ସୁନ୍ଦରଗଡ଼ ତା:୨୫-୧୨-୨0୨୫ରିଖ (ସନ୍ଧାନ ନ୍ୟୁଜ ) ବାର୍ଦ୍ଧକ୍ୟ ଭତ୍ତା କୁ ନେଇ ଏକ ବଡ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜଣେ ୮୦ ବର୍ଷୀୟ ବୃଦ୍ଧା ମହିଳା ଯିଏ ଅନ୍ୟର ସାହାରାରେ ବଞ୍ଚି ରହିଛି ତାକୁ ସରକାର ସହିତ ସରକାରୀ କର୍ମଚାରୀ ଅଣଦେଖା କରୁଥିବା ସୂଚନା ରହିଛି । ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ପତର ଫେଣ୍ଡି ପଡା ର ଜୁଲିଆ କୁଲୁ ( ୮0ବର୍ଷ ) , ସେ ଗରିବ ପରିବାର ର ହୋଇଥିବା ବେଳେ ତାଙ୍କୁ ଚଳିତ ବର୍ଷ ଜୁଲାଇ, ଅଗଷ୍ଟ ଦୁଇ ମାସ ର ଭତ୍ତା କୁ ଚଲୁ କରିଥିବା ଯାହା ତାଙ୍କ ଭତ୍ତା ଖାତା ଜଣାଉଛି । ତା ସହିତ ବୃଦ୍ଧା ମହିଳା ଙ୍କ ୮୦ ବର୍ଷ ହୋଇଥିବା ବେଳେ ସରକାରୀ ଯୋଜନା ମାଧ୍ୟମରେ ୩୫୦୦ ଟଙ୍କା ଦେବାର ଆଇନ ସରକାରଙ୍କ ଥିବାବେଳେ ସେଥିରେ ବିଳମ୍ବ ସହିତ ଅବହେଳା ହେଉଥିବା ସୂଚନା ରହିଛି। ଏପରି ବ୍ୟତିକ୍ରମ ଆହୁରି ଅନେକ ଥିବା ବେଳେ ତାହା କାର୍ଯ୍ୟକାରୀ ନ ହେବା ସରକାରଙ୍କ ଅପାରଗତା କୁ ଦର୍ଶାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ରାଜ୍ୟ ତଥା ଦେଶରେ ଡବଲ ଇଞ୍ଜିନ ସରକାର ଥିବା ବେଳେ ବରିଷ୍ଠ ନାଗରିକଙ୍କ ପ୍ରତି ଅବହେଳା ପାଇଁ କିଏ ଦାୟୀ ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ବିଭାଗୀୟ କତୃପକ୍ଷ ଙ୍କୁ ଅବଗତ କଲାପରେ ମଧ୍ୟ ତିଳେ ମଧ୍ୟ କର୍ଣ୍ଣପାତ କରୁ ନ ଥିବା ଏକ ବଡ ପ୍ରଶ୍ନ ? ଯେତେ ଶୀଘ୍ର ଏହାର କାର୍ଯ୍ୟାନୁଷ୍ଠାନ କରି ଉକ୍ତ ବୃଦ୍ଧା ମହିଳା ଜଣକୁ ଉଚିତ ପ୍ରାପ୍ୟ ସହ ତାଙ୍କର ଭତ୍ତା ଦେବା ପାଇଁ ସାଧାରଣରେ ଦାବି ହେଉଛି ।
ଦୁଇ ମାସର ଭତ୍ତା ଚଲୁ ହେବା ସହ ୮୦ ବର୍ଷିଆ ବୃଦ୍ଧା ମହିଳା ସରକାରୀ ଯୋଜନାର ଉଚିତ୍ ପ୍ରାପ୍ୟ ପାଇବାରେ ପ୍ରଶାସନର ଅବହେଳା
|
December 25, 2025 |



