ଦୁଇ ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ

Spread the love

ବାରିପଦା ଅଫିସ, ୨୩/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):-ମୟୂରଭଞ୍ଜ ଜିଲ୍ଲାରୁ ପଡୋଶୀ ବାଲେଶ୍ବର ଜିଲାକୁ ଚୋରାଚାଲାଣ ହେଉଥିବା ଦୁଇଟି କାଠ ବୋଝେଇ ପିକଅପ୍ ଭ୍ୟାନ ବନବିଭାଗ ଚଢାଉ କରି ଜବତ କରିଛି । ରବିବାର ସକାଳେ ବେତନଟୀ ରେଞ୍ଜର ଘନଶ୍ୟାମ ସିଂ ସଦଳବଳେ ଚଢାଉ କରି ଶାଗୁଆନ ଗଣ୍ଡି ବୋଝେଇ ହୋଇଥିବା ପିକଅପ୍ ଓଆର୦୧ଏଫ- ୯୯୪୯) ଜବତ  କରିଥିଲେ। ବନବିଭାଗକୁ ଦେଖୁ ଗାଡିଚାଳକ ଗାଡି ଛାଡି ଫେରାର ହୋଇଯାଇଥିଲେ। କାଠର ଆନୁମାନିକ ମୂଲ୍ୟ ୮୦ହଜାର ଟଙ୍କା ହେବ ବୋଲି ଜଣାଯାଇଛି । ସେହିପରି ସନ୍ଧ୍ୟାରେ ବେତନଟୀ ରେଞ୍ଜ ଅଧୀନ କାପୋଇ ଅଞ୍ଚଳରୁ ବାଲେଶ୍ବରକୁ ଚୋରାରେ ଚାଲାଣ ହେଉଥିବା ଏକ ନମ୍ବର ବିହୀନ ପିକଅପକୁ ଜବତ କରାଯାଇଛି । ଜବତ ଗାଡିରେ ଶାଗୁଆନ, ନିମ୍ବ ସହିତ ବିଭିନ୍ନ କିସମର କାଠ ରହିଛି। ଯାହାର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କା ହେବ। ଏହି ଚଢାଉରେ ଡେପୁଟି ରେଞ୍ଜର ରାଜେଶ ମହାକୁଡ, ବନପାଳ ହିମାଂଶୁ ମହାନ୍ତ, ପ୍ରଶାନ୍ତ ସିଂ ସାମନ୍ତ ଓ ସୁଶାନ୍ତ ବାଗଙ୍କ ସମେତ କର୍ମଚାରୀମାନେ ସାମିଲ ଥିଲେ ।

Related Posts

About The Author

Add Comment