ଦୁଇ ଷଡ଼ଙ୍ଗୀ ପାଇଁ ପାରନ୍ତି କେନ୍ଦ୍ରମନ୍ତ୍ରୀ ପଦ
ଭୁବନେଶ୍ୱର,୨୬/୫ (ସନ୍ଧାନ ନିୟୁଜ):୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ୮ଟି ଆସନ ଜିତିପାରିଛି। ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ,ବରଗଡ଼ରୁ ସୁରେଶ ପୂଜାରୀ,ସୁନ୍ଦରଗଡ଼ରୁ ଜୁଏଲ ଓରାମ,ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂହଦେଓ, କଳାହାଣ୍ଡିରୁ ବସନ୍ତ ପଣ୍ଡା, ସମ୍ବଲପୁରରୁ ନିତେଶ ଗଙ୍ଗଦେବ ଏବଂ ମୟୁରଭଞ୍ଜରୁ ବିଶେଶ୍ୱର ଟୁଡୁ ନିର୍ବାଚନ ଜିତିଛନ୍ତି।ଯେତେବେଳେ କି ୨୦୧୪ ନିର୍ବାଚନରେ ବିଜେପିରୁ ଏକ ମାତ୍ର ଜୁଏଲ ଓରାମ ଜିତି ପାରିଥିଲେ।ବିଜେପି ମାତ୍ର ଗୋଟିଏ ସିଟ୍ ଜିତି ପାରିଥିବା ବେଳେ ମୋଦୀ କିନ୍ତୁ ଦୁଇ ଜଣଙ୍କୁ କେନ୍ଦ୍ରମନ୍ତ୍ରୀ କରାଇଲେ।ଏକ ମାତ୍ର ନିର୍ବାଚିତ ସାଂସଦ ଜୁଏଲଙ୍କ ବ୍ୟତୀତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଅନ୍ୟ ରାଜ୍ୟରୁ ରାଜ୍ୟ ସଭାକୁ ପଠାଇ କେନ୍ଦ୍ରମନ୍ତ୍ରୀ କରାଇଥିଲେ।ଏବେ କିନ୍ତୁ ୮ଜଣ ନିର୍ବାଚିତ ସାଂସଦ।ଆଶା ରହିବା ତ’ ସ୍ବଭାବିକ।ତାହା ପୁଣି ଟିକେ ଅଧିକ!
Related Posts
About The Author