ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ପରିବାର ମଧ୍ୟରେ ବିବାଦ ଲାଗିରହିଚି ପୋଲିସ ନିରବ ଦ୍ରଷ୍ଟା ସାଜିଚି

Spread the love

ଯାଜପୁର, ୩୦/୦୭/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ ମଦିନାବାଗର ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ପରିବାରଙ୍କ ମଧ୍ୟରେ ପ୍ରେମ ଘଟଣାକୁ କେନ୍ଦ୍ରକରି ଦିର୍ଘ ଦୁଇ ମାସ ବିତି ଯାଇଥିଲେ ମଧ୍ୟ କୋଠିଡିହ ଗ୍ରାମର ସଲ୍ଲା ଉଦ୍ଦିନଙ୍କ ପରିବାର ଉପରେ ଜୁନ ୯ତାରିଖରେ ମରଣାତ୍ମକ ଆକ୍ରମଣ ହେବାରୁ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଆଉ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ । ଘଟଣାରୁ ପ୍ରକାଶ ଯେ, ମଙ୍ଗଳପୁର ପଂଚାୟତ ମଦିନାବାଗର ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ପରିବାର ମଧ୍ୟରେ ଏକ ଯୁବତୀକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏନେଇ ବ୍ରହ୍ମବରଦା ଫାଣ୍ଡିରେ ସଲ୍ଲା ଉଦ୍ଦିନ ପରିବାରଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ବ୍ରହ୍ମବରଦା ଫାଣ୍ଡି ଅଧିକାରି ଏବଂ ଧର୍ମଶାଳ ଥାନା ଆଇଆଇସି ସରୋଜ କୁମାର ସାହୁ, ଯାଜପୁର ଏସ୍ଡିପିଓ ଚିନ୍ମୟ ନାୟକ ବ୍ରହ୍ମବରଦା ବ୍ୟାଙ୍କଛକ ରାସ୍ତା ଉପରେ ସଲ୍ଲା ଉଦ୍ଦିନଙ୍କ ପରିବାର ପକ୍ଷରୁ ଦୁଇ ଘଣ୍ଟା ଧରି ରାସ୍ତାରୋକ କରାଯିବା ପରେ ଘଟଣା ସ୍ଥଳରେ ଅତିରିକ୍ତ ତହସିଲଦାର ପହଁଞ୍ଚô ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେଇଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ଦୁଇ ଭାଇକୁ ଗିରଫ କରି ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଥିଲେ । ସେମାନେ ହାଜତରେ ଥିବା ବେଳେ, ସଲ୍ଲା ଉଦ୍ଦିନ ମୁଲତାନ ବିବି ବ୍ରହ୍ମବରଦା ଫାଣ୍ଡିରେ ୨୦ ଜଣଙ୍କ ନାମରେ ଅଭିଯୋଗ କରିବା ପରେ ସେଥିମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଥିଲା । ଅନ୍ୟ ଅଭିଯୁକ୍ତ ମାନଙ୍କ ଗିରଫ ଦାବିରେ ରାସ୍ତା ରୋକ ହୋଇଥିଲା । ବରିଷ୍ଠ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଁଞ୍ଚô ଅନ୍ୟ ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶୃତୀ ଦେଇଥିଲେ । ପ୍ରତିଶୃତି ପାଇବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳା ସୁଲତାନ ବିବି କରିଥିବା ଏତଲାକୁ କେନ୍ଦ୍ରକରି ଅଭିଯୁକ୍ତ ମାନେ ନାମ କାଟିବା ପାଇଁ ଚାପ ପ୍ରୟୋଗ ହେଉଥିଲା ସୁଲତାନ ବିବି ଏଥିରେ ରାଜି ନହେବାରୁ ଗତ ଗୁରୁବାର ଦିନ ପୁଅ ସେକ୍ ହମିଦ୍ ଏବଂ ଭଣଜା ସେକ୍ ମିଜାହିଦଙ୍କ ଉପରେ ସେକ୍ କୟୁମଙ୍କ ପୁଅ ରେହେମଦ(୨୦) ସେକ ମତଙ୍କ ପୁଅ ସେକ୍ ମୁସଲିମ(୨୨) ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଦୁଇ ପରିବାର ଆହତ ହୋଇଛନ୍ତି । ଏ ସମ୍ପର୍କରେ ସୁଲତାନ ପୁନ୍ନର୍ବାର ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରିବା ପରେ ସୁଲତାନ ପରିବାର ବ୍ରହ୍ମବରଦା ଫାଣ୍ଡିଆଗରେ ଧାରଣା ଦେଇଥିଲେ । ଖୁବ ଶିଘ୍ର କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ. ଦାଶରଥି ପାତ୍ର ପୁଣି ପ୍ରତିଶୃତି ଦେବା ପରେ ଧାରଣା ଦେଇଥିବା ସଲ୍ଲା ଉଦ୍ଦିନଙ୍କ ପରିବାର ଧାରଣାରୁ ଓହରି ଯାଇଥିଲେ । ତୁରନ୍ତ ଆସାମୀମାନଙ୍କୁ ଗିରଫ କରାନଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଏହି ସଂଖ୍ୟାଲଘୁ ପରିବାର ଗଣମାଧ୍ୟମକୁ ସୂଚନା ସରକାରଙ୍କୁ ଏହି ପରିବାର ଚେତାବନୀ ଦେଇଥିଲେ ।

Related Posts

About The Author

Add Comment