପ୍ରଭାତ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ | ଶେଷରେ ମୁଖ୍ୟ ଅତିଥି ଓ ଅନ୍ୟ ସମସ୍ତ ଅତିଥି ମାନଙ୍କ ଦ୍ୱାରା କ୍ରୀଡାରେ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ସିଲ ପ୍ରଦାନ କରାଯାଇ ଥିଲା | ସେହିପରି କ୍ରୀଡାରେ ଚମ୍ପିୟାନ ହୋଇଥିବା ଛାତ୍ରଙ୍କୁ ଆମେ ଅଛୁ ଆପଣଙ୍କ ସାଥିରେ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନର ମୁଖ୍ୟ ଦେବବ୍ରତ ନାୟକଙ୍କ ଦ୍ୱାରା ୧ ହଜାରେ ଟଙ୍କାର ନଗଦ ଅର୍ଥ ରାଶି ପ୍ରଦାନ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥବାବେଳେ ଶିକ୍ଷୟିତ୍ରୀ ସୁଜାତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଉତ୍ପଳ କୁମାର ବିଶ୍ୱାଳ, ଶିକ୍ଷୟତ୍ରୀ ସ୍ନେହାଞ୍ଜଳି ଯେନା, ଲଷ୍ମୀପ୍ରିୟା ପ୍ରଧାନଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା ମାନେ ସହଯୋଗ କରିଥିଲେ |
ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ
|
March 16, 2026 |



