ଯୁକ୍ତ ଦୁଇ ପରୀକ୍ଷାର ଦ୍ୱିତୀୟ ଦିନ: ଇଂରାଜୀ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

Spread the love
ବୈପାରିଗୁଡା,୧୧/୩ (ସନ୍ଧାନ ନିୟୁଜ)  – ବୈପାରିଗୁଡା ସ୍ଥିତ ସହୀଦ ଲକ୍ଷଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଯୁକ୍ତ ଦୁଇ ପରୀକ୍ଷା ର ଦ୍ୱିତୀୟ ଦିନରେ ଇଂରାଜୀ ପରୀକ୍ଷା ଆରମ୍ଭ ହୋଇଯାଇଥିବା ଜଣାପଡିଛି।ଉକ୍ତ ପରୀକ୍ଷା କେନ୍ଦ୍ର ରେ କୁନ୍ଦୁରା ସ୍ଥିତ ବାଣୁଆ ଗୁଡା ଏବଂ ବୈପାରିଗୁଡା ସ୍ଥିତ ସହୀଦ ଲକ୍ଷଣ ନୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଇଥିବା ଜଣାପଡ଼ିଛି ।ଏଥି ନିମନ୍ତେ ପରୀକ୍ଷା କେନ୍ଦ୍ର କୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।ଆଜି ଦ୍ୱିତୀୟ ଦିନରେ ଛାତ୍ର ଛାତ୍ରୀ ମାନେ ଇଂରାଜୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି ।ଏହି ପରୀକ୍ଷା କେନ୍ଦ୍ର ରେ ମୋଟ ୩୮୭ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୩୮୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ କୌଣସି କାରଣ ବଶତଃ ୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିପାରିନଥିଲେ ।ଉକ୍ତ ପରୀକ୍ଷା କେନ୍ଦ୍ର କୁ ବୈପାରିଗୁଡା ବ୍ଲକ ଅଫିସର ଆକାଉଣ୍ଟ ଅଫିସର ଶ୍ରୀଯୁକ୍ତ ସେବାରାମ ମେହେର ପରୀକ୍ଷା ପର୍ଯ୍ୟବେକ୍ଷକ ଭାବେ ପରୀକ୍ଷା ତଦାରଖ କରିବା ପାଇଁ ଘୁରିବୁଲୁଥିବା ଦେଖିବାକୁ ମିଳିଛି ।ପରୀକ୍ଷା କେନ୍ଦ୍ର କୁ ମୋବାଇଲ ଫୋନ ନ ନେବାପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀଯୁକ୍ତ କୁମୁଦ ରଂଜନ ମହାରଣା ପ୍ରକାଶ କରିଛନ୍ତି ।ଆଜିର ପରୀକ୍ଷା ସକାଳ ୧୦ଟା ରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ରେ ଶେଷ ହେବ ବୋଲି ସୂଚନା ମିଳିଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା
Reporter Wanted in Koraput District of All block
Contact-9437819735

Related Posts

About The Author

Add Comment