ବାରିପଦା, ୦୧/୦୭/୨୦ (ସନ୍ଧାନ ନିଉଜ) :- ପୋସ୍କୋ ଆକ୍ଟ ଲାଗୁ ସତ୍ୱେ ପିଲାଙ୍କ ଉପରେ ହେଉଥିବା ଅପରାଧ ଥମିବାର ନାଁ ନେଉନାହିଁ । ଦେଶ ଏବେ କୋରନା ଭଳି ମହାମାରୀ ସହ ଲଢ଼ୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳର ଅନିଲ୍ ଶର୍ମା ଙ୍କ ପୁଅ ରାଜୁ ଶର୍ମା (୩୦) ଯେକି ଲୁହାପଥର ପରିବହନ ସହ ସଂପୃକ୍ତ ସେ ତାଙ୍କ ବଡ଼ବିଲ ଅଞ୍ଚଳର ବ୍ୟବସାୟୀ ସହଯୋଗୀଙ୍କ ଦୁଇ ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରିବା ଓ ପ୍ରଘଟ କଲେ ଜୀବନରୁ ମାରିଦେବା ନେଇ ଝାଡ଼ଖଣ୍ଡ ରାଜ୍ୟ ଜାମସେଦପୁର ସହରର ବିଷ୍ଣୁପୁର ଥାନାରେ ୧୧୪/୨୦ ରେ ଏକ ମାମଲାଦାରେ ହୋଇଛି । ଅଭିଯୁକ୍ତ ରାଜୁ ଏବେ ଫେରାର ଅଛି । ବିଜିନେସ୍ ପାଟନର୍ ହିସାବରେ ଅଭିଯୁକ୍ତ ରାଜୁ ଶର୍ମା ବାରମ୍ବାର ପୀଡ଼ିତାଙ୍କ ଘର କେନ୍ଦୁଝର ଜିଲ୍ଲା ବଡ଼ବିଲକୁ ଯିବା ଆସିବା କରୁଥିଲେ । ଯେହେତୁପୀଡ଼ିତାଙ୍କ ପିତା ବିଜିନେସ୍ ପାଟନର ଥିଲେ ତେଣୁ ସେ ହିସାବରେ ପୀଡ଼ିତା ଦୁଇ ଭଉଣୀ ଅଭିଯୁକ୍ତ ରାଜୁ ଶର୍ମାଙ୍କୁରାଜୁ ଭାଇ ବୋଲି ଡାକୁଥିଲେ । ମାତ୍ର ସରଳତାର ସୁଯୋଗ ନେଇ ଦୁଇ ନାବାଳିକା ଜଣେ ୧୬ ବର୍ଷିୟା ଓ ଜଣେ ୧୩ ବର୍ଷିୟା କୁ ବଳାତ୍କାର କରିଥିଲା । ସେ ପ୍ରଥମେ ବଡ଼ ଭଉଣୀକୁ ସେ ୩୦ ରେ ଅଭିଯୁକ୍ତ ରାଜୁ ଶର୍ମା ଏକ ଧଳା ରଙ୍ଗର ଗାଡି ( ଡବ୍ଲୁବି ୦୨ଏଏମ୍ ୮୦୫୨) ରେ ବଡ଼ବିଲ ରୁ ହଳଦିଆ ନେଇ ଯାଇଥିଲା । ଏବଂ ସେଠାରେ ଏକ ହୋଟେଲରେ ରଖି ଗତ ୩୦ ଜୁନ ରୁ ୨ ତାରିଖ ପର୍ଯ୍ୟନ୍ତ ବଳାତ୍କାର କରିଥିଲା । ତା ପରେଜୁନ ମାସ ୨ ତାରିଖରେ ହଳଦିଆ ରୁ ଆଣି ଜାମସେଦପୁର ଟାଟା ନଗରରେ ଛାଡ଼ିଦେଇ ଥିଲା । ଏବଂ ପୀଡ଼ିତାଙ୍କୁ ଧମକ ଦେଇଥିଲା ସେ ଯଦି କାହାକୁ କହିବ ତା ହେଲେ ତା’ର ପିତାକୁ ଜୀବନରୁ ମାରିଦେବେ । ତେଣୁ ପୀଡ଼ିତା ଭୟରେ କାହାକୁ କିଛି କହିନଥିଲା ।ଯାହା ଫଳରେ ଅଭିଯୁକ୍ତ ରାଜୁ ଶର୍ମା ପୁଣି ଜୁନ ମାସ ୧୪ ତାରିଖରେ ପୀଡ଼ିତା ବଡ଼ ଭଉଣୀ ଏବଂ ତାର ସାନ ଭଉଣୀ କୁ ନେଇ ବଡ଼ବିଲ୍ ରୁ ସେହି କାରରେ ପୁଣି ହଳଦିଆ ଯାଇଥିଲା । ଉଭୟଙ୍କୁ ପଶ୍ଚିମବଙ୍ଗର ଖଡ଼ଗପୁର ଓ ହଳଦିଆରେ ନିର୍ଦିଷ୍ଟ ହୋଟେଲରେ ରଖି ସେମାନଙ୍କ ଇଛା ବିରୁଦ୍ଧରେ ବଳପୂର୍ବକ ଦୁଷ୍କର୍ମ କରିଥିଲା । ଏ ନେଇ ପୂର୍ବ ସିଂହଭୂମି ଜିଲ୍ଲାର ବାଲ କଲ୍ୟାଣ ସମିତି ଅଧ୍ୟକ୍ଷାପୁଷ୍ପାରାଣୀ ତିର୍କୀ ଗଣମାଧ୍ୟମକୁ ଦେଇଥିବା ତାଙ୍କ ବକ୍ତବ୍ୟରେ ଚାଇଲୃ ଲାଇନ୍ ମଧ୍ୟମରେ ପ୍ରାପ୍ତ ସୂଚନା ଅନୁସାରେ ଜାମସେଦପୁର ଜୁଗସାଲାଇରେ ରହୁଥିବା ସମ୍ପର୍କୀୟଙ୍କ ଘରୁ ଏହି ଦୁଇ ପୀଡ଼ିତା ନାବାଳିକାଙ୍କୁ ଉଦ୍ଧାର କରି ଅଭିଯୋଗ ଆଧାରରେ କାଉନସେଲିଂ କରାଯିବାରୁ ସେମାନେ ତାଙ୍କ ବକ୍ତବ୍ୟରେ ସମସ୍ତ ଘଟଣା ସମ୍ବନ୍ଧରେ କହିଥିଲେ ଏବଂ ଅଭିଯୁକ୍ତ ରାଜୁ ଶର୍ମାର ଫୋଟଦେଖି ଚିହ୍ନିଥିଲେ । ଅଭିଯୁକ୍ତ ଫେରାର ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।
ଦୁଇ ନାବାଳିକାକୁ ବଳାତ୍କାର ;
|
July 1, 2020 |
