ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ; ୬ପୋଲିସ କର୍ମଚାରୀକୁ ବାନ୍ଧି ଜାଳିଦେଲେ ୨ପୋଲିସ ଗାଡି

Spread the love

ଯାଜପୁର/ବାଲିଚନ୍ଦ୍ରପୁର, ୦୬/୦୩ (ସନ୍ଧାନ ନିୟୁଜ ବ୍ୟୁରୋ) ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବାଲିଚନ୍ଦ୍ରପୁର ଥାନା ଭରତପୁର ପଣଶୁଦା ଗ୍ରାମରେରେ ଦୁଇଗୋଷ୍ଠୀ ମଧ୍ୟରେ ମାଡପିଟ୍ ସହିତ ୬ଜଣ ପୋଲିସ କର୍ମଚାରୀଙ୍କୁ ବାନ୍ଧି ୨ପୋଲିସ ଗାଡି ପୋଡିଦିଆଯାଇଥିବା ନେଇ ସୂଚନା ମିଳିଛି । ମିଳିଥିବା ସୁଚନା ମୁତାବକ ଭରତପୁରରେ ଗ୍ରାମରେ ପୂର୍ବରୁ ଦୁଇଗୋଷ୍ଠୀ ମଧ୍ୟରେ ଗ୍ରାମରେ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଅସନ୍ତୋଷ ଲାଗି ରହିଥିଲା । ଅଷ୍ଟପହରୀ ଗାଦିକୁ ନେଇ ଆଜି ଉକ୍ତ ବିବାଦ ଉଗ୍ର ରୁପ ନେବା ପରେ ଆରମ୍ଭ ହୋଇଥିଲା ମାଡପିଟ । ଘଟଣା ସମ୍ପର୍କରେ ଖବର ପାଇ ବାଲିଚନ୍ଦ୍ରପୁରର ପୋଲିସ ଟିମ ପଂହଚିଥିବା ବେଳ ପ୍ରଥମେ ଉତ୍ୟକ୍ତ ଲୋକମାନେ ସେହି ପୋଲିସ କର୍ମଚାରୀଙ୍କୁ ଅଟକ ରଖିଥିଲେ । ଖବର ପାଇଁ ଅନ୍ୟ ଏକ ଗାଡିରେ ଆଉ ଅଧିକ କର୍ମଚାରୀ ଯାଇ ପଂହଚିବା ପରେ ସେମାନଙ୍କୁ ମଧ୍ୟ ଉତ୍ୟକ୍ତ ଲୋକମାନେ ବାନ୍ଧି ଦେଇ ପରେ ପୋଲିସ ଗାଡି ଦୁଇଟିରେ ନିଆଁ ଲଗାଇଦେଇଥିଲେ । ତେବେ ସେଠାରେ ରାଜନୌତିକ ଉଦ୍ଧେଶ୍ୟରେ ଏଭଳି କାରନାମ ହୋଇଥିବା ବେଳେ ଏଥିରେ ଅଙ୍ଗନୱାଡି କେନ୍ଦ୍ରକୁ ନେଇ ଏଭଳି କାଣ୍ଡ ହୋଇଥିବା ସୂଚନା ମିଳିଛି । ଘଟଣା ଘଟିବା ପରେ ସେଠାରେ ଏକ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ବେଳେ ବରିଷ୍ଠ ଅଧିକାରୀ ଏବଂ ତହସିଲଦାର ଘଟଣା ସ୍ଥଳକୁ ଯାଇ ପରିସ୍ଥିତ ନିୟନ୍ତ୍ରଣ କରିବାକୁ ପ୍ରଚେଷ୍ଟା କରୁଛନ୍ତି । ତେବେ ଘଟଣା ପରେ ଗ୍ରାମରେ ପୁରୁଷଶୂନ୍ୟହୋଇଥିବା କୁହାଯାଉଛି । ରିପୋର୍ଟ ଲେଖା ହେବା ପ୍ରର୍ଯ୍ୟନ୍ତ ସବିଶେଷ ତଥ୍ୟ ମିଳିନାହୌିଁ ।

Related Posts

About The Author

Add Comment