ଦୁଇ ଦିନିଆ ପୋଲିସ ରିମାଣ୍ଡରେ ଗଲା ସିରିଏଲ ଯୁବତୀ କିଲର

Spread the love

ଯାଜପୁର, ୫/୧ (ସନ୍ଧାନ ନିୟୁଜ) ବାରିମୂଳ ନୂଆଡ଼ିହ ପାହାଡ଼ ତଳ ଝାଟିଆ ଜଙ୍ଗଲରେ ଗତ ୨୦୧୬ ମସିହା ଅଗଷ୍ଟ ୨୫ତାରିଖରେ ଘଟିଥିବା ବହୁ ଚର୍ଚ୍ଚିତ ଏକ ଅଜଣା ଯୁବତୀର ଗଳା କାଟି ହତ୍ୟା ମାମଲାର ସନ୍ଦିଗ୍ଧ ଭାବେ ମୃତା ଯୁବତୀ ପ୍ରୀତି ଓରଫ ବିଣାର ଭିଣୋଇ ଦେବଗଡ଼ ଜିଲ୍ଲା କୁଣ୍ଢେଇଗଳା ଥାନା ଅନ୍ତର୍ଗତ ଗିନାହଜା ଗ୍ରାମର ଅଖିଳ ବେହେରାଙ୍କ ପୁଅ ବୁଦ୍ଧଦେବ ବେହେରା(୩୩)କୁ ଚଣ୍ଡିଖୋଲ କୋର୍ଟର ଜେଏମଏଫସି ସୁଶ୍ରୀ ନେହା ଅଗ୍ରୱାଲଙ୍କ ଅନୁମତି କ୍ରମେ ଏହି ହତ୍ୟାକାଣ୍ଡ ସମ୍ପର୍କିତ ଅଧିକ ତଥ୍ୟ ହାସଲ କରିବାକୁ ବୈରୀ ପୋଲିସ ଆଜି ଦୁଇ ଦିନିଆ ରିମାଣ୍ଡରେ ନେଇଛି ! ସମପ୍ରକାରେ ଘଟିଥିବା ଅନ୍ୟ ଏକ ଯୁବତୀ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଏହି ବ୍ୟକ୍ତି ଏବେ ନିମାପଡା ଜେଲରେ ରହୁଥିବା ବେଳେ ସେ ସେହିଭଳି ଆଉ ଦୁଇଟି ମାମଲାରେ ମଧ୍ୟ ଅଭିଯୁକ୍ତ ହୋଇଛି ! ସେ ବାରିମୂଳ ହତ୍ୟାକାଣ୍ଡରେ ଅନ୍ୟ ତିନି ଯୁବକଙ୍କ ସମ୍ପୃକ୍ତି ରହିଥିବା କଥା ଆଜି ଏଠାରେ ଖୋଲାଖୋଲି କହୁଥିଲେ ମଧ୍ୟ ପୋଲିସ ଯେ ସେ ଦିଗରେ ତଦନ୍ତ କରିବ ଏଥିରେ ଏବେ ସନ୍ଦେହ ହେଉଛି !

Related Posts

About The Author

Add Comment