ଯାଜପୁର ,୨୦/୦୩(ସନ୍ଧାନ ନ୍ୟୁଜ):ରାଜ୍ୟ ସରକାର ଯାଜପୁର ଜିଲ୍ଲାକୁ କିଛି ଲକ୍ଷ୍ମୀବସ ପଠାଇଛନ୍ତି । ଏହା ବ୍ଲକ ରୁ ବ୍ଲକ ଯାତାୟତ କରିବ । ଯାହାଦ୍ୱାରା କୌଣସି କାମ ପାଇଁ ବ୍ଲକକୁ ଆସୁଥିବା ଲୋକମାନେ କମ୍ ଖର୍ଚ୍ଚରେ ଯାତାୟତ କରିପାରିବେ । କିନ୍ତୁ ଲକ୍ଷ୍ମୀ ବସ୍ ବୁଝୁଥିବା ସୁପର ଭାଇଜର ମନମୁଖି ଶାସନ ଚଳାଇଛନ୍ତି । ଯାଜପୁର ଜିଲ୍ଲା ପ୍ରଶାସନ ଦେଇଥିବା ରୁଟ୍ ଏବଂ ଟାଇମ୍କୁ ଯାଜପୁର ଜିଲ୍ଲାର ଥିବା ସୁପରଭାଇଜର ନ ମାନି ଯାଜପୁର ବ୍ଲକ ରୁ ବ୍ଲକ କରିବା କଥା କିନ୍ତୁ ସୁପରଭାଇଜର ତାହା ନକରି ଯାଜପୁର ଜିଲ୍ଲାର ମେଡିକାଲ ଛକ ପାଖରେ ଘଣ୍ଟା ଘଣ୍ଟା ରଖି ପାଣିକୋଇଲି ଭାୟା ସଠିପୁର ଯାଜପୁର ରୋଡ଼ ଯାତାୟ କରୁଛନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନ ଦେଇଥିବା ସମୟ ଏବଂ ଯିବା ଆସିବାର ନିର୍ଦ୍ଦିଷ୍ଟ ରାସ୍ତାରେ ଗମାନ ଗମନ କରିବ ଯାହାକି ଏହା ଲକ୍ଷ୍ମୀ ବସର ସୁପର ଭାଇଜର ଏହି ନିୟମକୁ ନମାନି ନିଜ ଇଚ୍ଛାରେ ବସ୍କୁ ଚଳାଉଛନ୍ତି । ଯାହାକି ଏହା ନିୟମ ବିରୁଦ୍ଧ । ଏହା କରିବା ଦ୍ୱାରା ଦୁଇ ଶହ ରୁ ଊର୍ଦ୍ଧ୍ୱ ଅଟୋ ଏବଂ ଟାଟା ମ୍ୟାଜିକ ମାଲିକଙ୍କ ଘରେ ରୋଷେଇ ବନ୍ଦ ହୋଇଯାଇଥିବାର ଖବର ଜାଣିବାକୁ ମିଳୁଛି । ଓଡ଼ିଶା ସରକାର କେଉଁ ମାନଙ୍କୁ ବଞ୍ଚାଉଛନ୍ତି ଏବଂ କେଉଁ ମାନଙ୍କୁ ମାରୁଛନ୍ତି ତାହା ସଠିକ ଭାବରେ ଜଣା ପଡ଼ୁନାହିଁ । ଏହି ସମସ୍ୟାକୁ ନେଇ ଯାଜପୁର ମେଡିକାଲ ଛକରେ ଦୁଇ ଶହର ଊର୍ଦ୍ଧ୍ୱ ଅଟୋ ଏବଂ ଟାଟାମେଜିକ ମାଲିକଙ୍କ ଭିତରେ ଏକ ବୈଠକ ହୋଇଥିଲା ବୈଠକରୁ ଜଣାଯାଇଛି; ଏହି ସମସ୍ୟାକୁ ନେଇ ଛୋଟ ଗାଡ଼ିର ମାଲିକମାନେ ଜିଲ୍ଲାପାଳଙ୍କୁ ଭେଟିବା ସହିତ ଅଫିସ୍ ସମ୍ମୁଖରେ ଅନସନ କରିବାର ଖବର ମିଳିଛି ।
ଦୁଇ ଶହ ଛୋଟ ଗାଡ଼ି ମାଲିକଙ୍କ ପରିବାରକୁ ଓପାସ ରଖିଛି ଲକ୍ଷ୍ମୀ ବସ
|
March 21, 2024 |
